୦୮ ମାର୍ଚ୍ଚ (ଦୋଳ ପୂର୍ଣ୍ଣିମା/ହୋଲି ) ଚୁପଚାପ୍ ୩ଟି ଜାଗାରେ ଧଣିଆ ରଖନ୍ତୁ,ମାଲକ୍ଷ୍ମୀ ଧନର ବର୍ଷା କରିବେ – Sadhu Bani

ଆମ ସଂସାର ରେ କିଛି ଏଭଳି ସରଳ ଉପାୟ ମାନ ରହିଥାଏ ଯାହା ଆମ ଜୀବନର ଲାଗି ରହିଥିବା ଦୁଃଖ କଷ୍ଟ କୁ ପୂର୍ଣ୍ଣ ଭାବେ ଦୂର କରି ଦେଇଥାଏ। କେବଳ ଆପଣଙ୍କୁ ଏହି କଥାର ଧ୍ୟାନ ରଖିବାକୁ ପଡ଼ିବ ଯେ ଆପଣ ଯେଉଁ ଉପାୟ ସବୁ କରୁଛନ୍ତି ତାହା କୌଣସି ଏକ ଶୁଭ ଦିନରେ କରନ୍ତୁ। ଆଜି ଆମେ ଆପଣଙ୍କୁ ଧଣିଆ କୁ ନେଇ କିଛି ଉପାୟ ବାବଦରେ କହିବୁ ଯେଉଁ ଉପାୟ ଆପଣ ଫାଲଗୁନ ପୂର୍ଣ୍ଣିମା ଦିନ କରି ପାରିବେ। କାରଣ ଫାଲଗୁନ ପୂର୍ଣ୍ଣିମା ଦିନକୁ ଅତ୍ୟନ୍ତ ପବିତ୍ର ଏବଂ ଶୁଭ ବିବେଚନା କରା ଯାଇଥାଏ। ତେବେ ଆସନ୍ତୁ ଜାଣିବା ଧଣିଆକୁ ନେଇ କିଛି ଖାସ୍ ଉପାୟ।

୧.ପ୍ରଥମେ ଆପଣ ସକାଳୁ ଉଠି ସ୍ନାନ ଆଦି ନିତ୍ୟକ୍ରମ ଶେଷ କରନ୍ତୁ। ଏହା ପରେ ଆପଣ ହଳଦିଆ ବସ୍ତ୍ର ପରିଧାନ କରନ୍ତୁ। ଏହାପରେ ଆପଣ ରୁମାଲ ସାଇଜ୍ ଏ ଏକ ହଳଦିଆ କପଡା ନିଅନ୍ତୁ। ସେହି ହଳଦିଆ କପଡ଼ା ଉପରେ ଆପଣ ଗଣି ଗଣି ୨୧ ଟି ଧଣିଆ ରଖନ୍ତୁ। ଏବଂ ଏଥିରେ ହଳଦୀ ଚଢାନ୍ତୁ। ଏବଂ ସେହି ହଳଦିଆ କପଡ଼ା କୁ ନାଲି ରଙ୍ଗର ସୂତା ରେ ଗୁଡେ଼ଇ ଦିଅନ୍ତୁ। ଏହାକୁ ଆପଣ ନିଜ ପାଖରେ ଥିଲା ରଖନ୍ତୁ। ଏହାପରେ ଅସ୍ତ ଗଛ ମୂଳକୁ ଯାଇ ଏକ ଲୋଟା ଜଳ ଅର୍ପଣ କରି ସାତଥର ପରିକ୍ରମା କରନ୍ତୁ। ଆଉ ଆପଣ ସାଥିରେ ନେଇଥିବା ଧଣିଆ କୁ ଘର ପୂଜା ଘରେ ଆଣି ରଖି ଦିଅନ୍ତୁ। ଏହି ଉପାୟ କୁ ଆପଣଙ୍କୁ ୬ ମାର୍ଚ୍ଚ ଦିନବେଳା କରିବାକୁ ପଡ଼ିବ । ୭ ମାର୍ଚ୍ଚ ଦିନ ସୂର୍ଯ୍ୟ ଅସ୍ତ ହୋଇଗଲା ପରେ ଆପଣ ସେହି ଧାଣିଆ କୁ ନେଇ ଘରର ଏପରି ରୁମ୍ ରେ ରଖନ୍ତୁ ଯେଉଁ ରୁମ୍ ରେ ଆପଣ ଅଧିକ ସମୟ ବିତାଉ ଥିବେ। ଆପଣ ଯଦି ଏହି ଉପାୟକୁ ମାନି କି ଚାଲିବେ ରାହୁ କେତୁ ପୁରା ବର୍ଷ ଆପଣଙ୍କୁ ସାଥ ଦେବେ

୨. ୭ ମାର୍ଚ୍ଚ ଦିନ ସନ୍ଧ୍ୟା ପରେ ଏକ ଘିଅର ଦୀପ ନିଅନ୍ତୁ। ଏହାପରେ ଭଗବାନ୍ ବିଷ୍ଣୁ ଙ୍କ ବିଜୟ ମନ୍ତ୍ର ‘ଓମ୍ ନମ୍ଃ ଭଗବତେ ବାସୁଦେବାୟ ନମ୍ଃ’
ଜପ କରନ୍ତୁ। ଏବଂ ଘର ପାଖରେ ଥିବା ଏକ ଅସ୍ତ ଗଛ ମୂଳକୁ ଯାଆନ୍ତୁ। ଏବଂ ଏକ ଘିଅ ର ଦୀପ ଜାଳି ଦିଅନ୍ତୁ। ଆପଣ ଯିବା ସମୟରେ ସାଥିରେ ପାଞ୍ଚ ଟି ଧଣିଆ ନେଇ ଥିବେ ଆଉ ସେହି ଧଣିଆ କୁ ପୂର୍ବ ଦିଗରେ ଭସାଇ ଦିଅନ୍ତୁ।

୩.ଯଦି ଆପଣଙ୍କ ଠାରୁ କେହି ବ୍ୟକ୍ତି କରଜ୍ ନେଇ ଫେରାଇ ନାହିଁ ତେବେ ଏକ ଲାଲ୍ ରଙ୍ଗର ପେପର ଉପରେ ତିନୋଟି ଧଣିଆ ରଖନ୍ତୁ। ଏବଂ ସେହି ପେପର କୁ ନାଲି ସୂତାରେ ବାନ୍ଧି କରଜ ଫେରାଇ ନଥିବା ବ୍ୟକ୍ତି ର ନାମ ନେଇ ଭସାଇ ଦିଅନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment