ବନ୍ଧୁମାନେ ଆଜିକାଲି ଅନେକ ଙ୍କ ପାଖରେ ଦାନ୍ତ ଜନିତ ଖୁବ ସମସ୍ୟା ଦେଖିବାକୁ ମିଳୁଛି ।କେତେବେଳେ ଦାନ୍ତ ହଳଦିଆ ପଡିଯାଉଛି ପୁଣି କେତେ ମାଡ଼ି ଫୁଲୁଛି ଆଉ ଦାନ୍ତ ପୋକ ଲାଗୁଚି । ଘରେ ଘରେ ଏହି ସମସ୍ୟା ଗୁଡିକ ଦେଖାଯାଉଛି , ତେବେ ଏହିପାଇଁ ବହୁତ କଷ୍ଟ ସହିବାକୁ ପଡୁଥିବା ସହିତ ବେଳେ ବେଳେ ଦାନ୍ତ ହରେଇବାକୁ ପଡୁଛି ।ହେଲେ ଏମିତି ସମସ୍ୟା ଗୁଡିକ ରୁ ଆପଣ ଚାହିଁଲେ ନିଜ ଦାନ୍ତ କୁ ସୁରକ୍ଷିତ ରଖିପାରିବେ ।ସେଥିପାଇଁ ଆପଣଂକୁ କିଛି ଘରୋଇ ଉପଚାର ପାଳନ କରିବାକୁ ପଡିବ ।
ପ୍ରଥମ ରିମେଡି:-
ଆବଶ୍ୟକ ସାମଗ୍ରୀ:-
-ସୋରିଷ ତେଲ
-ହଳଦୀଗୁଣ୍ଡ
-ଲୁଣ
ରିମେଡି ପ୍ରଣାଳୀ:-
-ଏହି ରିମେଡି ଟିକୁ ଟିଆରି କରିବାପାଇଁ ହେଲେ ପ୍ରଥମେ ଗୋଟିଏ ପାତ୍ର ରେ ଦୁଇ ଚାମୁଚ ସୋରିଷ ତେଲ ନେବାକୁ ପଡିବ ।ତେବେ ତେଲ ଆପଣ ନିଜ ଦାନ୍ତ ଅନୁସାରେ ଯେତିକି ଆବଶ୍ୟକ ସେତିକି ନେବେ ।ଏହାପରେ ସେହି ପାତ୍ର ରେ ଅଳ୍ପ ହଳଦୀଗୁଣ୍ଡ ଓ ଚୁମୁଟେ ଲୁଣ ନିଅନ୍ତୁ ।ବର୍ତ୍ତମାନ ସେହି ସବୁକୁ ଭଲ ଭାବରେ ମିଶାଇ ନେଇ ଏକ ପେଷ୍ଟ ତିଆରି କରନ୍ତୁ ।ତେବେ ଏହି ପେଷ୍ଟ କୁ ଆପଣ ଆଙ୍ଗୁଳି ରେ ନେଇ ନିଜ ଦାନ୍ତ ମାଡି ଓ ଦାନ୍ତ କୁ ମାଲିସ କରନ୍ତୁ ।ଯଦି ଆପଣ ଅଲଗା କିଛି ପେଷ୍ଟ ବ୍ୟବହାର କରୁଛନ୍ତି ତେବେ ସପ୍ତାହ ରେ ଥରେ ଏମିତି ପେଷ୍ଟ ବ୍ୟବହାର କରନ୍ତୁ ଦେଖିବେ ଆପଣଙ୍କ ସବୁ ଦାନ୍ତ ସମସ୍ୟା ଦୁର ହେଇଯିବ ।
ଦ୍ଵିତୀୟ ରିମେଡି:-
ଆବଶ୍ୟକ ସାମଗ୍ରୀ:-
-ଘଷି ପାଉଁଶ
-ଫିଟିକିରୀ
-ଲୁଣ
ରିମେଡି ପ୍ରଣାଳୀ:-
-ତେବେ ଏହି ରିମେଡି ତିଆରି କରିବା ପାଇଁ ଆପଣ ଗୋଟିଏ ଚାମୁଚ ଘଷି ପାଉଁଶ ଗୁଣ୍ଡ ନିଅନ୍ତୁ ।ବହୁତ ପୁରୁଣା ସମୟ ରୁ ଏହି ଘଷି ପାଉଁଶ କୁ ଦନ୍ତମଞ୍ଜନ ପରି ବ୍ୟବହାର ହେଇ ଆସୁଛି ।ତେବେ ଏହି ରିମେଡି ପାଇଁ ନେଇଥିବା ପାଉଁଶ ରେ ଆପଣ ଅଳ୍ପ ଫିଟିକିରୀ ଗୁଣ୍ଡ ଓ ଅଳ୍ପ ଲୁଣ ପକାଇନେବେ ।ଏବେ ସବୁକୁ ଭଲ ଭାବରେ ଗୋଳାଇ ଏକ ଦନ୍ତ ମଞ୍ଜନ ତିଆରି ହେବ ଯାହାକୁ ଆପଣ ଆଙ୍ଗୁଳି ରେ ନେଇ ଦାନ୍ତ ଘସି ପାରିବେ ।ତେବେ ଏଥିରେ ଦାନ୍ତ ଘଷିଲେ ଦାନ୍ତ ର ହଳଦିଆ ରଙ୍ଗ, ପାନ ଗୁଟୁକା ଖାଇ କଳା ପଡିଥିବା ଦାନ୍ତ ସବୁ ସଫା ହେଇଯାଏ ଓ ଦାନ୍ତ ମାଡି ମଜବୁତ ହୁଏ ।
ତୃତୀୟ ରିମେଡି:-
ଆବଶ୍ୟକ ସାମଗ୍ରୀ:-
-ଆମ୍ବ ପତ୍ର
-ଲେମୁ
ରିମେଡି ପ୍ରଣାଳୀ:-
-ତେବେ ଯେତେବେଳେ ଆପଣଙ୍କ ଦାନ୍ତ ବିନା କାରଣ ରେ ହଳଦିଆ ପଡ଼ିଯାଏ ସେତେବେଳେ ଆପଣ ଆମ୍ବ ପତ୍ରକୁ ବନେଇ ଚୋବାଇବେ ।ତାପରେ ଯେଉଁ ଖଦଡ଼ା ଅଂଶ ବାହାରିବ ସେଥିରେ ଦାନ୍ତ କୁ ସଫା କଲେ ଦାନ୍ତ ର ହଳଦିଆ ରଙ୍ଗ ଛାଡିଯାଏ ।ଏହାଛଡା ଆପଣ ଲେମ୍ବୁ ଚିପୁଡି ସାରି ତାର ଚୋପାରେ ଲୁଣ ନେଇ ଦାନ୍ତ ଘଷିଲେ ବି ହଳଦିଆ ରଙ୍ଗ ଦୂର ହୁଏ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।