ଛିଃ.. ଛିଃ… ପୁଣି ବାଲେଶ୍ୱର ରେ ଲଜ୍ୟା ! ଝାଉଁ ବଣରେ ଏକୁଟିଆ ପୁଅ ଝିଅଙ୍କୁ ଗାଁ ଲୋକ କଲେ ଏମିତି….

“ଆମ କୁ ଛାଡି ଦିଅନ୍ତୁ , ଆମେ ଫୋଟ ଉଠେଇବା ପାଇଁ ଆସିଥିଲୁ ଆମର କିଛି ଭୁଲ ନାହିଁ ।ବିନା କାରଣ ରେ ଆମକୁ ଆପଣ ମାନେ ହଇରାଣ କାହିଁକି କରୁଛନ୍ତି”। ବନ୍ଧୁଗଣ ଏ ହେଉଛି ଦୁଇ ଜଣ ପର୍ଯ୍ୟଟକ ଙ୍କ ର ଅନୁରୋଧ ଯେଉଁ ମାନ ଙ୍କୁ ବିନା କାରଣ ରେ ହଇରାଣ କରିଛନ୍ତି କିଛି ସ୍ଥାନୀୟ ଅସାମଜିକ ଲୋକେ। ତେବେ ସେମାନେ ଏହିପରି ଅମାନବିକ ପାଲଟି ଯାଇଛନ୍ତି କି ପର୍ଯ୍ୟଟକ ସ୍ଥଳୀ ରେ ବିନା କାରଣ ରେ ଜଣେ ଯୁବକ ଓ ଯୁବତୀ ଙ୍କୁ ଅଟକେଇ ତାଙ୍କୁ ହଇରାଣ କରି ତାଙ୍କର ଭିଡ଼ିଓ ବନେଇ ,ଟଙ୍କା ମାଗିଛନ୍ତି।

ତେବେ ଏହିଭଳି ନିନ୍ଦନୀୟ ଘଟଣା ଟି ଦେଖିବା କୁ ମିଳିଛି ବାଲେଶ୍ଵର ଜିଲ୍ଲା ର ବାଲିଆପାଳ ବ୍ଲକ ର ପ୍ରସିଦ୍ଧ ପର୍ଯ୍ୟଟକ ସ୍ଥଳୀ ଡ଼ଗରା ଠାରେ। ଯେଉଁ ଠାରେ ଜଣେ ଯୁବକ ଓ ଯୁବତୀ କିଛି ସ୍ଥାନୀୟ ଅସାମାଜିକ ବ୍ୟକ୍ତି ଙ୍କ ହାବୁଡ଼ ରେ ପଡିଯାଇଛନ୍ତି। ତେବେ ଘଟଣା ଟି କିଛି ଏହିପରି ଥିଲା କି , ବାଲେଶ୍ଵର ରୁ ଜଣେ ଯୁବତୀ ତାଙ୍କର ପୁରୁଷ ବନ୍ଧୁ ଙ୍କ ସହ ମିଶି ବାଲେଶ୍ଵର ର ବାଲିଆପାଳ ରେ ଥିବା ଡ଼ଗରା ସମୁଦ୍ର କୂଳ କୁ ବୁଲିବା ପାଇଁ ଯାଇଥିଲେ। ତେବେ ସେମାନେ ସମୁଦ୍ର କୂଳରେ ବୁଲୁଥିବା ବେଳେ ଟିକେ ଦୂର କୁ ଚାଲି ଯାଇଥିଲେ ।

ତେବେ ସେମାନ ଙ୍କୁ ସେଠାରେ ଏକୁଟିଆ ଦେଖିବା ପରେ କିଛି ସ୍ଥାନୀୟ ଟୋକା ତାଙ୍କୁ ଘେରି ପକେଇ ଥିଲେ ଏବଂ ଅସାମାଜିକ ବ୍ୟବହାର କରିବା ଆରମ୍ଭ କରି ଦେଇଥିଲେ। ତେବେ ସେମାନେ ଉଭୟ ଯୁବକ ଓ ଯୁବତୀ ଙ୍କୁ ଓଲଟା ପାଲଟା କଥା କହିବା ସହ ତାଙ୍କର ଭିଡ଼ିଓ କରି ସୋସିଆଲ ମିଡ଼ିଆ ରେ ସେୟାର କରିବା ର ଧମକ ମଧ୍ୟ ଦେଇଥିଲେ। ତେବେ ଯୁବତୀ ଜଣଙ୍କ ଏହି ପରିସ୍ଥିତି କୁ ଦେଖି ବହୁତ ଭୟଭୀତ ହୋଇ ଯାଇଥିଲେ କାରଣ ଏହି ଅସାମାଜିକ ବ୍ୟକ୍ତି ମାନେ ତାଙ୍କ ସହ କଣ କରିବେ ତାହାର କିଛି ମାନେ ନାହିଁ। ଏପଟେ ଯୁବକ ଜଣଙ୍କ ପରିସ୍ଥିତି କୁ ସମ୍ଭାଳିବା ପାଇଁ ଚେଷ୍ଟା କରିଥିଲେ।

ମାତ୍ର ସେହି ଅସାମଜିକ ବ୍ୟକ୍ତି ମାନେ ତାଙ୍କୁ ସେହିପରି ହଇରାଣ କରିବା କୁ ଲାଗିଥିଲେ ଆଉ ପରେ ୫ ହଜାର ଟଙ୍କା ତାଙ୍କୁ ମାଗିଥିଲେ। ତେବେ ଯୁବକ ଜଣଙ୍କ ବହୁତ କହି ବୁଲି ସେହି ଲୋକ ମାନ ଙ୍କୁ ଏକ ହଜାର ଟଙ୍କା ଦେଇ ସେଠା ରୁ ଯୁବତୀ ଙ୍କୁ ନେଇ ପଳେଇ ଯାଇଥିଲେ। ତେବେ ପରେ କିନ୍ତୁ ସେହି ଅସାମାଜିକ ବ୍ୟକ୍ତି ମାନେ ଏହାର ଭିଡ଼ିଓ ଟିକୁ ସେୟାର କରିଥିଲେ ଯାହାକି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରାଲ ହେବା ରେ ଲାଗିଛି। ତେବେ ଏହା କେବଳ ଗୋଟିଏ ଭିଡ଼ିଓ ନୁହେଁ ଏହିଭଳି ଅନେକ ସ୍ଥାନରେ ଅନେକ ଭିଡ଼ିଓ ଦେଖିବା କୁ ମିଳିଛି। ତେବେ ଦେଖାଯାଉ ଭିଡ଼ିଓ ଟି ଭାଇରାଲ ହେବା ପରେ ପୋଲିସ ତାର କଣ ଭୂମିକା କରୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment