Tips Theatre – ବିନା ବ୍ଲିଚିଙ୍ଗ ପାଉଡର ରେ Tawa କୁ ହୀରା ଭଳି ଚମକାନ୍ତୁ… ନ ଦେଖିଲେ ବିଶ୍ୱାସ କରିବେନି…

ଦର୍ଶକ ବନ୍ଧୁ ଆପଣ ରୋଷେଇ କରିସାରିବା ପରେ ଆପଣଙ୍କ କଢେଇ ବା ତାୱା ରେ ତାହାର ଜିଦି ଦାଗ ଛାଡେ ନାହିଁ | ଯାହା ପାଇଁ ଆପଣ ସବୁବେଳେ ଚିନ୍ତାରେ ଥାନ୍ତି ତେଣୁ କୁହାଯାଉଛି କି ଆପଣ ଯଦି ଏହି ସବୁ ଚିନ୍ତାରୁ ନିଜକୁ ଦୁରେଇ ରଖିବା ପାଇଁ ଚାହୁଁଛନ୍ତି ତାହାଲେ କିଛି ଏମିତି ଘରେଇ ଉପଚାର ରହିଛି ଯାହାକୁ ବ୍ୟବହାର କରିବା ଦ୍ୱାରା ଆପଣଙ୍କ କଢେଇ ଓ ତାୱା ସମ୍ପୂର୍ଣ୍ଣ ରୂପେ ନୂଆ ପରି ଦେଖା ଯିବ | ତେବେ ଏଥି ପାଇଁ ଆପଣଙ୍କୁ ବିଶେଷ କିଛି କରିବା ପାଇଁ ପଡିବ ନାହିଁ | ମାତ୍ର କିଛି ସମୟରେ ଆପଣଙ୍କ ରୋଷେଇ ଘରେଇ ମିଳିଥିବା ସାମଗ୍ରୀ ର ବ୍ୟବହାର କରନ୍ତୁ |

ଏହି ଘରେଇ ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଆପଣଙ୍କୁ କିଛି ସାମଗ୍ରୀ ର ଆବଶ୍ୟକ ପଡିବ | ଯାହାକୁ ବ୍ୟବହାର କରିବା ଦ୍ୱାରା ଆପଣ ବହୁତ କମ ସମୟରେ ଏହାର ରେଜଲ୍ଟ ପାଇପାରିବେ | ତାହାଲେ ସେହି ସାମଗ୍ରୀ ଗୁଡିକ ହେଉଛି ଲେମ୍ବୁ ଓ ଲୁଣ | ଏବେ ଆସନ୍ତୁ ଜାଣିବା ଏହାର ପ୍ରୟୋଗ ବିଷୟରେ |ତାହାଲେ ଆସନ୍ତୁ ବନ୍ଧୁ ଗଣ ଜାଣିବା ଏହାର ସହଜ ଘରେଇ ଉପଚାର ବିଷୟରେ |

ଆବଶ୍ୟକୀୟ ଉପକରଣ :-

ଲେମ୍ବୁ ଓ ଲୁଣ

ପ୍ରସ୍ତୁତ ପ୍ରଣାଳୀ ଓ ବ୍ୟବହାର :-

ତେବେ ଦାଗ ଜନିତ ସମସ୍ୟା ରୁ ମୁକ୍ତି ପାଇବା ପାଇଁ ଆପଣଙ୍କର ଜିନିଷ ରେ ଲାଗିଥିବା ଦାଗ କୁ ଛଡ଼ାଇବା ପାଇଁ କଢେଇ ବା ତାୱା ରେ ପ୍ରୟୋଗ କରିବା ପୂର୍ବରୁ ପ୍ରଥମେ ଆପଣ ଏକ ଗୋଟା ଲେମ୍ବୁ ନିୟନ୍ତୁ ଓ ଏହାକୁ କାଟି ଦୁଇ ଫାଳ କରିଦିୟନ୍ତୁ ତାପରେ ଆପଣ ଆପଣଙ୍କ କଢେଇକୁ ଭଲ ଭାବରେ ଗରମ କରନ୍ତୁ ଓ ସେହି ଲେମ୍ବୁ କୁ ଆପଣ ଆପଣଙ୍କ କଢେଇ ରେ ବା ତାୱା ଭଲ ଭାବରେ ଘସନ୍ତୁ | ଏହାକୁ ସେ ପର୍ଯ୍ୟନ୍ତ ଘସନ୍ତୁ ଯେ ପର୍ଯ୍ୟନ୍ତ ଆପଣଙ୍କ କଢେଇ ବା ତାୱା ସଫା ନ ହେଇଛି |

ଯେତେବେଳେ ଦେଖିବେ ଆପଣଙ୍କ କଢେଇ ବା ତାୱା ଧୀରେ ଧୀରେ ସଫା ହେଇ ଆସୁଛି ସେତେବେଳେ ଆପଣ ସେହି କଢେଇ ରେ କିଛି ମାତ୍ରା ରେ ଖାଇବା ଲୁଣ ବ୍ୟବହାର କରନ୍ତୁ ଓ ଏହାକୁ ପୁଣି ଥରେ ଭଲ ଭାବରେ ଘୋଷିବା ଆରମ୍ଭ କରନ୍ତୁ | ଦେଖିବେ ଏହି ଦୁଇଟି ମିଶ୍ରଣ ଫଳରେ ଆପଣଙ୍କ ତାୱା କିଛି ସମୟରେ ନୂଆ ପରି ଚକ ଚକ କରିବା ଆରମ୍ଭ କରିଦେବ | ତାହାଲେ ବନ୍ଧୁଗଣ ଥରେ ମାତ୍ର ଏହାକୁ ବ୍ୟବହାର କରନ୍ତୁ ଦେଖିବେ ଆପଣଙ୍କ ତାୱା ର ସମସ୍ତ ପ୍ରକାର ଦାଗ ଅତି ସହଜରେ ଦୂର ହେଇଯିବ |

ତେବେ ଏହା ଥିଲା ବିଭିନ୍ନ ପ୍ରକାରର ରୋଷେଇ ଉପକରଣ ରେ ଲାଗିଥିବା ଦାଗ କୁ ଦୂର କରିବାର ସହଜ ଘରେଇ ଉପଚାର |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment