ହିନ୍ଦୁ ଧର୍ମରେ ବାସ୍ତୁ ଶାସ୍ତ୍ରକୁ ଖୁବ୍ ଗୁରୁତ୍ୱ ଦିଆ ଯାଇଥିଏ। କୁହା ଯାଇଥାଏ କି ବାସ୍ତୁ ଶାସ୍ତ୍ରକୁ ଅନୁସରଣ କଲେ ଜୀବନରେ ଆସୁଥିବା ବହୁ ବାଧାବିଘ୍ନ ଟଳି ଯାଇଥାଏ। ତେବେ ଗୃହ ନିର୍ମାଣ କାର୍ଯ୍ୟରେ ବାସ୍ତୁ ଶାସ୍ତ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।କୌଣସି ସ୍ଥାନରେ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ହେଉ କିମ୍ବା ଜମି କିଣିବା ପୂର୍ବରୁ ହେଉ ସ୍ଥାନର ବାସ୍ତୁ ବିଚାର କରା ଯାଇଥାଏ। ତେବେ ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ ସିଡି ଘର କେଉଁ ଦିଗରେ ରହିବା ଉଚିତ୍ ସେ ବାବଦରେ ଆମେ ଆଜି ଆପଣ ମାନଙ୍କ ସହିତ ଆଲୋଚନା କରିବା।
ସିଡି ଘରର ଦିଗ:-
ବାସ୍ତୁ ଶାସ୍ତ୍ର ଅନୁଯାୟୀ ନୈରତ କୋଣ ସିଡି ଘର ପାଇଁ ସବୁଠାରୁ ଉତ୍ତମ ହୋଇଥାଏ। ଯଦି ଆପଣ କୌଣସି କାରଣରୁ ନୈରତ କୋଣରେ ସିଡି ଘର କରି ପାରୁ ନାହାନ୍ତି ତେବେ ସେକେଣ୍ଡ ଅପ୍ସନ୍ ଭାବରେ ପଶ୍ଚିମ ଦିଗରେ ସିଡି ଘର କରି ପାରିବେ। କିନ୍ତୁ ଘର ମିଡ଼ିଲରେ କେବେ ବି ସିଡି ଘର କରନ୍ତୁ ନାହିଁ। ଘରର ମଧ୍ୟ୍ୟ ଭାଗରେ ସିଡି ଘର କରିବା ଦ୍ଵାରା ବିଭିନ୍ନ ସମସ୍ୟା ଉପୁଜି ଥାଏ।
ସିଡି ଘର କେଉଁ ଦିଗକୁ ଉଠିବ:-ଯଦି ଆପଣ ସିଡି ଘର କରୁଛନ୍ତି ତେବେ ଘରର ସିଡି ପୁର୍ବରୁ ପଶ୍ଚିମକୁ କିମ୍ଵା ଉତ୍ତରରୁ ଦକ୍ଷିଣକୁ ଉଠିଥିବା ଉଚିତ୍ ମାନା ଯାଇଥାଏ।ସିଡି ଘରର ପାହାଚ:-ଆପଣଙ୍କ ସିଡିର ପ୍ରଥମ ପାହାଚ କେବେ ଗୋଲାକାର କରନ୍ତୁ ନାହିଁ।ଆପଣ ଯେତିକି ପାହାଚ କରିବେ ତାକୁ ୩ ଦ୍ଵାର ଭାଗ କଲେ, ଯାହା ଭାଗଶେଷ ରହିଲା ତାହା ଯେମିତି ୨ ଆସିବ ଯଦି ଭାଗ ଶେଷ ୦ ଆସେ ତେବେ ଏହା ଆଦୌ ଶୁଭ ନୁହେଁ। ଏହାଛଡା ସିଡି ଘରର ପାହାଚ ୨ ଦ୍ଵାରା ବିଭାଜ୍ୟ ହେବା ଉଚିତ୍ ନୁହେଁ।ସିଢ଼ି ଘରର ପାହାଚ ଦୁଇ ଭାଗରେ ବା ଥାକରେ ବା ଶ୍ରେଣୀରେ ଥାଏ, ଯଦି ଘର ଅଧିକ ମହଲା ହୁଏ ତେବେ ପ୍ରତ୍ୟେକ ଭାଗରେ ୧୨ ରୁ ଅଧିକ ପାହାଚ ଅର୍ଥାତ୍ ପ୍ରତ୍ୟେକ ମହଲାରେ ୨୪ ରୁ ଅଧିକ ପାହାଚ ହେବା କଥା ନୁହେଁ।
ସିଡି ଘରର କବାଟ:-ଯଦି ସିଡି ଘରେ ଦୁଇଟି କବାଟ ଥାଏ ଅର୍ଥାତ୍ ଗୋଟିଏ ତଳେ ଓ ଅନ୍ୟଟି ଉପରେ ରହିଥାଏ ତେବେ ଉପର କବାଟ ତଳ କବାଟ ପାଖରୁ ଛୋଟ ହେବା ଦରକାର।
ସିଡି ଘର:-ସିଡି ଘରର ତଳେ କେବେ ବି ଠାକୁର ଘର,ରୋଷେଇ ଘର ଓ ପାଇଖାନା ଆଦି କରାନ୍ତୁ ନାହିଁ। ତେଣୁ ଯେବେ ବି ଆପଣ ଗୃହ ନିର୍ମାଣ କରୁଛନ୍ତି ତେବେ ଏହାକୁ ବାସ୍ତୁ ଶାସ୍ତ୍ର ଅନୁଯାୟୀ ତିଆରି କରନ୍ତୁ ଏହା ଆପଣଙ୍କ ପାରିବାର ପାଇଁ ଖୁବ୍ ଶୁଭ ରହିବ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।