Swastik Tv News Odisha

Breaking news – ଏବେ ଏବେ ଚଳଚିତ୍ର ଜଗତରୁ ଆସିଲା ବଡ ଦୁଖଦଃ ଖବର ! ଓଡ଼ିଶାର ଏହି ପ୍ରସିଦ୍ଧ କଳାକାର ଙ୍କର ହେଲା ଆକସ୍ମିକ ମୃତ୍ୟୁ… ସମସ୍ତଙ୍କ ହୃଦୟରେ କରୁଥିଲେ ରାଜ…

0

ଆମେ ସମସ୍ତେ ଆମ ଜୀବନକୁ ଆନନ୍ଦ ଓ ଖୁସିରେ ବଞ୍ଚିବା ପାଇଁ ବିଭିନ୍ନ ମନୋରଞ୍ଜନ ପୂର୍ଣ୍ଣ କାର୍ଯ୍ୟ ଦେଖିଥାଉ କିନ୍ତୁ ସଂଗୀତରେ ଏମିତି ଏକ ନିଆରା ରଙ୍ଗ ଭରି ହେଇ ରହିଥାଏ ଯାହା ଆମ ଜୀବନର ପ୍ରତି ମୁହୂର୍ତ୍ତ କୁ ମହକାଇ ଦିଏ ।ତେବେ ସେହି ସଂଗୀତକୁ ତିଆରି କରୁଥିବା ମହାନ କଳାକାର ମାଜେ ହେଉଛନ୍ତି ପ୍ରକୃତ ଶେୟର ଅଧିକାରୀ ।କିନ୍ତୁ ଆଜିର ଏହି ସମାଜରେ ଦିନକୁ ଦିନ ସେହି ଅମୂଲ୍ୟ ବ୍ୟକ୍ତିତ୍ବ ମାନେ ମୃତ୍ୟୁ ଆଗରେ ହାର ମାନୁଛନ୍ତି ।ଆଉ ଆଣିର ଏହି ସୂଚନା ବି ଏମିତି ଜଣେ ପ୍ରମୁଖ ସଂଗୀତଙ୍ଗ ଉପରେ ଯାହାଙ୍କର ନିକଟରେ ଦେହାନ୍ତ ହେଇଚି ।

ତେବେ ସେ ଥିଲେ ଓଡ଼ିଆ ସିନେ ଜଗତର ଅମୂଲ୍ୟ ପ୍ରତିଭା ଯାହାଙ୍କୁ ହରେଇ ଆଜି ପୁରା ସିନେ ଜଗତ ହତାଶ ହେଇ ପଡିଛି ।ତେବେ ସେ ଥିଲେ ପ୍ରଫୁଲ୍ଲ କର,ଯିଏ ଏକାଧାରରେ ଜଣେ ସଂଗୀତ ନିର୍ଦ୍ଦେଶକ, କଣ୍ଠଶିଳ୍ପୀ ଓ ଗୀତିକାର ଆଉ ଆଜି ବି ଲୋକ ତାଙ୍କ ଗୀତକୁ ଶୁଣି ଜୀଙ୍କୁ ତୃପ୍ତ ମନେ କରନ୍ତି ।ତେବେ ସେ ଆଜି ଆମ ଭିତରେ ନାହାନ୍ତି ଚାଲି ଯାଇଛନ୍ତି ସେହି ଅଭୁଲା ରାଇଜକୁ ଯେଉଁଠାରୁ ଫେରିବା ସମ୍ଭବ ନୁହେଁ ।

ସୂଚନା ଅନୁଯାୟୀ ୧୯୩୯ ଫେବୃଆରି ୧୬ ତାରିଖରେ ଜନ୍ମିତ ପ୍ରଫୁଲ୍ଲ କରଙ୍କୁ ମୃତ୍ୟୁବେଳକୁ ୮୩ ବର୍ଷ ହୋଇଥିଲା ଆଉ ସେ ଗତ ରବିବାର ଦିନ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁବରଣ କରିଥିଲେ ।କିନ୍ତୁ ସେ ଛାଡି ଯାଇଥିବା ଶୂନ୍ୟସ୍ଥାନ କେବେ ଆଉ ପୂରଣ ହେଇ ପାରିବ ନାହିଁ ।ତେଣୁ ତାଙ୍କ ବିୟୋଗରେ ପୁରା ସାଂସ୍କୃତିକ ଜଗତରେ ଶୋକର ଛାୟା ଖେଳି ଯାଇଛି ।ତେବେ ପ୍ରଫୁଲ୍ଲ କର ଅନେକ ଓଡ଼ିଆ ଚଳଚ୍ଚିତ୍ରରେ କଣ୍ଠଦାନ କରିବା ସହ ନିଜେ ସଂଗୀତ ରଚନା ମଧ୍ୟ କରିଛନ୍ତି ।ତେବେ ‘କମଳ ଦେଶର ରାଜକୁମାର ମୁଁ ହାତରେ ପୁଷ୍ଫ ଧନୁ..’ ଗୀତରୁ ସେ ପରିଚିତ ହେଇଥିଲେ ।ଆଉ ସେ ୫୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରର ସଂଗୀତ ନିର୍ଦ୍ଦେଶନା ଦେଇଥିଲେ ।

ତେବେ ସଂଗୀତ ଜଗତକୁ ତାଙ୍କର ଅନନ୍ୟ ଅବଦାନ ଯୋଗୁ ତାଙ୍କୁ ବହୁତ ସମ୍ମାନରେ ସମ୍ମାନିତ କରାଯାଇଛି ସେଥିଭିତରୁ ରାଜ୍ୟ ସରକାରଙ୍କର ସର୍ବୋଚ୍ଚ ସମ୍ମାନ ଜୟଦେବ ପୁରସ୍କାର ୨୦୦୪ ପ୍ରଦାନ କରାଯାଇଥିଲା ।୨୦୧୫ରେ ପଦ୍ମଶ୍ରୀ ପୁରସ୍କାରରେ ମଧ୍ୟ ସମ୍ମାନିତ ହେଇଥିଲେ ଆହୁରି ୨୦୦୮ରେ ସ୍ବର୍ଣ୍ଣ ସଂଜୀବନୀ ସମ୍ମାନ, ୨୦୦୯ରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନରେ ବି ସମ୍ମାନିତ ହେଇଥିଲେ ସେ ।

ତେବେ ତାଙ୍କର ଅନେକ ସଂଗୀତ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ରାସ୍ତା ଦେଖେଇ ଥିଲା ଆମ ସମାଜକୁ ଯେପରି “କାଳୀ କପାଳି ନରମୁଣ୍ଡ ମାଳି..”ସଂଗୀତ ଆଜି ବି ଶୁଣିଲେ ସମସ୍ତଙ୍କ ଭିତରେ ବହୁତ ଉନ୍ମାଦନା ସୃଷ୍ଟି କରିଥାଏ ।ତେବେ ସେ ଆଜି ଆମ ଭିତରେ ନଥିଲେ ବି ତାଙ୍କର ଅନେକ ସଂଗୀତ ପାଇଁ ସେ ଆବୁଦିନ ପାଇଁ ଅମର ଅଟନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.