ବନ୍ଧୁଗଣ ମହିନ୍ଦ୍ରା ଗ୍ରୁପ୍ ର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରାଙ୍କୁ ତ ଆପଣ ଭଲ ଭାବରେ ଜାଣିଥିବେ।ସେ ଜଣେ ବିଖ୍ୟାତ ଶିଳ୍ପପତି, ଯିଏକି ତାଙ୍କ ବଦାନ୍ୟତା ଏବଂ ଉଦାରତା ପାଇଁ ବେଶ୍ ପରିଚିତ ଅଟନ୍ତି। ଅନେକ ସମୟରେ ସେ କିଛି ଏମିତି ଭିଡିଓ କୁ ସେୟାର କରିଥାନ୍ତି ଯାହା ବେଶ୍ ଭାଇରାଲ ହେବାରେ ଲାଗିଥାଏ। ସେହିଭଳି ଅନେକ ଭିଡିଓ ସବୁକୁ ତ ଆପଣ ଦେଖିଥିବେ। ଏବେ ସେହିଭଳି ଏକ ଭିଡିଓ କୁ ଆନନ୍ଦ ମାହିନ୍ଦ୍ରା ତାଙ୍କର ଟୁଇଟର ଆକାଉଣ୍ଟ୍ ରେ ସେୟାର କରିଛନ୍ତି। ଯାହାକୁ ନେଇ ଏବେ ପୁଣି ଚର୍ଚ୍ଚା ହେବାରେ ଲାଗିଛି। କାରଣ ସେ ସେୟାର କରିଥିବା ଭିଡିଓ ଟି କିଛି ସେହିପରି ଯାହା ବେଶ୍ ଭାଇରାଲ ହେବାରେ ଲାଗିଛି।
ଗତ ୧୮ ତାରିଖରେ ସେ ଏହି ଭିଡିଓ କୁ ତାଙ୍କ ଟୁଇଟର ଆକାଉଣ୍ଟ୍ ରେ ସେ ପୋଷ୍ଟ କରିଥିଲେ।ଏହି ଭିଡିଓ ଟି ମାତ୍ର ୩୦ ସେକେଣ୍ଡ ର ଥିଲା।ଏହି ଭିଡିଓ ରେ ଦେଖିବାକୁ ମିଳିଛି ଯେ ଜଣେ ବ୍ୟକ୍ତି ବସ୍ ଏବଂ ଟ୍ରକ୍ ରେ ବାଜୁଥିବା ହର୍ଣ୍ଣ ଭଳି ସ୍ୱର କରୁଛନ୍ତି। ପ୍ରଥମେ ଏହି ବ୍ୟକ୍ତି ଜଣଙ୍କ ଟ୍ରକ୍ ହାର୍ଣ୍ଣ ଭଳି ସ୍ଵର କରୁଛନ୍ତି ଏବଂ ଏହାପରେ ତାଙ୍କୁ ଜଣେ ବ୍ୟକ୍ତି ବସ୍ ର ହର୍ଣ ପରି ସ୍ଵର କରିବାକୁ କହୁଛନ୍ତି। ଆଉ ଏହା ପରେ ସେ ବସ୍ ହର୍ଣ ପରି ମଧ୍ୟ ସ୍ୱର କରୁଛନ୍ତି। ଆପଣ ଏହି ଭିଡିଓ କୁ ଦେଖିଲେ ଜାଣି ପାରିବେ ଯେ ତାଙ୍କ ସ୍ବର କିପରି ବସ୍ ଏବଂ ଟ୍ରକ୍ ର ହର୍ଣ ପରି ଅବିକଳ ଅଟେ।
ଯାହାକୁ ଯିଏ ବି ଦେଖୁଛି ସେ ଆଶ୍ଚର୍ଯ୍ୟ ହୋଇ ଯାଉଛି। ତେବେ ଏହି ଭିଡିଓ ରେ ଏହା ମଧ୍ୟ ଦେଖିବାକୁ ମିଳିଛି ଯେ ଜଣେ ବ୍ୟକ୍ତି ଉକ୍ତ ବ୍ୟକ୍ତି ଜଣଙ୍କୁ କିଛି ବସ୍ ର ନାମ ନେଇ ସେହି ବସ୍ ରେ ଥିବା ହର୍ଣ ର ସ୍ଵର କରିବାକୁ କହିବା ମାତ୍ରେ ଏହାକୁ ମାନି ସେ ସେହି ନିର୍ଦ୍ଦିଷ୍ଟ ବସ୍ ରେ ବାଜୁଥିବା ହର୍ଣର ସ୍ୱର କରି ଶୁନାଉ ଅଛନ୍ତି। ଏହାକୁ ଶୁଣି ଲାଗୁଛି ଯେମିତି ସତରେ ବସ୍ ତାର ହର୍ଣ ମାରୁଛି। ତେବେ ଏହି ଭିଡିଓ ଟି ସେୟାର ହେବା ପରେ ଏହାକୁ ଅନେକ ଲୋକ ଦେଖି ସାରିଲେଣି। ପ୍ରଥମ ପାଞ୍ଚ ଦିନରେ ଏହି ଭିଡିଓ କୁ ୭୧ ହଜାର ରୁ ଅଧିକ ଲୋକ ଦେଖି ସାରିଥିବା ବେଳେ ଅନେକ ଜଣ ଏହି ଭିଡିଓ କୁ ଦେଖି ସୁନ୍ଦର୍ ସୁନ୍ଦର୍ ପ୍ରତିକ୍ରିୟା ସବୁ ଦେଉଛନ୍ତି।
ଏହି ଭିଡିଓ ପୋଷ୍ଟ କରି ସେ ଲେଖିଛନ୍ତି ଯେ ଯାନବାହାନ କିପରି ଭାବରେ ଆମ ଦୈନନ୍ଦିନ ଜୀବନକୁ ବିମୋହିତ କରିଥାଏ ଏହି ଭିଡିଓ ତାହା ଆମକୁ ମନେ ପକାଇ ଦେଉଛି।ଏହି ବ୍ୟକ୍ତି ଜଣଙ୍କ ଇଣ୍ଡିଆନ୍ ଗଟ ଟେଲେଣ୍ଟରେ ସ୍ଥାନ ପାଇବା ଉଚିତ୍ ବୋଲି ସେ କହିଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।