Hair Tips – ଚୁଟି ଝଡ଼ିବା , ଅସମୟରେ ପାଚିବା, ଦୁଇ ମୁହାଁ, ରୁପି, କୁଣ୍ଡେଇ ହେବା ସବୁ ବନ୍ଦ ଗ୍ୟାରେଣ୍ଟି

ହଁ ଦର୍ଶକ ବନ୍ଧୁ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ସମସ୍ତେ ଯିଏ ଯାହାର କେଶ କୁ ନେଇକି ଅଧିକ ଯତ୍ନବାନ ଥାଆନ୍ତି |କାରଣ ଯଦି ଆମର କେଶ ଠିକ ରହିବ ତାହେଲେ ଆମର ସୌନ୍ଦର୍ଯ୍ୟ ଦୁଇ ଗୁଣିତ ହୋଇଯିବ | ଆଉ ଯଦି ଆପଣ ଙ୍କ କେଶ ଜନିତ ସମସ୍ୟା ଦେଖା ଯାଉଥିବ ଵା କେଶ ଝାଡୁଥିବ, ରୂପି ଓ କେଶ ପାଚିଲା ଭଳି ସମସ୍ୟା ମାନ ଦେଖା ଯାଉଥାଏ ତାହେଲେ ସେ ସବୁ କାରଣ କୁ ନେଇକି ଆମେ ମାନେ ବହୁତ ଟେନସନ ରେ ରହିଥାଉ ବୋଲି କୁହାଯାଉଛି | ତେବେ ଆଜି ଆମେ କେତେକ ଘରେଇ ଉପକାରଣ କୁ ବ୍ୟବହାର କରିକି କେଶ ଜନିତ ସମସ୍ୟା ରୁ ମୁକ୍ତି ପାଇବାର ସହଜ ଘରେଇ ଉପଚାର ବିଷୟରେ ଜାଣିବା ଯାହା ଆମର କେଶ ଜନିତ ସମସ୍ୟା କୁ ଦୂର କରିବାରେ ସାହାଯ୍ୟ କରିବ |

ଆବଶ୍ୟକୀୟ ଉପକରଣ :-

ଭୁଶୁଙ୍ଗା ପତ୍ର, ମେଥି, କଳାଜିରା, ସୋରିଷ ତେଲ, ନଡ଼ିଆ ତେଲ

ପ୍ରସ୍ତୁତି ପ୍ରଣାଳୀ :-

ଆମର କେଶ ଜନିତ ସମସ୍ୟା ରୁ ମୁକ୍ତି ପାଇବା ପାଇଁ ସହଜ ଘରେଇ ଉପଚାର ପ୍ରସ୍ତୁତି ପାଇଁ ଆପଣ ମାନଙ୍କୁ ପ୍ରଥମେ ଆବଶ୍ୟକ ପଡିବ ତାହା ବେଉଛି ଭୁଶୁଙ୍ଗା ପତ୍ର | ତେବେ ଆପଣ ମାନେ ପ୍ରଥମେ ଭୁଶୁଙ୍ଗା ପତ୍ର କୁ ନେଇକି ତାହାକୁ ପାଣି ରେ ଭଲ ଭାବରେ ଧୋଇ ନେବେ | ଆଉ ତାହା କୁ ନେଇକି ଛାଇ ରେ କମ ଖରା ପଡିଥିବା ସ୍ଥାନରେ ଶୁଖାଇ ଦେବେ | ତାହା ପରେ ଆପଣ ମାନେ ଚାହିଁଲେ ପତ୍ର ଶୁଖିଲା ପରେ ଗୁଣ୍ଡ ବନେଇକି ରଖି ପାରିବେ | ତାହା ପରେ ଆପଣ ମାନେ କଳା ଜିରା ଓ ମେଥି ଦାନା କୁ ନେଇଯିବେ ଆଉ ତାହାକୁ ଭଲ ଭାବରେ ଗୁଣ୍ଡ ବନଇବେ |

ତାହା ପରେ ଆପଣ ମାନେ ଗ୍ୟାସ ରେ ଏକ ଲୁହା ର କଢେଇ ବସାଇବେ ଓ ସେଥିରେ ସୋରିଷ ତେଲ ଗୋଟିଏ କପ ଓ ନଡ଼ିଆ ତେଲ ଗୋଟିଏ କପ ପକାଇବେ ଓ ସେଥିରେ ଭୁଶୁଙ୍ଗା ପତ୍ର ଓ ଜିରା ମେଥି ର ଗୁଣ୍ଡ କୁ ପକାଇବେ |ତାହା ପରେ 10-15 ମିନିଟ ତାହାକୁ ଫୁଟାଇବେ | ଏବେ ଆପଣ ମାନେ କଢେଇ ରୁ ସେହି ତେଲ କୁ ଭଲ ଭାବରେ ଛାଣି ଦେବେ | ଆଉ କାଚ ଜାର ରେ ରଖି ତାହାକୁ ସବୁଦିନ ଖରାରେ ବସାଇବେ |

ବ୍ୟବହାର :-

ପ୍ରସ୍ତୁତ ହୋଇଥିବା ଏହି ତେଲ କୁ ଆପଣ ମାନେ ସପ୍ତାହ ରେ ତିନି ଥର ଲଗାଇ ପାରିବେ ଭଲ ଭାବରେ ମାଲିସ କରିକି | ଆଉ ଗୋଟିଏ ଦିନ ମୁଣ୍ଡ ରେ ରହିବା ପରେ ତାହାକୁ ପରେ ସେମ୍ପୁ କରିଦେବେ ବୋଲି କୁହାଯାଉଛି |

ତେବେ ଏହି ଭଳି ଭାବରେ ଘରେଇ ଉପଚାର କୁ ବ୍ୟବହାର କରିକି ଆମେ କେଶ ଜନିତ ସମସ୍ୟା ରୁ ମୁକ୍ତି ପାଇପାରିବା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment