ଭୟଙ୍କର ଚନ୍ଦ୍ର ଗ୍ରହଣ 2022 । ଭୋର ୫ଟା ୫୪ପୂର୍ବରୁ ଡଙ୍ଗାଭସା… ପାକତ୍ୟାଗ ସମୟ ଜାଣି ରଖନ୍ତୁ

ବନ୍ଧୁଗଣ ଆଗକୁ ଆସୁଥିବା କାର୍ତ୍ତିକ ପୂର୍ଣମୀ ଦିନ ସବୁଠାରୁ ବଡ଼ ଚନ୍ଦ୍ର ଗ୍ରହଣ ଲାଗିବାକୁ ଯାଉଛି ବୋଲି ପ୍ରାୟ ସମସ୍ତେ ଜାଣିଛନ୍ତି |ଏହି ଗ୍ରହଣ ଭାରତ ସହିତ ଅନ୍ୟ ଦେଶ ମାନଙ୍କରେ ମଧ୍ୟ ହେବାକୁ ଯାଉଛି, ଏହି ଚନ୍ଦ୍ର ଗ୍ରହଣ ହେଲେ ଆମକୁ ବହୁତ ରୀତିନୀତି ମାନିବାକୁ ପଡିବ |ଆମେ ଏହି ପୃଥିବୀ ଭିତରେ ଘର କରି ଆମକୁ ଏହି ଗ୍ରହଣ ଆଦିକୁ ମାନିବାକୁ ହେବ |ଆସନ୍ତା ନଭେମ୍ବର ମାସ 8ତାରିଖ ମଙ୍ଗଳ ବାର ଦିନ ଚନ୍ଦ୍ରରେ ଗ୍ରହଣ ହେବାକୁ ଯାଉଛି, ଏହି ଚନ୍ଦ୍ର ଗ୍ରହଣ ପାଇଁ ପୁରି ଶ୍ରୀମନ୍ଦିରରେ କଣ ସବୁ ନିତି ନିର୍ଘଟ ହୋଇଛି ସେ ବିଷୟରେ ମୁଁ ଆଜି ଆପଣକୁ ଜଣାଇବି |ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଏହି ଶ୍ରୀମନ୍ଦିର ନିତି ନିୟମରେ କଣ ପରିବର୍ତନ ହୋଇଛି ସେ ବିଷୟରେ ଜାଣିବା |

ଆସନ୍ତା ମଙ୍ଗଳ ବାର ଦିନ ଚନ୍ଦ୍ର ଗ୍ରହଣ କାରଣରୁ ଶ୍ରୀମନ୍ଦିର ନିତି ନିର୍ଘଟରେ ଅନେକ ପରିବର୍ତନ ହୋଇଛି,ଶ୍ରୀ ଜିଉଁଙ୍କ ପାଇଁ ଚନ୍ଦ୍ର ଗ୍ରହଣ କାରଣରୁ ହେବ ସତନ୍ତ୍ର ରୀତିନୀତି |8ତାରିଖ ମଙ୍ଗଳବାର ଦିନ ମଧ୍ୟ୍ୟ ରାତ୍ରି 12ଟାରେ ଶ୍ରୀ ଜୀଉଙ୍କ ଦ୍ଵାର ଫିଟା ନିତି ଆରମ୍ଭ ହେବ, ଆଉ ପରେ ମଙ୍ଗଳ ଆରତୀ, ମାଇଲମ ଓ ଅବକାଶରେ ପୂଜା ହେବେ ମହାପ୍ରଭୁ ଶ୍ରୀ ଜଗନ୍ନାଥ |ଏହା ପରେ ପ୍ରଭୁଙ୍କ ସୁନା ବେଶ ହେବ ଏବଂ ପରେ ପରେ ଗୋପାଳ ବଲ୍ଲଭ ଭୋଗ ମଣ୍ଡପ ନିତି ହେବ |

ଏହି ଗ୍ରହଣ କାରଣରୁ ଛାତିଶ ନିଜ ବୈଠକରେ ନିଷ୍ପତି ନେଇଛନ୍ତି ଯେ ମଙ୍ଗଳ ବାର ଦିନ ଭୋର 5ଟା 45ମିନିଟ 53ସେକେଣ୍ଡ ରେ ପାକ ନିଷେଧ କାର୍ଯ୍ୟ ବନ୍ଦ ରହିବ |କିନ୍ତୁ ପୂର୍ବରୁ ନିତି ନିର୍ଘଣ୍ଟ ହୋଇଥିଲା ଯେ ମଙ୍ଗଳ ବାର ଦିନ ସକାଳ 8ଟା 29ମିନିଟରେ ପାକ ନିଷେଧ ହେବ କିନ୍ତୁ ଗତକାଲିର ବୈଠକରେ ଏହି ନିଷ୍ପତିକୁ ବଦଳି ଦିଆଯାଇଛି |ଏହି ଚନ୍ଦ୍ର ଗ୍ରହଣର ମୋକ୍ଷ ପ୍ରାପ୍ତି ହେବ ସନ୍ଧ୍ୟା 6ଟା 18ମିନିଟ 47 ସେକେଣ୍ଡରେ, ଏହି ସମୟକୁ ଲକ୍ଷ୍ୟ କରି ପଞ୍ଚୋକ ରୀତିନୀତି କାର୍ଯ୍ୟକୁ ଶୃଙ୍ଖଳିତ କରିବା ପାଇଁ ସମସ୍ତ ସେବାୟତଙ୍କ ସାହାଯ୍ୟ ଲୋଡିଛନ୍ତି ପ୍ରଶାସନ |

ଏହି ଶ୍ରୀଜୀଉଙ୍କ ନିତି ନିୟମ ଅନୁଯାୟୀ ପଞ୍ଚୋକ ପୂର୍ଣମୀ ଦିନ ଚନ୍ଦ୍ର ଗ୍ରହଣ ରହିଥିବାରୁ ଡ଼ଙ୍ଗା ଭସା କାର୍ଯ୍ୟରେ ଧ୍ୟାନ ଦେବାପାଇଁ ପଡିବ, ଏହି ସମସ୍ତ ପଞ୍ଚୋକ ଭକ୍ତମାନଙ୍କୁ ଭୋର 5ଟା ପୂର୍ବରୁ ଡ଼ଙ୍ଗା ଭସା କାର୍ଯ୍ୟ ସମାପ୍ତ କରିବାକୁ କହିଛନ୍ତି |5ଟା ପରେ ଗ୍ରହଣ ସମୟ ହୋଇଯିବ ତେଣୁ ଏହି ସମୟରେ ଡ଼ଙ୍ଗା ଭସିବା ଫଳପ୍ରଦ ହେବନାହିଁ ତେଣୁ ଆପଣ ଏହି ନିତି ରୀତିକୁ ଆଖି ଆଗରେ ରଖି କାର୍ଯ୍ୟ କରିବା ଉଚିତ |ଶ୍ରୀ ଜିଉଁଙ୍କ ପାଇଁ ଏହି ନିଷ୍ପତି ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment