ଏବେ ଏବେ ଓଡ଼ିଆ ସିନେମା ଜଗତରୁ ଆସିଲା ଖୁସିର ଖବର ! ଓଡିଆ ହିରୋଇନ ଲିପ୍ସା ମିଶ୍ର (Lipsa Mishra) ଙ୍କର ନିର୍ବନ୍ଧ ସରିଲା, ଖୁବଶୀଘ୍ର ଏହି ଯୁବକଙ୍କୁ କରିବେ ବିବାହ – ଦେଖନ୍ତୁ video …

ଆପଣମାନେ ଓଡ଼ିଆ ସିନେମା ଦେଖିବା ପାଇଁ ଖୁବ୍ ଭଲ ପାଉ ଥିବେ। ଏବଂ ଏହି ସିନେମା ଇଣ୍ଡଷ୍ଟ୍ରିରେ କାମ କରୁଥିବା ସବୁ ଅଭିନେତ୍ରୀ ଓ ଅଭିନେତା ମାନଙ୍କୁ ଖୁବ୍ ଭଲ ଭାବରେ ଜାଣି ଥିବେ।ସେମାନଙ୍କ ରିଲ ଲାଇଫ ଓ ସେମାନଙ୍କ ରିଅଲ ଲାଇଫ କଣ ସବୁ ଘଟଣା ଘଟି ଯାଉଛି ତାହା ଜାଣିବା ପାଇଁ ଅନେକ ଦର୍ଶକ ଖୁବ୍ ଆଗ୍ରହ ପ୍ରକାଶ କରିଥାନ୍ତି। ତେବେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତ୍ରୀଙ୍କ ବାବଦରେ କହିବାକୁ ଯାଉଛୁ ଯିଏକି ନିଜର ଦମଦାର ଅଭିନୟ ପାଇଁ ଦର୍ଶକ ମାନଙ୍କୁ କିମିଆ କରି ରଖିଛନ୍ତି। ତେବେ ସେହି ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି ଲିପ୍ସା ମିଶ୍ର।
ଓଲିଉଡ ଜଗତର ଲୋକପ୍ରିୟ ଅଭିନେତ୍ରୀ ଲିପ୍ସା ମିଶ୍ର ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ। ନିଜର ସୁନ୍ଦର୍ ଅଭିନୟ ଓ ଡାନ୍ସ ପାଇଁ ଓଡ଼ିଶାର ଘରେ ଘରେ ପରିଚିତ ଲିପ୍ସା ମିଶ୍ର। ଏକାଧିକ ମେଗା ଓ ଚଳଚିତ୍ର ରେ ଜବରଦସ୍ତ ଅଭିନୟ କରି ଦର୍ଶକ ମାନଙ୍କ ହୃଦୟ ରେ ରାଜ କରୁଛନ୍ତି ଲିପ୍ସା। ତରଙ୍ଗ ଟିଭି ର ଓଡ଼ିଆ ମେଗା ଧାରାବାହିକ ‘କିଛି ଲୁହ ପିଇ ଯାଏ ଓଠ’ ରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେବଲିପ୍ସା ଓଡ଼ିଆ କଥାଚିତ୍ର ମାୟା ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ।

ତେବେ ଲିପ୍ସା ମିଶ୍ର ତରଙ୍ଗ ଟିଭି ଦ୍ୱାରା ଆୟୋଜିତ ରିଆଲିଟି ଶୋ ‌ବିଗ୍ ବ୍ରେକ୍‌ ମାଧ୍ୟମରେ ଲୋକ ଲୋଚନ କୁ ଆସିଥିଲେ। ଏହାପରେ ସେ ଧାରାବାହିକ ‌କିଛି ଲୁହ ପିଇଯାଏ ଓଠ‌ରେ ମୁଖ୍ୟ ନାୟିକା ଭାବରେ ନଜର ଆସିଥିଲେ। ଆଉ ଏହାପରେ ଏକାଧିକ ସିନେମା ଓ ମେଗା ଧାରାବାହିକରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ଅଭିନେତ୍ରୀ ଲିପ୍ସା ମିଶ୍ର। ଆଉ ବର୍ତ୍ତମାନ ସମୟରେ ଓଡ଼ିଶାର ଆଗ ଧାଡ଼ିର ନାଇକା ମାନଙ୍କ ମଧ୍ୟରେ ଅନ୍ୟତମ।

ତେବେ ଲିପ୍ସାଙ୍କୁ ବର୍ତ୍ତମାନ ସମୟରେ ଏକ ବଡ ଖବର ସାମ୍ନାକୁ ଆସିଛି। ଯାହାର ଫୋଟ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ତେବେ କଥା ହେଉଛି କି ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ ଯାଉଛନ୍ତି ଏହି ଲୋକପ୍ରିୟ ଅଭିନେତ୍ରୀ ଲିପ୍ସା ମିଶ୍ର। ହଁ ଆଜ୍ଞା ନିକଟରେ ଲିପ୍ସା ମିଶ୍ରଙ୍କ ନିର୍ବନ୍ଧ ଶେଷ ହୋଇ ଯାଇଛି। ଯାହାର ଫୋଟ ଲିପ୍ସାଙ୍କ ଫ୍ରେଣ୍ଡ ପ୍ରିୟଙ୍କା ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ପୋଷ୍ଟ କରିଛନ୍ତି। ଆଉ ସେହି ଫୋଟ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ତେବେ ଦେଖିବାକୁ ବାକି ରହିଲା ଲିପ୍ସା ମିଶ୍ର କେବେ ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି। ଯାହାକୁ ନେଇ ଫ୍ୟାନସ୍ ମାନେ ଏକ୍ସାଇଟେଡ୍ ରହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment