Beauty Tips – ମୁହଁର କଳା ପରସ୍ତ ହଟି ମୁହଁ ଗୋରା ଚିକ୍କଣ ହୋଇଯିବ ଗ୍ୟାରେଣ୍ଟି

ଦର୍ଶକ ବନ୍ଧୁ ଆଜିର ସମୟରେ ବହୁତ ଲୋକ ମୁହଁର କଳା ପଣ ପାଇଁ ବାହାରକୁ ବାହାରିବା ପାଇଁ କୁଣ୍ଠାବୋଧ କରିବା ର ସମସ୍ୟା ଦେଖା ଯାଏ | ତେବେ ଏହି ମୁହଁର କଳା ପଣ ସମସ୍ୟା କଣ ପାଇଁ ଓ କାହିଁକି ହେଉଛି ତାହାର ମଧ୍ୟ କିଛି କାରଣ ରହିଛି | କୁହାଯାଉଛି କି ଏହି ସମସ୍ୟା ର କାରଣ ହେଉଛି ବାହାରର ପ୍ରଦୂଷଣ, ଧୂଳି, ମାଟି ଆଦି ଓ ଅତ୍ୟଧିକ ଖରା ରେ ବୁଲିବା ମଧ୍ୟ ହେଇଥାଏ | ତେଣୁ ଏହି ସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ହେଲେ ସର୍ବେ ପ୍ରଥମେ ଆମକୁ ଏହି କିଛି ଘରେଇ ଉପଚାର ର ବ୍ୟବହାର କରିବା ପାଇଁ ପଡିବ | ଯାହାକୁ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ମୁହଁରେ କଳା ପଣ ଦୂର ହେବା ସହିତ ମୁହଁ ସମ୍ପୂର୍ଣ ଭାବେ ଗୋରା ଓ ଚିକ୍କଣ ଦେଖାଯିବ | ତାହାଲେ ଆସନ୍ତୁ ବନ୍ଧୁଗଣ ସେହି ଘରେଇ ଉପଚାର ବିଷୟରେ ଜାଣିବା |

ଆବଶ୍ୟକୀୟ ଉପକରଣ :-

ଅଟା, ଅଳ୍ପ ପରିମାଣ କ୍ଷୀର, ଲେମ୍ଭୁ, ଟମାଟୋ, ଅଲବେରା ଜେଲ, ଲେମ୍ବୁ, ଗ୍ଲୀସେରିନ|

ତେବେ ଏହି ସମସ୍ତ ସାମଗ୍ରୀ କୁ ଏକାଠି କରି ଏହାକୁ 4 ଟି ଷ୍ଟେପରେ ଦ୍ୱାରା ଏହାକୁ ପ୍ରସ୍ତୁତ କରି ଆପଣଙ୍କ ମୁହଁରେ ଲଗାନ୍ତୁ | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ଏହାର ପ୍ରସ୍ତୁତ ବିଷୟରେ ଜାଣିବା |

ପ୍ରସ୍ତୁତି ପ୍ରଣାଳୀ :-

1- :- ଏହି ସହଜ ଘରେଇ ଉପଚାର ଟି ପ୍ରସ୍ତୁତ କରିବା ପାଇଁ ଆପଣ ପ୍ରଥମେ ଏକ ଛୋଟ ପାତ୍ର ନିୟନ୍ତୁ ତାପରେ ସେଥିରେ ଆପଣ ରୋଷେଇ ଘରେ ବ୍ୟବହାର କରୁଥିବା ଦୁଇ ଚାମଚ ଅଟା ଓ ଅଳ୍ପ ପରିମାଣର କ୍ଷୀର ମିକ୍ସ କରନ୍ତୁ ତାପରେ ଏହାକୁ ଆପଣଙ୍କ ମୁହଁରେ ଭଲ ଭାବରେ ଲଗାଇ ମୁହଁରେ ଥିବା ସମସ୍ତ ଅଏଲ ବାହାର କରି ଦିୟନ୍ତୁ|

2 – ପୁଣି ଥରେ ଆପଣ ଏକ ଛୋଟ ପାତ୍ର ନିୟନ୍ତୁ ଓ ସେହି ପାତ୍ର ରେ ପ୍ରଥମେ ଯେମିତି ଅଟା ନେଇଥିଲେ ପୁଣି ସେହିପରି ଅଳ୍ପ ଅଟା ନିୟନ୍ତୁ ଓ ତାପରେ ସେଥିରେ କ୍ଷୀର ର ଶର କୁ ଭଲ ଭାବରେ ମିକ୍ସ କରନ୍ତୁ ଓ କିଛି ସମୟ ପରେ ଏହାକୁ ଆପଣଙ୍କ ମୁହଁରେ ଭଲ ଭାବରେ ଲଗାନ୍ତୁ | ଏହା ଆପଣଙ୍କ ମୁହଁରେ ସମସ୍ତ ପ୍ରକାର ଦାଗ ଦୂର କରିବା ସହିତ ମୁହଁକୁ ପରିଷ୍କାର କରିଥାଏ |

3-ଏକ ଚାମଚ ଅଟା ନିୟନ୍ତୁ ତାପରେ ସେଥିରେ ଏକ ଚାମଚ ଆଲୋବେରା ଜେଲ, ଓ ଏକ ଚାମଚ ଗ୍ଲୀସେରିନ ଏହାକୁ ମଧ୍ୟ ଭଲ ଭାବରେ ମିକ୍ସ କରନ୍ତୁ ଓ ଆପଣଙ୍କ ମୁହଁରେ ଭଲ ଭାବରେ 10 ମିନଟ ପର୍ଯ୍ୟନ୍ତ ମସାଜ କରନ୍ତୁ | ଏହା ଆପଣଙ୍କ ମୁହଁରେ ବିଭିନ୍ନ ପ୍ରକାର ଦାଗ ଦୂର କରିବା ସହିତ ବ୍ଲଡ଼ ସାରକୁଲେସନ ମଧ୍ୟ କରିଥାଏ |

4-ଏକ ଚାମଚ ଅଟା, ଏକ ଚାମଚ ମହୁ, ଦହି, କଫି ପାଉଡର, ଲେମ୍ବୁ, ଓ ଟମାଟୋ ଏ ସମସ୍ତ ସାମଗ୍ରୀ କୁ ଭଲ ଭାବରେ ମିକ୍ସ କରନ୍ତୁ | ଏବେ ପ୍ରସ୍ତୁତ ହେଇଗଲା ଆପଣଙ୍କ ଫେସପ୍ୟାକ | ଏହା ଆପଣଙ୍କ ମୁହଁରେ ସମସ୍ତ କଳା ଦାଗ କୁ ଦୂର କରିବ, ମୁହଁ କୁ ଗୋରା କରାଇବା ରେ ମଧ୍ୟ ସାହାଯ୍ୟ କରିବ | ଓ ଆପଣଙ୍କ ମୁହଁରେ ଥିବା ସମସ୍ତ କଳା ପଣ କୁ ଅତି ସହଜ ରେ ଏହି ଘରେଇ ଉପଚାର ଟି ସାହାଯ୍ୟ କରିବ |

ବ୍ୟବହାର :-

ଏବେ ଆପଣ ପ୍ରସ୍ତୁତ କରିଥିବା ଘରେଇ ଉପଚାର ଟିକୁ ଆପଣ ସପ୍ତାହରେ ମାତ୍ର 2 ରୁ 3 ଥର ବ୍ୟବହାର କରନ୍ତୁ ଦେଖିବେ ଆପଣଙ୍କ ମୁହଁ କଳା ରୁ ସମ୍ପୂର୍ଣ୍ଣ ଧଳା ହେଇଯିବ |

ତେବେ ଏହା ଥିଲା ମୁହଁ ରେ ଥିବା କଳାପଣ କୁ ଦୂର କରିବାର ସହଜ ଘରେଇ ଉପଚାର |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment