Chandra Grahan 2023 – ଚନ୍ଦ୍ର ଗ୍ରହଣ କେଉଁ ରାଶି ପ୍ରତି ରହିଛି କଣ ପ୍ରଭାବ | Dr. Bhabani Shankar Mohapatra

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ଓ ନକ୍ଷତ୍ର ମାନଙ୍କର ଗତି ଵିଧି ଫଳରେ ଆମର ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟପରାଗ ଭଳି କିଛି ଘଟଣା ମାନ ଘଟିଥାଏ | ଆଉ ଯାହା ଯୋଗୁଁ ଏହାର କିଛି ପ୍ରଭାବ ଆମ ମାନବ ସମାଜ ଉପରେ ପଡିଥାଏ ବୋଲି କୁହାଯାଉଛି | ତେବେ ଚନ୍ଦ୍ରଗ୍ରହଣ ର ନିଦ୍ଦିଷ୍ଟ ସମୟ ରହିଛି ଆଉ ଯେଉଁ ସମୟ ରେ ଏହି ଭଳି କେତେକ ମାହା ଜାଗତୀୟ ଘଟଣା ମାନ ଘଟିଥାଏ ବୋଲି କୁହାଯାଉଛି | ତେବେ ବର୍ତ୍ତମାନ 2023 ରେ ଘଟିବାକୁ ଯାଉଥିବା ଚନ୍ଦ୍ରଗ୍ରହଣ ବିଷୟରେ କୁହାଯାଉଛି | ତାହା ସହିତ ଏହି ଚନ୍ଦ୍ରଗ୍ରହଣ ଆମ ଜୀବନ ଉପରେ କଣ ପ୍ରଭାବ ପକାଇଥାଏ ଓ କେଉଁ କେଉଁ ରାଶି ପାଇଁ ଏହା ଶୁଭ ଓ କାହା ପାଇଁ ଅଶୁଭ ହୋଇଥାଏ ଆସନ୍ତୁ ସେ ବିଷୟରେ ଜାଣିବା |

ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟପରାଗ ଲାଗିବାର ସମୟ କଣ ରହିଛି :-

ତେବେ ଯାହା କୁହାଯାଉଛି କି 2023 ମସିହାରେ ଚନ୍ଦ୍ରଗ୍ରହଣ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବିଭିନ୍ନ ପ୍ରକାରର ପ୍ରଭାବ ପକାଇବାକୁ ଯାଉଛି | ଆଉ ଯାହା ଫଳରେ କୁହାଯାଉଛି କି ପ୍ରଥମ ସୂର୍ଯ୍ୟପରାଗ 2023 ରେ 20 ଏପ୍ରିଲ ଗୁରୁବାର ଦିନ ଓ ଦ୍ଵିତୀୟ ସୂର୍ଯ୍ୟପରାଗ 14 ଅକ୍ଟୋବର ଶନିବାର ଦିନ ଆମ ପୃଥିବୀ ରେ ଘଟିବାକୁ ଯାଉଥିବା ବେଳେ ଚନ୍ଦ୍ରଗ୍ରହଣ 2023 ମସିହା ରେ ମଇ 5 ଶୁକ୍ରବାର ରେ,ଦ୍ଵିତୀୟ ଚନ୍ଦ୍ରଗ୍ରହଣ 29 ଅକ୍ଟୋବର ରେ ଶନିବାର ଦିନ ଅନୁଷ୍ଠିତ ହେବ | ତାହା ସହିତ କୁହାଯାଉଛି କି ଏହି ଚନ୍ଦ୍ରଗ୍ରହଣ 5 ଶୁକ୍ରବାର 2023 ରେ ରାତି 8:45 ରୁ ଆରମ୍ଭ ହେବ ଓ ଶୁକ୍ରବାର ରାତି 1 ରେ ଶେଷ ହେବ ବୋଲି କୁହାଯାଇଛି | ତାହା ସହିତ ଏହି ଚନ୍ଦ୍ରଗ୍ରହଣ ସମ୍ପୂର୍ଣ୍ଣ ଭାବରେ 10:53 ରାତି ରେ ଭଲ ଭାବରେ ଦୃଶ୍ୟମାନ ହେବ |

କଣ କରିବା ଉଚିତ ଆଉ କଣ କରିବା ଉଚିତ ନୁହଁ :-

କୁହାଯାଏ କି ଚନ୍ଦ୍ରଗ୍ରହଣ ଲାଗିବାର 12 ଘଣ୍ଟା ପୂର୍ବରୁ ପାକ ନିଷେଧ କରାଯାଇଥାଏ | ଆଉ ରାନ୍ଧିବା କାର୍ଯ୍ୟ କୁ ମଧ୍ୟ ବନ୍ଦ କରାଯାଇଥାଏ | ଏହା ସହିତ କୁହାଯାଉଛି କି ଯଦି ଆପଣ ମାନେ ଏହି ସମୟରେ କୌଣସି ଦାନ କି ଧର୍ମ କରିବେ ତାହେଲେ ତାହାର ଶୁଭ ପ୍ରଭାବ ଆପଣଙ୍କ ଉପରେ ପଡିବ ବୋଲି ମଧ୍ୟ ଜ୍ୟୋତିଷ ଶାସ୍ତ୍ର ରେ କୁହାଯାଇଛି | ତାହା ସହିତ ଏହି ଚନ୍ଦ୍ରଗ୍ରହଣ ବିଶେଷ କରିକି ଗର୍ଭବତୀ ମହିଳା ଙ୍କ ଉପରେ ପ୍ରଭାବ ପକାଇଥାଏ, ତେବେ ଏହି ସମୟରେ ସେମାନେ ଖାଇବେ ନାହିଁ କି ଶୋଇବେ ନାହି ତାହା ସହିତ ବାହାରକୁ ମଧ୍ୟ ବାହାରିବେ ନାହିଁ |ଦେବ କାର୍ଯ୍ୟ କୁ ମଧ୍ୟ ନିଷିଦ୍ଧ କରାଯାଇଥାଏ ଏହି ଚନ୍ଦ୍ରଗ୍ରହଣ ରେ |ତେବେ ଗ୍ରହଣ ପରେ ଆପଣ ମାନେ ଗାଧୋଇ ସାରି ଖାଇବା ଗ୍ରହଣ କରିବା ଉଚିତ |

କେଉଁ କେଉଁ ରାଶି ଉପରେ କଣ ପ୍ରଭାବ ପକାଇଥାଏ :-

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମେଷ, ବୃଷ, କର୍କଟ, କନ୍ୟା, ବିଛା,ଧନୁ, କୁମ୍ଭ ଏବଂ ମୀନ ରାଶି ଉପରେ ଚନ୍ଦ୍ରଗ୍ରହଣ ର ପ୍ରଭାବ ଭଲ ରହୁଥିବା ବେଳେ ସିଂହ, ତୁଳା, ମକର ଓ ମିଥୁନ ରାଶି ଉପରେ ଏହା ଅଶୁଭ ହୋଇଥାଏ ବୋଲି କୁହାଯାଇଛି |

ତେବେ ଏହା ଥିଲା 2023 ରେ ଘଟିବାକୁ ଥିବା ଚନ୍ଦ୍ରଗ୍ରହଣ ବିଷୟରେ ସମ୍ପୂର୍ଣ୍ଣ ସୂଚନା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment