ଏବେ ଏକ ଏମିତି ଅଘଟଣ ର ଖବର ସାମ୍ନାକୁ ଆସିଛି ଯାହା ସିନେପ୍ରେମୀ ମାନଙ୍କ ପାଇଁ ଏକ ଦୁଃଖଦ ଖବର ଅଟେ। ଯାହାକୁ ଶୁଣି ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ। ତେବେ ଯାହା ସୂଚନା ମିଳିଛି ଓଲିଉଡ ର ଚୁଲବୁଲି ଅଭିନେତ୍ରୀ ରିୟା ଦେ ଆହତ ହେଇଛନ୍ତି। ଏକ ଓଡ଼ିଆ ଫିଲ୍ମ୍ ର ସୁଟିଂ ଚାଲିଥିବା ବେଳେ ତାଙ୍କ ସହିତ ଏପରି ଏକ ଅଘଟଣ ଘଟିଛି ବୋଲି ଜଣା ପଡ଼ିଛି। ତେବେ ଶିମିଳିପାଳ ରେ ଏକ ସ୍ଥାନରେ ପାହାଡ଼ ଉପରେ ସୁଟିଂ ଚାଲିଥିବା ବେଳେ ଏପରି ଏକ ଘଟଣା ଘଟି ଯାଇଛି। ତାଙ୍କର ଗୋଡ଼ରେ ଆହତ ହୋଇଥିବା ଜଣା ପଡିଛି। ପଥର ଉପରେ ଏକ ଦୃଶ୍ୟ ର ସୁଟିଙ୍ଗ ଚାଲିଥିବା ବେଳେ ଏପରି ଘଟଣା ଘଟିଛି।
ଶିମିଳିପାଳ ର ଲୁଲୁଙ୍ଗ ଠାରେ ଏପରି ଏକ ଘଟଣା ଘଟିଛି। ପଥର ଉପରେ ଏହି ଦୃଶ୍ୟର ସୁଟିଂ ଚାଲିଥିବା ସମୟରେ ପଥରରୁ ଗୋଡ଼ ଖସି ଯିବା ଫଳରେ ସେ ତଳେ ପଡି ଆହତ ହୋଇଥିଲେ।ପରେ ତାଙ୍କର ଗୋଡ଼ ଭାଂଗି ଯାଇଥିବା ଜଣା ପଡିଛି। ତେବେ ଅଭିନେତ୍ରୀ ରିୟା ଦେ ଙ୍କ ଏପରି ଘଟଣାରେ ସେ ଆହତ ହୋଇଥିବାରୁ ତୁରନ୍ତ ଚିକିତ୍ସା ପାଇଁ ତାଙ୍କୁ ବାରିପଦା ଡାକ୍ତରଖାନା ରେ ଭର୍ତ୍ତି କରା ଯାଇ ଥିବା ବେଳେ ତାଙ୍କର ବାମ ଗୋଡ ଭାଙ୍ଗି ଯାଇଥିବା ଜଣା ପଡିଛି। ଆପଣ ତ ଜାଣିଛନ୍ତି ଅଭିନେତ୍ରୀ ରିୟା ଦେ ଯିଏକି ଓଡ଼ିଶାର ଜଣେ ଲୋକପ୍ରିୟ ଏବଂ ଜଣାଶୁଣା ଚେହେରା।
ତାଙ୍କର ବୋଲ୍ଡ ଅନ୍ଦାଜ ପାଇଁ ସେ ଓଡିଶାରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି। ଏହି ଅଭିନେତ୍ରୀ ଜଣଙ୍କ ତାଙ୍କର ନିଜର ଗ୍ଲାମର ପାଇଁ ଏବଂ ତାଙ୍କର ବେଶଭୂଷା ପାଇଁ ବେଶ୍ ଚର୍ଚ୍ଚିତ ରହିଥାନ୍ତି ଅଭିନୟ ଜଗତରେ।ବେଳେବେଳେ ଏମିତି ଗେଟ୍ ଅପ୍ ରେ ସେ ନଜର ଆସିଥାନ୍ତି ଯାହାକୁ ଦେଖି ଦର୍ଶକଙ୍କ ହୋସ ଉଡ଼ି ଯାଇଥାଏ। ରିୟା ଦେ ଓଲିଉଡ ଇଣ୍ଡଷ୍ଟ୍ରି ର ଏମିତି ଜଣେ ଅଭିନେତ୍ରୀ ଅଟନ୍ତି ଯାହାଙ୍କର ଅଭିନୟ, ବୋଲ୍ଡ ଅନ୍ଦାଜ୍ ଏବଂ ଡାନ୍ସ ସବୁବେଳେ ଚର୍ଚ୍ଚାରେ ରହିଥାଏ। ତାଙ୍କର ଡାନ୍ସ ର ଭିନ୍ନ ଭିନ୍ନ ଅନ୍ଦାଜକୁ ନେଇ ବେଶ୍ ଚର୍ଚ୍ଚା ହୋଇଥାଏ। ଅନେକ ଫିଲ୍ମ୍ ରେ ଦମଦାର ପ୍ରଦର୍ଶନ କରି ଦର୍ଶକଙ୍କ ମନ କିଣିଥାନ୍ତି ଏହି ଅଭିନେତ୍ରୀ ଜଣଙ୍କ।
ତାଙ୍କର ନୂଆ ନୂଆ ଲୁକ୍ ସବୁକୁ ସୋସିଆଲ ମିଡିଆରେ ସେୟାର କରିବା ପରେ ଏହାକୁ ଦେଖି ତାଙ୍କର ଫ୍ଯାନ ସବୁ ପାଗଳ ହୋଇ ପଡିଥାନ୍ତି। ତାଙ୍କର ଅଭିନୟ ର ଢାଞ୍ଚା ବେଶ୍ ନିଆରା ଜୀବନ୍ତ ଏବଂ ଆକର୍ଷଣୀୟ ଅଟେ। ତେବେ ସୁନ୍ଦର ଚେହେରା ସାଙ୍ଗକୁ ତାଙ୍କର ମନୋଲଭା ଆଖି ଏବଂ ଡାନ୍ସ ର ତଡକା ଦର୍ଶକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ତାଙ୍କ ଚୁଲବୁଲି ଅଭିନୟ ପାଇଁ ପାଗଳ ତାଙ୍କର ଅନେକ ପ୍ରସଂଶକ। ତେବେ ତାଙ୍କର ଏପରି ଦୁଃଖଦ ସମୟରେ ତାଙ୍କର ସୁସ୍ଥତା କାମନା କରିଛନ୍ତି ତାଙ୍କର ପ୍ରଶଂସକ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।