Health Tips – ବାସି ମୁହଁରେ ହାଲକା ଉଷୁମ ପାଣି ପିଇଲେ କଣ ହେବ ? ଜାଣନ୍ତୁ ଭୟଙ୍କର କଥା

କଥାରେ ଅଛି “ଜଳ ହିଁ ଜୀଵନ ” । କାରଣ ପାଣି ଆମ ଦେହ ପାଇଁ ବହୁତ ଦରକାରୀ ଏବଂ ଉପକାରୀ। ତେଣୁ ଯେଉଁମାନେ ନିୟମିତ ଭାବରେ ଏବଂ ଉଚିତ ସମୟରେ ଉଚିତ ପରିମାଣ ରେ ଜଳ ସେବନ କରନ୍ତି ତାଙ୍କର ଅନେକ ରୋଗ ଏବଂ ବ୍ୟାଧି ଦୂର ହୋଇଯାଏ। ଏହା ସହିତ ଏଥିରେ ଅନେକ ପ୍ରକାର ରୋଗ ପ୍ରତିଷେଧକ ଶକ୍ତି ମଧ୍ୟ ଭରପୁର ଥାଏ। ଆପଣ ଜାଣିଥିବେ କି ଛୋଟ ପିଲା ଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ସେବନ କରିପାରିବେ ଏଥିରେ କୌଣସି ବାଛ ବିଚାର ନଥାଏ। ଏଥିରେ ଭରପୁର ପରିମାଣ ରେ ପ୍ରଟିନ , କ୍ୟାଲସିୟମ, ଧାତୁ ସାର ଆଦି ରହିଥାଏ ଯାହା ଆମ ଶରୀର ପ୍ରତି ବହୁତ ଉପକାରୀ ଏବଂ ଲାଭବାନ ହୋଇଥାଏ ।

କିନ୍ତୁ କେବେ କେବେ ଆମେ ଜାଣିନଥାଉ କି କେତେବେଳେ ଏବଂ କେତେ ପରିମାଣ ରେ ତଥା ଥଣ୍ଡା ପାଣି ପିଇବା ଉଚିତ ୟା ଗରମ ପାଣି ।ଯେଉଁଥି ପାଇଁ ଆମେ ବହୁତ ଅସୁବିଧାରେ ପଡ଼ିଥାଉ। ତେବେ ଏହି ପୋଷ୍ଟ ମାଧ୍ୟମରେ ଆମେ ଆଜି ଆପଣଂକୁ ଜଣେଇବୁ କି ସକାଳ ପାଣି ପିଇବା ଦ୍ବାରା ଆମ ଶରୀରରେ କଣ ସବୁ ଉପକାର ହୋଇଥାଏ ଏବଂ ଥଣ୍ଡା ପାଣି ଆମ ପାଇଁ ଉପକାରୀ କି ନୁହେଁ।

ବନ୍ଧୁଗଣ ଆମ ବିଜ୍ଞାନ ଅନୁସାରେ, ସକାଳେ ଉଠିବା ମାତ୍ର ପାଣି ସେବନ କରିବା ଉଚିତ ।ଯାହା ଫଳରେ ଆମ ଶରୀର ପ୍ରାୟ ୫୦ ପ୍ରତିଶତ ରୋଗ ଠାରୁ ମୁକ୍ତ ରହିଥାଏ। ଏବଂ ଏହା ଆମ ଶରୀର କୁ ସୁସ୍ଥ ରଖିବାରେ ସାହଯ୍ୟ କରେ ।କିନ୍ତୁ କେବେ ବି ଅତ୍ୟଧିକ ଥଣ୍ଡା ପାଣି କିମ୍ବା ଫ୍ରିଜ ରେ ଷ୍ଟୋର ଥିବା ପାଣି କୁ ସେବନ କରନ୍ତୁ ନାହିଁ। ଏହା ଆମ ଶରୀର ପ୍ରତି ହାନିକାରକ ହୋଇଥାଏ। ଏହା ଛଡା ଥଣ୍ଡା ପାଣୀ ସେବନ କରିବା ଦ୍ବାରା ଆମକୁ ଆମ ଶରୀରରେ ଅନେକ ସମସ୍ୟା ଦେଖାଯାଇଥାଏ ।

ପ୍ରତିଦିନ ସକାଳେ ଉଠିବା ପରେ ପାଣି କୁ ଟିକେ ଫୁଟେଇ ସେବନ କରନ୍ତୁ। ଏହା ଦ୍ବାରା ହାର୍ଟ ରେ ଥିବା ସମସ୍ୟା ଦୁର ହେବା ସହ , ଚର୍ବି କମିବା, ହାଡ଼ ମଜବୁତ ହେବା ଏବଂ ଚେହେରା ଉଜ୍ୱଳ ହେବା ଆଦି କାର୍ଯ୍ୟ ବହୁତ ଭଲ ଭାବରେ ହୋଇଥାଏ । ତେବେ ରାତି ରେ ଶୋଇବା ପୂର୍ବରୁ ତମ୍ବା ର ପାତ୍ର ରେ ପାଣି ରଖି ଏହାକୁ ସକାଳୁ ଉଠି ସେହି ପାଣି କୁ ଫୁଟାଇ ପିଇବା ଦ୍ୱାରା ଜଳ ଶୁଦ୍ଧ ହୋଇଥାଏ ଏବଂ ଶରୀର କୁ ମଧ୍ୟ ଅନେକ ପ୍ରକାରର ଲାଭ ଦେଇଥାଏ ।

ଏହା ଛଡା ଆପଣ ମାନେ କେବେବି ସକାଳେ ଉଠିବା ମାତ୍ରେ ଚା ସେବନ କରନ୍ତୁ ନାହିଁ କିମ୍ବା ସିଧା ବେଡ଼ ରୁ ଉଠିଯାଇ ବ୍ରସ କରନ୍ତୁ ନାହିଁ। ଏହା ଆମ ସ୍ୱାସ୍ଥ୍ୟ ପ୍ରତି ହାନି କାରକ ହୋଇଥାଏ। ଆଉ ମନେ ରଖିବେ କି କେବେବି ଛିଡା ହୋଇ ପାଣି ପିଇବା ଉଚିତ ନୁହେଁ ,ସର୍ଵଦା ବସିକି ତଥା ଅଳ୍ପ ଅଳ୍ପ କରି ପାଣି ପିଇବା ଲାଭଦାୟକ ଓ ଉତ୍ତମ ହୋଇଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment