ପସନ୍ଦ କରନ୍ତୁ ନିଜର ( ଜନ୍ମ ବାର ) ଜାଣନ୍ତୁ ନିଜର ଚରିତ୍ର ଏବଂ ସ୍ୱଭାବ | Odia Astrology

ବନ୍ଧୁଗଣ ସପ୍ତାହର ସାତ ବାର ମଧ୍ୟ୍ୟରୁ ଯେଉଁ ବ୍ୟକ୍ତି ଯେଉଁ ବାରରେ ଜନ୍ମ ହୋଇଥାଏ ତାର ସ୍ଵଭାଵ ସେହି ଅନୁସାରେ ହୋଇଥାଏ |ବାର ଅନୁଯାଇ ସେମାନଙ୍କ ଆଚାର, ବ୍ୟବହାର, ଚାଲି ଚଳନ, ବିଦ୍ୟା, ବୁଦ୍ଧି ଏବଂ ଜ୍ଞାନୀ ଇତ୍ୟାଦି ଅଲଗା ଅଲଗା ହୋଇଥାଏ |ଦୁନିଆରେ କୌଣସି ବି ବ୍ୟକ୍ତି କାହା ସହିତ ସମାନ ହୋଇନଥାନ୍ତି ପ୍ରତ୍ୟେକ ବ୍ୟକ୍ତି ପ୍ରତ୍ୟକଙ୍କ ଠାରୁ ଅଲଗା ହୋଇଥାନ୍ତି |ମୁଁ ଆଜି ଆପଣକୁ ଜଣାଇବି ଯେ କେଉଁ ବାରରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ସ୍ଵଭାଵ ଓ ତାଙ୍କ ଚାଲି ଚଳନ କିପରି ହୋଇଥାଏ ସେ ବିଷୟରେ ଜଣାଇବି |ତେବେ ଆସନ୍ତୁ ଜାଣିବା କେଉଁ ବାରରେ ଜନ୍ମ ହୋଇଥିବା ବ୍ୟକ୍ତି କିପରି ଅଟନ୍ତି |
ରବିବାର :-ଏହି ରବିବାରରେ ଜନ୍ମ ହୋଇଥିବା ବ୍ୟକ୍ତି ଅଧିକ କ୍ରୋଧୀ ହୋଇଥାନ୍ତି, ସେମାନେ ନିଜର ରାଗକୁ ବେଶୀ ସମୟ ଆୟତ୍ତ କରିପାରନ୍ତି ନାହିଁ |ଏହି ବ୍ୟକ୍ତିମାନେ ଅଧିକ ଅଭିମାନୀ, କାମତୁର ଏବଂ ରୀତି କ୍ରୀଡାରେ ପାରଗମ ହୋଇଥାନ୍ତି |ଏହି ବ୍ୟକ୍ତି ମାନେ ସ୍ତ୍ରୀକୁ ଅଧିକ ସୁଖ ଦେବା ସହିତ ତାକୁ ସାରା ଜୀବନ ଖୁସିରେ ରଖିଥାନ୍ତି |ଏମାନେ ମିଷ୍ଟ ଭାଷା କହି ସମସ୍ତଙ୍କ ମନ କିଣିଥାନ୍ତି |ଏହି ବ୍ୟକ୍ତିମାନେ ବୁଲିବା ପାଇଁ ଅଧିକ ପସନ୍ଦ କରିଥାନ୍ତି, ଏମାନେ ଭଗବାନ ବିଶ୍ୱାସୀ ଅଟନ୍ତି ତାହା ସହିତ ଏମାନେ ଭଗବାନଙ୍କ ଅତିପ୍ରିୟ ଭକ୍ତ ମଧ୍ୟ ଅଟନ୍ତି |ସୋମବାର :-ଯେଉଁ ବ୍ୟକ୍ତି ସୋମବାର ଦିନ ଜନ୍ମ ଗ୍ରହଣ କରିଥାନ୍ତି ସେମାନେ ଅଳସୁଆ ଏବଂ ଧୀର ନୀତି ସ୍ଵଭାଵର ହୋଇଥାନ୍ତି |ଏମାନେ ସେମାନଙ୍କ ସାରା ଜୀବନ ଭୋଗ ବିଳାସରେ କାଟିଥାନ୍ତି,ନିଜ ସ୍ତ୍ରୀକୁ ରୀତି କ୍ରୀଡାରେ ଶାନ୍ତି ପ୍ରଦାନ କରିବା ସହିତ ତାଙ୍କୁ ସୁଖ ଶାନ୍ତିରେ ରଖିଥାନ୍ତି |ଏହି ବ୍ୟକ୍ତିମାନେ ନ୍ୟାୟ ପରାୟଣାତା ହେବା ସହିତ ଶାନ୍ତ ସ୍ଵଭାଵର ହୋଇଥାନ୍ତି
ମଙ୍ଗଳ ବାର :-ମଙ୍ଗଳ ବାର ଜନ୍ମ ହୋଇଥିବା ବ୍ୟକ୍ତି ସାହସୀ ଏବଂ ଚଞ୍ଚଳବତୀ ହୋଇଥାନ୍ତି,ଏହି ବ୍ୟକ୍ତିମାନେ ଶତ୍ରୁ ବିରତି, କ୍ଷଣ କୋପି ଏବଂ ବିଦ୍ୟା ପ୍ରବଣ ହୋଇଥାନ୍ତି | ଏମାନେ କାର୍ଯ୍ୟ କରିବାର କୌଶଳ ଜାଣିବା ସହିତ ସୁଖ ଶାନ୍ତିରେ ଦିନ ବିତାଇ ଥାନ୍ତି, ଏମାନେ ନିଜ ସ୍ତ୍ରୀକୁ ଅଧିକ ଭଲ ମଧ୍ୟ ପାଇଥାନ୍ତି |ଏହି ବ୍ୟକ୍ତି ରୀତି ସୁଖରେ ସୁଖୀ ହେବା ସହିତ ଚିନ୍ତାଶୀଳ ହୋଇଥାନ୍ତି |
ବୁଧବାର :-ଏହି ବାରରେ ଜନ୍ମ ହୋଇଥିବା ବ୍ୟକ୍ତି ଚିନ୍ତାଶୀଳ, ନ୍ୟାୟବନ୍ତ, ଗୁଣି, ଅତି ଚତୁର ଓ ଧର୍ମ କାର୍ଯ୍ୟରେ ଆଗ୍ରହୀ ହୋଇଥାନ୍ତି |ଏମାନେ ଭୋଗ ବିଳାସରେ ଦିନ କାଟିବ ପାଇଁ ଭଲ ପାଇଥାନ୍ତି,ଅନ୍ୟ ସ୍ତ୍ରୀମାନଙ୍କ ସହିତ ସମ୍ପର୍କ ରଖିଥାନ୍ତି ଏବଂ ଅଧିକ ସମୟ ରୀତିକ୍ରୀଡାରେ ରତ ରହିଥାନ୍ତି |ଏହି ବ୍ୟକ୍ତି କର୍ମଶୀଳ ମଧ୍ୟ ଅଟନ୍ତି |
ଗୁରୁବାର :-ଯେଉଁ ବ୍ୟକ୍ତି ଗୁରୁବାର ଜନ୍ମ ହୋଇଥାନ୍ତି ସେମାନେ ବହୁ ଗୁଣର ଅଧିକାରୀ ହୋଇଥାନ୍ତି,ବୁଦ୍ଧି ବିଦ୍ୟାରେ ବିଚକ୍ଷଣ ହେବା ସହିତ ପଶୁ ପରି ସ୍ଵଭାଵ ଦେଖାଇଥାନ୍ତି |ଏମାନେ ଧର୍ମିକ ଓ କ୍ଷମାବନ୍ତ ମଧ୍ୟ ହୋଇଥାନ୍ତି |ଶୁକ୍ରବାର :-ଏହି ବ୍ୟକ୍ତିମାନେ ନିତିନିୟମକୁ ଆଖି ଆଗରେ ରଖି କାର୍ଯ୍ୟକରିଥାନ୍ତି |ଏମାନେ ପାରଉପକାରୀ, ଦୟାବନ୍ତ ଓ କାମବିଳାସୀ ମଧ୍ୟ ହୋଇଥାନ୍ତି|ନିଜ ସ୍ତ୍ରୀକୁ ଏମାନେ ସୁଖରେ ରଖିଥାନ୍ତି |ଶନିବାର :-ଏହି ବାରରେ ଜନ୍ମ ହୋଇଥିବା ବ୍ୟକ୍ତି କ୍ଷଣକୋପି, ଚଞ୍ଚଳବତୀ, କାମସିକ ବିଦ୍ୟାରେ ପ୍ରବୀଣ ଓ ପରାଧନ ଲୋଭି ହୋଇଥାନ୍ତି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment