ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ ଏଭଳି କିଛି ଭିଡ଼ିଓ ଆସିଥାଏ ଆମ ମାନଙ୍କ ସାମ୍ନା କୁ ଯାହାକୁ ଦେଖିବା ପାଇଁ ଆମ ମାନଙ୍କର ଇଚ୍ଛା ଓ ଆଗ୍ରହ ବଢ଼ି ଯାଇଥାଏ ବୋଲି କୁହାଯାଉଛି | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଆପଣ ମାନଙ୍କ ସାମ୍ନା କୁ ଆସିଛି ତାହା ହେଉଛି ସହଜରେ କମ ଖର୍ଚ୍ଚ ରେ ପ୍ରସ୍ତୁତ ହେଉଥିବା ଜଳଖିଆ ବିଷୟରେ ଭାଇରାଲ ହେଉଥିବା ଭିଡ଼ିଓ ଟିରେ ଦେଖିବାକୁ ମିଳିଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା ଓ ସେହି ସହଜ ଜଳଖିଆ ର ପ୍ରସ୍ତୁତି ବିଷୟରେ ଜାଣିବା |
ଆବଶ୍ୟକୀୟ ଉପକରଣ :-
ଅଟା, ରିଫାଇନ ତେଲ, ପିଆଜ, ଲୁଣ, ଲଙ୍କା ଗୁଣ୍ଡ, କଞ୍ଚା ଲଙ୍କା, ପାଞ୍ଚ ଫୁଟଣ
ପ୍ରସ୍ତୁତି ପ୍ରଣାଳୀ :-
ତେବେ ଏହି ସହଜ ଘରୋଇ ଉପଚାର କୁ ପ୍ରସ୍ତୁତ କରିବା ପାଇଁ ହେଲେ ଆପଣ ମାନଙ୍କୁ ପ୍ରଥମେ ଆବଶ୍ୟକ ପଡିବ ତାହା ହେଉଛି ଅଟା | ଆପଣ ମାନେ ପ୍ରଥମେ ଅଟା କୁ ନେବେ ଆଉ ସେଥିରେ ଅଳ୍ପ ତେଲ ଆଉ ଲୁଣ ମିଶାଇ ତାହାକୁ ଭଲ ଭାବରେ ଗୋଳାଇବେ | ଆଉ ତାହା ପରେ ଆପଣ ମାନେ ସେହି ମିଶା ଯାଇଥିବା ଅଟା ରେ ପାଣି ମିଶାଇ ଅଟା ଚକଟା ପ୍ରସ୍ତୁତ କରିବା ଆଉ ତାହାକୁ 15 ମିନିଟ ପର୍ଯ୍ୟନ୍ତ ରଖିବେ |
ତାହା ପରେ ଅନ୍ୟ ଏକ କଢେଇରେ ଆପଣ ମାନେ ତେଲ ଓ ସେଥିରେ ପାଞ୍ଚ ଫୁଟଣ ପକାଇବେ ଓ ତାହା ପରେ ଆପଣ ମାନେ ପିଆଜ ନେଇ ତାହାକୁ ଛୋଟ ଛୋଟ ଖଣ୍ଡ କରିଦେବ ଓ କଞ୍ଚା ଲଙ୍କା ମଧ୍ୟ ଛୋଟ ଛୋଟ କରିନେବ ଓ ସେଥିରେ ଲୁଣ ଲଙ୍କା ଗୁଣ୍ଡ ଓ ହଳଦୀ ଗୁଣ୍ଡ ନେଇକି ଏକ ମସଲା ପ୍ରସ୍ତୁତ କରିବେ |
ଆଉ ତାହା ପରେ ଆପଣ ମାନେ ଅଟା କୁ ବେଲି ଦେବେ ଓ ସେଥିରେ ପିଆଜ ରେ ପ୍ରସ୍ତୁତ ମସଲା ରଖିକି ଏବେ ପିଠା ପ୍ରସ୍ତୁତ କରିବେ ଓ ତାହାକୁ ଅଳ୍ପ ସିଝାଇ ଦେବେ ବାଷ୍ପ ଦେଇ | ଏହା ପରେ ସେହି ପ୍ରସ୍ତୁତ ହୋଇଥିବା ପିଠା କୁ ଆପଣ ମାନେ ଅଳ୍ପ ତେଲ ଦେଇ ଭାଜି ଦେବା ହାଲକା କରିକି ନାଲି ରଙ୍ଗ ହେବା ପର୍ଯ୍ୟନ୍ତ |ଏହା ପରେ ସେହି ପ୍ରସ୍ତୁତ କରିଥିବା ପିଠା କୁ ଆପଣ ମାନେ ସକାଳ ଜଳଖିଆ ରେ ସେହି ପିଠା କୁ ନେଇକି ସସ ରେ ବୁଡାଇ ଖାଇ ପାରିବେ ବୋଲି କୁହାଯାଉଛି |
ତେବେ ଏହା ଥିଲା ସକାଳ ଜଳଖିଆ ପ୍ରସ୍ତୁତ କରିବା ର ସହଜ ଉପାୟ | ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।