ବନ୍ଧୁଗଣ ବର୍ତମାନ ଅଧିକାଂଶ ବ୍ୟକ୍ତିଙ୍କ ଠାରେ ଦାନ୍ତ ଜନିତ ସମସ୍ୟା ଅଧିକ ଦେଖା ଜୀବର ଆପଣ ଦେଖୁଥିବେ ନିଶ୍ଚିତ, ପିଲା ଠାରୁ ବୃଦ୍ଧ ପ୍ରଯ୍ୟନ୍ତ ସମସ୍ତ ବ୍ୟକ୍ତି ବର୍ତମାନ ଏହି ସମସ୍ୟାରେ ଅଧିକ ସମ୍ମୁଖୀନ ହେଉଛନ୍ତି |ଯାହା ଦ୍ଵାରା ସେମାନେ ନିଜର ଦୈନନ୍ଦିନ ଜୀବନରେ ଅନେକ ଅସୁବିଧା ଭୋଗ କରୁଛନ୍ତି, ଏହି ବ୍ୟକ୍ତିମାନେ ଦାନ୍ତ ବିନ୍ଧା କିମ୍ବା ଯନ୍ତ୍ରଣାକୁ ନେଇ ସର୍ବଦା ଟେନସନରେ ରହିଥାନ୍ତି |ଏଥିପାଇଁ ଆପଣ ଯେତେ ଔଷଧ ସେବନ କଲେ ମଧ୍ୟ ତାହାର କୌଣସି ଉପକାର ହୋଇନଥାଏ, ମୁଁ ଆଜି ଆପଣଙ୍କୁ ଏହି ସମସ୍ୟାରେ ଦୂର କରିବା ପାଇଁ ଏକ ପ୍ରାକୃତିକ ଆୟୁର୍ବେଦିକ ଘରୋଇ ଉପଚାର ଗୁଡିକ ବିଷୟରେ କହିବି ଯାହାକି ଆପଣଙ୍କ ଏହି ସମସ୍ୟାକୁ ସମ୍ପୂର୍ଣ ଭଲ କରିଦେବ |ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଏହି ଘରୋଇ ଉପଚାରଗୁଡିକ କଣ ତାହା ବିଷୟରେ ସମ୍ପୂର୍ଣ କଥା ଜାଣିବା |
1-ପ୍ରଥମେ ଆପଣ ଯଦି ନିଜର ଦାନ୍ତ ବିନ୍ଧା ଭଲ କରିବା ପାଇଁ ଚାହୁଁଛନ୍ତି ତେବେ ଆପଣ ଅଳ୍ପ ସୋରିଷ ତେଲେରେ ଯଦି ଲୁଣ ମିଶାଇ ତାହାକୁ ନିଜ ମାଢିରେ ଭଲ ଭାବରେ ଘଶାନ୍ତି ତେବେ ଆପଣଙ୍କ ଦାନ୍ତ ବିନ୍ଧା ପରି ସମସ୍ୟା ସମ୍ପୂର୍ଣ ଭଲ ହୋଇଯିବ |ଏହା ସହିତ ଆପଣ ଯଦି ଅଳ୍ପ ପିଆଜର ପିସ ନିଜ ଦାନ୍ତରେ କିଛି ସମୟ ପାଇଁ ଚାପି ରଖନ୍ତି ତେବେ ଆପଣଙ୍କ ଦାନ୍ତ ସମସ୍ୟା ଦୂର ହୋଇଯିବ |
2-ଆପଣ ଯଦି ଦାନ୍ତ ବିନ୍ଧାରେ ସମ୍ମୁଖୀନ ହେଉଛନ୍ତି ତେବେ ଆପଣ ଏକ ରସୁଣ କୋଷ ନେଇ ତାହାକୁ ଅଳ୍ପ ଲୁଣରେ ବୁଢ଼ାଇ ତାହାକୁ ହାଲକା କରି ଚୁବଇଲେ ଆପଣଙ୍କ ଦାନ୍ତ ବିନ୍ଧା ଧୀରେ ଧୀରେ ଭଲ ହୋଇଯିବ |ଏହା ସହିତ ଆପଣ କିମ୍ବା ଆପଣ ଅଳ୍ପ ଅଦା ପେଷ୍ଟରେ ଲୁଣ ମିଶାଇ ନିଜ ଦାନ୍ତ ମାଡ଼ିରେ ରାକ୍ଷୀରେ ଦାନ୍ତ ଯନ୍ତ୍ରଣାରୁ ଉପଶମ ମିଳିଥାଏ |
3-ଆପଣ ଯଦି ଏହି ସମସ୍ୟା ପାଇଁ ଲବଙ୍ଗର ତେଲ କିମ୍ବା ଲବଙ୍ଗ ଗୁଣ୍ଡ ବ୍ୟବହାର କରନ୍ତି ତେବେ ଆପଣକୁ ଏଥିପାଇଁ ବହୁତ ଫାଇଦା ମିଳିଥାଏ, ଆପଣ ଏହି ତେଲେରେ କଟନ ଭିଜାଇ ତାହାକୁ ନିଜ ମାଡ଼ିରେ ଚାପି ରଖିଲେ ସେଥିରୁ ବହୁତ ଉପକାର ମିଳିଥାଏ |ଲବଙ୍ଗର ଗୁଣ୍ଡ ଯଦି ଆପଣ ଦାନ୍ତ ମାଡ଼ିରେ ମାଲିସ କରନ୍ତୁ ଦେଖିବେ ଆପଣଙ୍କ ଦାନ୍ତ ସମସ୍ୟା ସମ୍ପୂର୍ଣ ଦୂର ହୋଇଯିବ |
4:-ଆପଣ ଲିମ୍ବର କାଠିରେ ଯଦି ଦାନ୍ତ ଘଷାନ୍ତି ତେବେ ଆପଣଙ୍କ ଦାନ୍ତ ବିନ୍ଧା କମିଯିବ, ଆପଣ ସେଥିରୁ ମଧ୍ୟ ବହୁତ ଉପକାର ପାଇବେ |
5:-ଆପଣ ଏକ ଗ୍ଲାସ ପାଣିରେ କିଛି ଲିମ୍ବ ପତ୍ର ଭଲରେ ଧୋଇ ସେହି ପାଣିରେ ପକାଇ ତାହାକୁ ଫୁଟାନ୍ତୁ ଯେପରି ତାହା ଅଧା ଗ୍ଲାସ ହୋଇଯିବ, ଏହି ପାଣିକୁ ଛାଣି ସେଥିରେ ଲୁଣ ମିଶାଇ ତାହାକୁ କୁଳି କରନ୍ତୁ |ଏହି ପାଣିରେ ଆପଣ ଯଦି ଦିନରେ ତିନିରୁ ଚାରି ଥର କୁଳି କରନ୍ତି ତେବେ ଆପଣଙ୍କ ଦାନ୍ତ ବିନ୍ଧା ଜନିତ ସମସ୍ୟା ସମ୍ପୂର୍ଣ ଭଲ ହୋଇଯିବ |ଆଉ କେବେ ଆପଣ ସେଥିରେ କଷ୍ଟ ଭୋଗ କରିବେ ନାହିଁ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।