ବନ୍ଧୁଗଣ ଆମ ଶରୀରରେ କାଲସିୟମ ଅଭାବରୁ ଅନେକ ପ୍ରକାର ସମସ୍ୟା ଦେଖିବାକୁ ମିଳିଥାଏ ଅଧିକାଂଶ ସମୟରେ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ହେବା ସହିତ ମାଂସ ପେଶୀ ବିନ୍ଧିବା ଅଣ୍ଟା ଯନ୍ତ୍ରଣା ଆଦି ଅନେକ ପ୍ରକାର ରୋଗ ଦେଖିବାକୁ ମିଳିଥାଏ |ସାଧାରତଃ ବ୍ୟକ୍ତି ଅଧିକ ବୟସ ହେବା କାରଣରୁ ଆଣ୍ଠୁ ଗଣ୍ଠି ଜନିତ ସମସ୍ୟା ଅଧିକ ମାତ୍ରାରେ ଦେଖିବାକୁ ମିଳିଥାଏ ମାତ୍ର ବର୍ତମାନ ପିଲା ଠାରୁ ବୃଦ୍ଧି ବ୍ୟକ୍ତି ପ୍ରଯ୍ୟନ୍ତ ସମସ୍ତଙ୍କ କ୍ଷେତ୍ରରେ ଏହି ଯନ୍ତ୍ରଣା ଦେଖିବକି ମିଳୁଛି |ମୁଁ ଆଜି ଆପଣକୁ ବିନା ଔଷଧ ସେବନରେ ଏହି ଯନ୍ତ୍ରଣାକୁ ଦୂର କରିବା ପାଇଁ ଏକ ସୁନ୍ଦର ହୋମ ରିମିଡ଼ି ବିଷୟରେ ଆପଣଙ୍କୁ ଜଣେଇବି ଯାହାକି ସମ୍ପୂର୍ଣ ପ୍ରାକୃତିକ ଅଟେ |ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଏହି ହୋମ ରିମିଡିର ପ୍ରସ୍ତୁତି ଓ ବ୍ୟବହାର ବିଷୟରେ ସମ୍ପୂର୍ଣ କଥା ଜାଣିବା |
ଆବଶ୍ୟକ ସାମଗ୍ରୀ :-
ପଦ୍ମ ମଞ୍ଜି, ପାନ ମହୁରୀ, ଗୋଲମରିଚ, ମିଶ୍ରି
ପ୍ରସ୍ତୁତି :-
ଆପଣ ଏହି ହୋମ ରିମିଡଡ଼ି ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଶହେ ଗ୍ରାମ ପଦ୍ମ ମଞ୍ଜି ନେଇ ତାହାକୁ ଏକ ପାତ୍ରରେ ଅଳ୍ପ ଘିଅ ପକାଇ ତାହାକୁ ଭଲ ଭାବରେ ଭାଜି ନିଅନ୍ତୁ |ପରେ ଆପଣ ଏକ ସହ ଗ୍ରାମ ପାନ ମଧୁରୀ ଏବଂ ଶହେ ଗ୍ରାମ ମିଶ୍ରି ଗୁଣ୍ଡ ନିଅନ୍ତୁ ପରେ ଆପଣ ଦଶ ଗ୍ରାମ ଗୋଲମରିଚ ନେଇ ଏହି ସମସ୍ତ ସାମଗ୍ରୀକୁ ଏକ ଗ୍ରାଇଣ୍ଡିଙ୍ଗ ଜଗରେ ଭଲ ଭାବରେ ଗ୍ରାଇଣ୍ଡିଙ୍ଗ କରି ଏହାର ଏକ ଫାଇନ ପାଉଡର ପ୍ରସ୍ତୁତ କରନ୍ତୁ |ପରେ ଆପଣ ଏହି ଜିଣ୍ଡକୁ ଏକ ପାତ୍ରରେ ସାଇତି କରି ରଖନ୍ତୁ |ଏହି ସାମଗ୍ରୀ ଆପଣ କ୍ଷୀର ସହିତ ସେବନ କଲେ ଆପଣକୁ ବହୁତ ଭଲ ଫଳ ମିଳିଥାଏ |
ବ୍ୟବହାର :-
ଆପଣ ପ୍ରତ୍ୟକ ଦିନ ଏକ ଗ୍ଲାସ ଉଷାମ କ୍ଷୀର ନେଇ ସେହି ଗୁଣ୍ଡରୁ ଦୁଇ ଚାମୋଚ ଏହି କ୍ଷୀର ଗ୍ଲାସରେ ପକାଇ ତାହାକୁ ଭଲ ଭାବରେ ମିଶାଇ ସେହି କ୍ଷୀରକୁ ଆପଣ ସେବନ କରନ୍ତୁ |ଏହିପରି ଆପଣ ଯଦି ପ୍ରତ୍ୟେକ ଦିନ ଏହାକୁ ସେବନ କରନ୍ତି ତେବେ ଏହା ଆପଣଙ୍କ ଶରୀରକୁ କାଲସିୟମ ଯୋଗାଇ ଦେବା ସହିତ ଆପଣଙ୍କ ଦେହର ଆଣ୍ଠୁଗଣ୍ଠି ଯନ୍ତ୍ରଣା ଆଦି ଧୀରେ ଧୀରେ ଠିକ ହୋଇଯାଏ |ଆପଣଙ୍କ ଶରୀରରେ କାଲସିୟମ ପରିମାଣ ବଢିବା ଦ୍ଵାରା ଆପଣଙ୍କ ଅଣ୍ଟା ଯନ୍ତ୍ରଣା ସହିତ ଆଣ୍ଠୁଗଣ୍ଠି ଯନ୍ତ୍ରଣା ମଧ୍ୟ ଠିକ ହୋଇଯାଏ |
ଏହା ସହିତ ଆପଣ ପ୍ରତ୍ୟେକ ଦିନ ନିଜର ଦୈନନ୍ଦିନ ଜୀବନରେ କାଲସିୟମ ଜାତୀୟ ଖାଦ୍ୟ ଖାଇବା ସହିତ ପ୍ରତ୍ୟେକ ଦିନ ସକାଳ ସୂର୍ଯ୍ୟ କିରଣରେ ଚଲାବୁଲା କରିବା ପାଇଁ ଚେଷ୍ଟା କରନ୍ତୁ |ଯାହା ଦ୍ଵାରା ଆପଣଙ୍କ ଶରୀରକୁ ମଧ୍ୟ ଭିଟାମିନ ଡି ମିଳିଥାଏ |ଆପଣଙ୍କ ଶରୀର ମାଂସ ପେଶୀ ଯନ୍ତ୍ରଣା ମଧ୍ୟ ଦୂର ହୋଇଯାଏ ଆପଣ ଧୀରେ ଧୀରେ ସମ୍ପୂର୍ଣ ସୁସ୍ଥ ହେବା ସହିତ ଆଉ କେବେ ଏହି ସମସ୍ୟାରେ ସମ୍ମୁଖୀନ ହୁଅନ୍ତି ନାହିଁ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।