ବନ୍ଧୁଗଣ ବର୍ତମାନ ଅଧିକାଂଶ ବ୍ୟକ୍ତିଙ୍କ ଠାରେ ଅନେକ ପ୍ରକାରର ରୋଗ ଦେଖିବାକୁ ମିଳୁଛି, ସାଧାରଣତଃ କେତେକ ବ୍ୟକ୍ତିଙ୍କ କ୍ଷେତ୍ରରେ ପରିସ୍ରା ଜନିତ ସମସ୍ୟା ଅଧିକ ଦେଖା ଦେଉଛି |ଯଦି ପରିସ୍ରା ଅଧିକ ହେଉଥାଏ ତେବେ ସେଥିପାଇଁ ବ୍ୟକ୍ତି ବିରକ୍ତ ହେବା ସହିତ ପରିସ୍ରା କମ ମାତ୍ରାରେ ହେଲେ ମଧ୍ୟ ଅଧିକ ଚିନ୍ତା କରିଥାନ୍ତି |ଆମ ଶରୀରରେ ଯେ କୌଣସି ସମସ୍ୟା ଦେଖାଗଲେ ବ୍ୟକ୍ତି ସର୍ବଦା ଚିନ୍ତାରେ ରହିଥାଏ, ମୁଁ ଆଜି ଆପଣକୁ ବାରମ୍ବାର ପରିସ୍ରା ହେବାର କାରଣ ଓ ଏହାର ନିରାକରଣ ବିଷୟରେ ଜଣେଇବି |ତେବେ ଆସନ୍ତୁ ଦର୍ଶକ ବନ୍ଧୁ କାହାକୁ ନର୍ମାଲ ପରିସ୍ରା କୁହାଯାଏ କେତେରୁ ଅଧିକ ପରିସ୍ରା ହେଲେ ତାହାକୁ ଅବନର୍ମାଲ ବୋଲି କୁହଯାଏ ସେ ବିଷୟରେ ସମ୍ପୂର୍ଣ କଥା ଜାଣିବା |
ସାଧାରଣତଃ ଜଣେ ପ୍ରାପ୍ତ ବୟସ୍କ ବ୍ୟକ୍ତି ଦିନରେ ଛଅରୁ ସାତ ଥର ପରିସ୍ରା ଯିବା ସ୍ଵଭାବିକ ହୋଇଥାଏ,ଆମ ଶରୀରରେ ଋତୁ ଅନୁଯାଇ ପାଣି ଗ୍ରହଣ କରିବାରେ ଭାରି କରିଥାଏ |ସାଧାରତଃ ଆମେ ଗରମ ଦିନରେ ଅଧିକ ପାଣି ପିଉଥାଉ କାରଣ ଏହି ସମୟରେ ଶରୀରରୁ ଅଧିକ ଝାଳ ବାହାରି ଥାଏ ଏବଂ ଆମ ବଡ଼ି ଶୁଷ୍କ ହୋଇଯାଏ |ତେଣୁ ଆପଣ ପ୍ରତ୍ୟେକ ଦିନ ଚାରିରୁ ପାଞ୍ଚ ଲିଟର ପାଣି ପିଇବା ନିହାତି ଅବଶ୍ୟକ |କିନ୍ତୁ ଶୀତ କିମ୍ବା ବର୍ଷା ଦିନରେ ଆମ ଶରୀର ଶୁଷ୍କତା ବହୁତ କମ ହୋଇଥାଏ କାରଣ ଏହି ସମୟରେ ଝାଳ ବାହାରି ନଥାଏ |
ଯଦି କୌଣସି ବ୍ୟକ୍ତି ଡାଇବେଟିସ କିମ୍ବା ପ୍ରଷ୍ଟେଡ଼ ଆଦି ସମସ୍ୟାରେ ପୀଡିତ ରୁହନ୍ତି ସେମାନଙ୍କ କ୍ଷେତ୍ରରେ ବାରମ୍ବାର ପରିସ୍ରା ଜନିତ ସମସ୍ୟା ଦେଖା ଦେଇଥାଏ |ଯଦି କୌଣସି ବ୍ୟକ୍ତି ଦିନରେ ଦଶରୁ ବାର ଥର ପରିସ୍ରା କରନ୍ତି ତେବେ ଏହାକୁ ପରିସ୍ରା ଜନିତ ସମସ୍ୟା ବୋଲି ଧାରା ଯାଇଥାଏ, ଏହା ସହିତ ଆପଣ ଯଦି ରାତିରେ ପାଞ୍ଚରୁ ଛଅ ଥର ପରିସ୍ରା କରନ୍ତି ତେବେ ଏହା ଆପଣଙ୍କ ପାଇଁ ବହୁତ କ୍ଷତି ପହଞ୍ଚାଇ ଥାଏ |ଯଦି ଆପଣ ରାତି ସମୟରେ ଅଧିକ ଥର ପରିସ୍ରା ଯାଉଛନ୍ତି ତେବେ ଆପଣକୁ ନିଦ ଭଲରେ ହୋଇନଥାଏ |ଯାହା ଦ୍ଵାରା ଆପଣଙ୍କ ଶରୀରରେ ଆହୁରି ଅଧିକ ସମସ୍ୟା ଦେଖା ଦେଇଥାଏ |
ଯଦି ଅପଣଂକର ପରିସ୍ରା ଜନିତ ସମସ୍ୟା ଆପଣଙ୍କର ଦୈନନ୍ଦିନ ଜୀବନ ଶୈଳୀ ଉପରେ ପ୍ରଭାବ ପକାଉଛି ତେବେ ଆପଣ ଏହି ସମସ୍ୟାର ସମାଧାନ ପାଇଁ ଜଣେ ଭଲ ୟୁରୋଲୋଗୋଜି ଡାକ୍ତରଙ୍କ ପାଖରେ ଚିକିତ୍ସା କରନ୍ତୁ |ଏହା ସହିତ ଆପଣ ଡାକ୍ତର ପରାମର୍ଶ ଅନୁଯାଇ ଔଷଧ ଖାଇବା ସହିତ ତାଙ୍କର ସମସ୍ତ କଥା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ |ଏହିପରି ଆପଣ ସମସ୍ତ କଥା ମାନି ଚାଲିଲେ ଆପଣଙ୍କ ସମସ୍ତ ସମସ୍ୟା ଖୁବ ଶୀଘ୍ର ଭଲ ହୋଇଯିବ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।