ରତର ଅଧିକାଂଶ ଲୋକ ଜ୍ୟୋତିଷ ଶାସ୍ତ୍ର ଉପରେ ବହୁତ୍ ବିଶ୍ଵାସ ରଖିଥାନ୍ତି। ବହୁତ୍ ବିଶ୍ଵାସ ରଖିବା କାରଣରୁ ବ୍ୟକ୍ତି ନିଜ ଜୀବନର ହେବାକୁ ଥିବା ସମସ୍ୟା ଦୂର କରିବା ପାଇଁ ଜ୍ୟୋତିଷ ଶାସ୍ତ୍ରର ଉପଯୋଗ କରିଥାନ୍ତି। ଏହା ସହିତ ବ୍ୟକ୍ତି ନିଜର ଭବିଷ୍ୟତରେ ଘଟିବା ପାଇଁ ଯାଉଥିବା ଘଟଣା ସମ୍ପର୍କରେ ଜାଣିବା ପାଇଁ ମଧ୍ୟ ଜ୍ୟୋତିଷ ଶାସ୍ତ୍ର ସାହାଯ୍ୟ ନେଇଥାନ୍ତି।
ତେବେ ଯଦି ଆପଣ ଆପଣଙ୍କର ଭବିଷ୍ୟତ ବାବଦରେ ଜାଣିବା ପାଇଁ ଚାହୁଁଛନ୍ତି ସେଥିପାଇଁ ଆପଣଙ୍କୁ ଆମ ଦ୍ଵାରା ଦିଆ ଯାଇଥିବା ତିନୋଟି ରଙ୍ଗର ପାନପତ୍ର ମଧ୍ୟରୁ ଗୋଟିଏ ରଙ୍ଗର ପାନପତ୍ରକୁ ଚୟନ କରିବା ପାଇଁ ପଡିବ। ଏଥିରେ ରହିଛି ନୀଳ ରଙ୍ଗର ପାନପତ୍ର,ହଳଦିଆ ରଙ୍ଗର ପାନପତ୍ର ଏବଂ ନାଲି ରଙ୍ଗର ପାନପତ୍ର। ଯାହାର ନିର୍ଣ୍ଣୟ ହିଁ ଆପଣଙ୍କ ଭବିଷ୍ୟତ ବିଷୟରେ କିଛି କହିବ।ତେବେ ବାଛନ୍ତୁ ଗୋଟିଏ ରଙ୍ଗର ପାନପତ୍ର ଆଉ ଜାଣନ୍ତୁ ନିଜ ଭବିଷ୍ୟତକୁ ନେଇ ଜଡ଼ିତ କିଛି ଖାସ୍ କଥା।
ନୀଳ ରଙ୍ଗର ପାନପତ୍ର:-
ଯଦି ଆପଣ ନୀଳ ରଙ୍ଗର ପାନପତ୍ରକୁ ବାଛିଛନ୍ତି ତେବେ ଜାଣି ନିଅନ୍ତୁ କି ଆପଣଙ୍କ ଜୀବନରେ ଲମ୍ବା ସମୟ ଧରି ସମସ୍ୟା ଲାଗି ରହିଛି। ଜୀବନରେ ଚାଲିଥିବା ଉଚ୍ଚନୀଚ ଅବସ୍ଥା କାରଣରୁ ଭାଗ୍ୟ ଆପଣଙ୍କର ସାଥ ଦେଉନାହିଁ ବୋଲି ଆପଣ ଅନୁଭବ କରୁଛନ୍ତି ଏହି କାରଣରୁ ବି ଆପଣଙ୍କ ଚିନ୍ତା ରେ ଓ ମାନସିକ ସ୍ତରରେ ପରିବର୍ତ୍ତନ ଆସିଛି। କିନ୍ତୁ ଏହା ଆପଣଙ୍କୁ ବହୁତ ଶକ୍ତିଶାଳୀ ମଧ୍ୟ କରି ଦେଇଛି।
ଆପଣ ବହୁତ୍ ଗମ୍ଭୀର ସ୍ୱଭାବର ବ୍ୟକ୍ତି ଅଟନ୍ତି। ଅଯଥା ସମୟ ନଷ୍ଟ କରିବା ପାଇଁ ଆପଣ ଆଦୌ ପସନ୍ଦ କରନ୍ତି ନାହିଁ। ନିଜ ଭବିଷ୍ୟତ ଓ କ୍ୟାରିୟରକୁ ନେଇ ସର୍ବଦା ଅଗ୍ରସର ରହିଥାନ୍ତି। ଆପଣ ପ୍ରତ୍ୟେକ କାର୍ଯ୍ୟ କରିବା ପୂର୍ବରୁ ବହୁତ୍ ଦ୍ଵନ୍ଦରେ ରହିଥାନ୍ତି ଯେଉଁଥି ପାଇଁ ଭଲ ଭଲ ସୁଯୋଗ ହାତଛଡ଼ା ହୋଇ ଯାଇଥାଏ।
ହଳଦିଆ ରଙ୍ଗର ପାନପତ୍ର:-
ଯଦି ଆପଣ ହଳଦିଆ ରଙ୍ଗର ପାନପତ୍ରକୁ ଚୟନ କରିଛନ୍ତି ତେବେ ଆପଣ ଜାଣି ନିଅନ୍ତୁ କି ଆପଣ ସ୍ଵଭାବରେ ଶାନ୍ତ ଓ ସରଳ ଅଟନ୍ତି। ଏହା ସହିତ ଆପଣ ବହୁତ୍ ଧୋର୍ଯ୍ୟବାନ ମଧ୍ୟ। ଯେଉଁମାନେ ଆପଣଙ୍କୁ ସଠିକ ଭାବରେ ଜାଣିଥାନ୍ତି ସେମାନେ ଆପଣଙ୍କ ଠାରୁ କେବେ ବି ଦୂରେଇ ଯାଇ ନଥାନ୍ତି। ଏହା ସହିତ ଆପଣ ବହୁତ୍ ଖର୍ଚ୍ଚି ସ୍ଵଭାବର ହୋଇଥାନ୍ତି ଯେଉଁ କାରଣରୁ ଆପଣଙ୍କୁ ବେଳେବେଳେ ବହୁ ସମସ୍ୟା ଦେଇ ଗତି କରିବା ପାଇଁ ପଡ଼ିଥାଏ।
ନାଲି ରଙ୍ଗର ପାନପତ୍ର:-
ଯଦି ଆପଣ ନାଲି ରଙ୍ଗର ପାନପତ୍ରକୁ ଚୟନ କରିଛନ୍ତି ତେବେ ଜାଣି ରଖନ୍ତୁ କି ଆପଣ ଦେଖିବାକୁ ସୁନ୍ଦର, ଆକର୍ଷକ ଓ ସମସ୍ତଙ୍କ ହୃଦୟକୁ ଜିଣୁଥିବା ବ୍ୟକ୍ତି ଅଟନ୍ତି। ଯିଏ ବି ଥରେ ଆପଣଙ୍କ ସହିତ ମିଶିଥାe ସେ ଆପଣଙ୍କୁ କେବେ ବି ଭୁଲି ଭୁଲି ପାରନ୍ତି ନାହିଁ। କିନ୍ତୁ ଆପଣ ଖୁବ୍ ସରଳ ହୋଇଥିବାରୁ ଅନେକ ସମୟରେ ଠକାମୀର ଶୀକାର ମଧ୍ୟ ହୋଇଥାନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।