ବନ୍ଧୁଗଣ ପୁରାତନ କାଳରେ ଲୋକମାନେ ସର୍ବଦା ଅନେକ ରୋଗକୁ ଆୟୁର୍ବେଦିକ ଉପାୟ ଦ୍ଵାରା ଭଲ କରୁଥିଲେ, ସେମାନେ ଗଛର ପତ୍ର ଓ ଚେର ମୂଳ ଆଦି ଦ୍ଵାରା ନିଜର ଦେହକୁ ସୁସ୍ଥ ରଖୁଥିଲେ |ଯାହାର କି କୌଣସି ପାର୍ଶ୍ଵ ପ୍ରତିକ୍ରିୟା ନଥିଲା କିନ୍ତୁ ବର୍ତମାନ ଔଷଧ ଗୁଡିକରେ ଅନେକ ପାର୍ଶ୍ଵ ପ୍ରତିକ୍ରିୟା ରହିଛି |ଗୋଟିଏ ରୋଗ ପାଇଁ ଔଷଧ ଖାଇଲେ ଅନ୍ୟ ଗୋଟିଏ ରୋଗ ଦେଖା ଦେଉଛି, ମୁଁ ଆଜି ଆପଣକୁ ବେଲ ପତ୍ରର ଉପକାରିତା ବିଷୟରେ ଅପାଙ୍କି ଜଣେଇବି ଯାହାର ବ୍ୟବହାର ଦ୍ଵାରା ଆମ ଶରୀରର ଅନେକ ରୋଗ ଭଲ ହୋଇଥାଏ |ତେବେ ଆସନ୍ତୁ ଦର୍ଶକ ବନ୍ଧୁ ବେଲ ପତ୍ରର ବ୍ୟବହାର ଓ ଏହାର ଉପକାରିତା ବିଷୟରେ ସମ୍ପୂର୍ଣ କଥା ଜାଣିବା |
1-ପ୍ରଥମେତଃ ଏହା ଆମ ଶରୀରର ଜ୍ୱରକୁ ନିୟନ୍ତ୍ରଣ କରିଥାଏ, ଯଦି ଛୋଟ ପିଲା କିମ୍ବା ବଡ଼ ଲୋକମାନଙ୍କୁ ଜ୍ୱର ହୋଇଥାଏ ତେବେ ଆପଣ ଯଦି ବେଲ ପତ୍ରର ଗାଢା ପ୍ରସ୍ତୁତ କରି ପିଅନ୍ତି ତେବେ ଏହା ଆପଣଙ୍କ ଜ୍ୱରକୁ ଭଲ କରି ଦେଇଥାଏ |
2-ଯଦି ଆପଣ ବିରୁଡି ମାରିବାରେ ଯନ୍ତ୍ରଣା ଅନୁଭବ କରୁଛନ୍ତି ତେବେ ଆପଣ ବିରୁଡି ମାରିବା ସ୍ଥାନରେ ବେଲ ପତ୍ରର ରସକୁ ଲଗାଇ ଦିଅନ୍ତୁ ଦେଖିବେ ଆପଣଙ୍କ ଯନ୍ତ୍ରଣା ଖୁବ ଶୀଘ୍ର ଭଲ ହୋଇଯିବ |
3-ଏହା ସହିତ ଆପଣ ବେଲ ପତ୍ର ଗାଢା ଯଦି ପ୍ରତ୍ୟେକ ଦିନ ପ୍ରସ୍ତୁତ କରି ପିଅନ୍ତି ତେବେ ଏହା ଆପଣଙ୍କ ହୃଦରୋଗ ଜନିତ ସମସ୍ୟା ଦୂର କରିବା ସହିତ ଶ୍ୱାସ ରୋଗୀଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ମଧ୍ୟ ସାହାଯ୍ୟ କରିଥାଏ |ଏହା ଆପଣଙ୍କ ଅର୍ଶ ଜନିତ ଯନ୍ତ୍ରଣାକୁ ମଧ୍ୟ ମୂଳରୁ ଭଲ କରିବା ସହ ତାହାର ଯନ୍ତ୍ରଣା ମଧ୍ୟ ଦୂର କରିଥାଏ |
4-ଆପଣ ବେଲ ପତ୍ରକୁ ଗୁଣ୍ଡ କରି ସେହି ଗୁଣ୍ଡକୁ ଯଦି ଆପଣ ପ୍ରତ୍ୟେକ ଦିନ ସକାଳ ଉଷମ ପାଣିରେ ମିଶାଇ ପିଅନ୍ତି ତେବେ ଏହା ଆପଣଙ୍କ ହଜମ କ୍ରିୟା ବଢାଇବା ସହିତ ଖାଦ୍ୟ ହଜମ କରିବାରେ ମଧ୍ୟ ସାହାଯ୍ୟ କରିଥାଏ, ଏହା ସହିତ ଏହିପରି କରିବା ଦ୍ଵାରା ଆପଣ ପେଟ ଜନିତ ସମସ୍ୟା ମଧ୍ୟ ଦୂର ହୋଇଥାଏ |
5-ଯଦି ଆପଣଙ୍କ ମୁହଁରେ ଦାଗ ଥିବ କିମ୍ବା ଆପଣଙ୍କ ମୁହଁ ଅସୁନ୍ଦର ଦେଖାଯାଉଥିବେ ତେବେ ଆପଣ ବେଲ ପତ୍ରରେ ପ୍ରଲେପ ନିଜ ମୁହଁରେ ଲଗାନ୍ତୁ, ଏହାପରି କଲେ ଆପଣଙ୍କ ମୁହଁର ଚମକ ଆସିବା ସହିତ ଆପଣଙ୍କ ମୁହଁର ଦାଗ ଲିଭିଯିବ |
6-ଏହା ଆପଣଙ୍କ ଶରୀର ଦୁର୍ଗନ୍ଧ ଦୂର କରିଥାଏ, ଯଦି ଆପଣ ଏହି ବେଲ ପତ୍ର ପେଷ୍ଟ ପ୍ରସ୍ତୁତ କରି ତାହାକୁ ଗାଧୋଇବା ପୂର୍ବରୁ ଏହାକୁ ଆପଣଙ୍କ ଶରୀରରେ ଲଗାଇ କିଛି ସମୟ ପରେ ଯଦି ଗାଧୋଇବେ ଏହିପରି ଆପଣ ଯଦି ଏକ ସପ୍ତାହ ପ୍ରଯ୍ୟନ୍ତ କରନ୍ତି ତେବେ ଆପଣଙ୍କ ଦେହର ଦୁର୍ଗନ୍ଧ ଦୂର ହୋଇଯିବ |
7-ଆପଣ ପ୍ରତ୍ୟେକ ଦିନ ସକାଳ ଯଦି ଦୁଇରୁ ତିନୋଟି ବେଲ ପତ୍ରକୁ ଚୁବାଇ ଖାଆନ୍ତି ତେବେ ଆପଣଙ୍କ ଶରୀର ଡାଇବେଟିସ ରୋଗକୁ କମ କରିବା ସହିତ ଆପଣ କେଶ ଜନିତ ସମସ୍ୟାକୁ ମଧ୍ୟ ଦୂର କରିଥାଏ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।