Swastik Tv News Odisha

Beauty Tips – ଶୀତଦିନେ Dry Skin ର ଘରୋଇ ଉପଚାର , ଜାଣିବା ପାଇଁ ନିଶ୍ଚୟ ଦେଖନ୍ତୁ

0

ବର୍ତ୍ତମାନ ଶୀତ ଋତୁର ଆଗମନ ହୋଇ ସାରିଛି , ଅଳ୍ପ ଅଳ୍ପ ଶୀତ ଅନୁଭୁତ ହେଉଛି । କିନ୍ତୁ ଏହି ଶୀତ ଋତୁରେ ଶରୀର ଡ୍ରାଏ ହୋଇଯାଏ ଅଥବା ଚର୍ମ ଶୁଷ୍କ ହୋଇ ଯାଇଥାଏ । କିନ୍ତୁ ଆଜି ଆମେ ଆପଣ ମାନଙ୍କୁ ଏକ ଘରୋଇ ଉପଚାର ବିଷୟରେ କହିବୁ , ଯାହା ଆପଣଙ୍କର ଡ୍ରାଏ ସ୍କିନକୁ ଠିକ୍ କରିବାରେ ସାହାର୍ଯ୍ୟ କରିବ । ତେବେ ଆସନ୍ତୁ ଜାଣିବା ଡ୍ରାଏ ସ୍କିନର କାରଣ , ଲକ୍ଷଣ ଓ ନିରାକରଣ ବିଷୟରେ ।

ଡ୍ରାଏସ୍କିନର କାରଣ :-

ଶୀତ ଦିନରେ ବାୟୁମଣ୍ଡଳ ଶୁଷ୍କ ରହିଥାଏ , ତେଣୁ ଆମ ଶରୀରକୁ ଆବଶ୍ୟକ ପରିମାଣରେ ପାଣିର ଆବଶ୍ୟକତା ରହିଥାଏ । କିନ୍ତୁ ଏହି ସମୟରେ ଆପଣ ମାନେ ସେତିକି ପରିମାଣରେ ପାଣି ପିଅନ୍ତି ନାହିଁ ଆପଣଙ୍କ ଶରୀରର ଜଳୀୟଅଂଶ ମେଣ୍ଟନ କରିବା ପାଇଁ । ଏହାର ମୁଖ୍ୟ କାରଣ ଶୀତ ଦିନେ ବହୁତ ଥଣ୍ଡା ପଡିଥାଏ , ଯାହାଫଳରେ ଆପଣ ମାନେ ପାଣି କମ ପିଇଥାନ୍ତି ।

ଏହାଛଡା ଆପଣ ମାନେ ଏହି ଶୀତ ଦିନରେ ନନଭେଜ୍ ବହୁତ ମାତ୍ରାରେ ଖାଇଥାନ୍ତି ମାତ୍ର ଭେଜିଟେବୁଲ ବା ଫ୍ରୁଟ କମ ମାତ୍ରାରେ ଖାଇଥାନ୍ତି ତେବେ ଆପଣଙ୍କର ଡ୍ରାଏ ସ୍କିନ ହୋଇଥାଏ । ଶୀତ ଦିନରେ କୌଣସି ରୋଗ କାରଣରୁ ଆପଣ ମାନେ ମେଡିସିନ ଖାଇଥାନ୍ତି , ତେବେ ମଧ୍ୟ ଆପଣଙ୍କର ଡ୍ରାଏ ସ୍କିନ ହୋଇଥାଏ ।

ଲକ୍ଷଣ :-

ଶୀତ ଦିନରେ ମୁଖ୍ୟତଃ ଚର୍ମ ଶୁଷ୍କ ହୋଇଥାଏ , ତା ସହିତ ଆପଣଙ୍କ ସ୍କିନ ଫାଟିଥାଏ । ଏହି ସମୟରେ ଯଦି ଆପଣ ମାନେ ଆପଣଙ୍କର ସ୍କିନର ଯତ୍ନ ନନିଅନ୍ତି ତାହାଲେ ସେଥିରୁ ବ୍ଲିଡିଙ୍ଗ ହୋଇଥାଏ । ତା ସହିତ ଆପଣ ମାନଙ୍କୁ ଜ୍ୱର ମଧ୍ୟ ହୋଇଥାଏ , ବା ଥଣ୍ଡା କାଶ ମଧ୍ୟ ହୋଇଥାଏ ।

ଘରୋଇ ଉପଚାର :-

1. ପ୍ରତିଦିନ ଆପଣ ମନେ ଗୋଟିଏ ଗ୍ରାମ ଚୁନ ଖାଇପାରିବେ , ପାନରେ ଖିଆଯାଉଥିବା ଚୁନକୁ ହିଁ ବ୍ୟବହାର କରିବେ । ଶୀତ ଦିନରେ ଯଦି ଆପଣ ମାନେ ଡ୍ରାଏ ସ୍କିନକୁ ଠିକ୍ କରିବା ପାଇଁ ଚାହୁଁଥାନ୍ତି ତେବେ ଚୁନ ବହୁତ ଆବଶ୍ୟକ ଆପଣ ମାନଙ୍କ ପାଇଁ । ଏହି ଗୋଟିଏ ଗ୍ରାମ ଚୁନ ଦାନାକୁ ଆପଣ ମାନେ ପାଣି ରେ ମିଶେଇ ଖାଇପାରିବେ ବା କୌଣସି ଫଳ ବା ତରକାରୀ ମଧ୍ୟ ମିଶେଇ ଖାଇ ପାରିବେ ।

2. ଡ୍ରାଏ ସ୍କିନକୁ ଦୂର କରିବା ପାଇଁ ଏକ ଅଏଲ ମଧ୍ୟ ବ୍ୟବହାର କରି ପାରିବେ , ପ୍ରଥମେ ଆପଣ ଗୋଟିଏ ଚାମଚ ନଡିଆ ତେଲ , ଗୋଟିଏ ଚାମଚ ମହୁ ଏବଂ ଗୋଟିଏ ଚାମଚ କମଳାଲେମ୍ୱୁର ରସ ନେବେ । ଏହାକୁ ଭଲ ଭାବରେ ମିକ୍ସ କରି ନିଅନ୍ତୁ , ଏହା ପରେ ଆପଣ ମାନଙ୍କ ଶରୀରରେ ମାଲିସ କରନ୍ତୁ ।

ଏହାକୁ ରାତିରେ ଶୋଇବା ପୂର୍ବରୁ ଲଗାଇ ମାଲିସ କରନ୍ତୁ , ମାଲିସ କରି ସାରିବା ପରେ ଆଧଘଣ୍ଟା ଛାଡି ଦିଅନ୍ତୁ । ପରେ ଆପଣ ଏକ ସୂତା କପଡା ନେଇ ଉଷମ ପାଣିରେ ଭିଜେଇ ଭଲ ଭାବରେ ପଛି ନେବେ । ଏହି ଘରୋଇ ଉପଚାର ସାହାର୍ଯ୍ୟରେ ଆପଣ ମାନେ ଡ୍ରାଏ ସ୍କିନକୁ ଠିକ୍ କରିପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.