Swastik Tv News Odisha

ଦେଖନ୍ତୁ କିଭଳି ନାବାଳକ ପୁଅର କ୍ରୋଧ, କିଛି ଏଭଳି କାମ ପାଇଁ ପୋଛିଦେଲା ମାଆ ର ମଥାର ସିନ୍ଦୂର

1

କ୍ରୋଧ ମଣିଷ ର ପରମ ଶତ୍ରୁ ବୋଲି ସମସ୍ତେ ଜାଣିଥାନ୍ତି । କ୍ରୋଧ ଏତ ଭୟଙ୍କର ଯେ ସବୁ କିଛି ଭାଙ୍ଗି ରୁଜି ଚୁରମାର୍ କରିଦିଏ ଆଖି ପଲକ ଭିତରେ । ତେଣୁ ମାନସିକବିଦ୍ ତଥା ଡାକ୍ତର ସବୁ ବେଳେ କହିଆସିଛନ୍ତି କ୍ରୋଧ କୁ ସମ୍ବରଣ କରିବା ପାଇଁ । କାରଣ କ୍ରୋଧ ଶରୀର ପକ୍ଷେ ମଧ୍ୟ ଆଦୌ ଭଲ ନୁହଁ ।

ଉଚ୍ଚ ରକ୍ତଚାପ ର କାରଣ ମଧ୍ୟ କ୍ରୋଧ ହିଁ ହୋଇଥାଏ ଓ ଏହି କ୍ରୋଧ ହୃତପିଣ୍ଡ ଓ ମସ୍ତିଷ୍କ ପାଇଁ ମଧ୍ୟ ଭଲ ନୁହେଁ । ତେଣୁ ନିଜ କ୍ରୋଧ କୁ ନିଜ ଅକ୍ତିଆର ରେ ରଖିବା ଉଚିତ୍ । ଏହିପରି ଜଣେ ପୁଅ ଟିଏ ନିଜ କ୍ରୋଧ କୁ ସମ୍ଭାଳି ନ ପାରି ନିଜ ବାପା ଙ୍କୁ ମାରିଦେବା ଘଟଣା ବର୍ତ୍ତମାନ ସାମ୍ନା କୁ ଆସିଛି । ସାନ ପୁଅ ବାପା ଙ୍କୁ ମାରିଦେବା ଲିଖିତ ଅଭିଯୋଗ କରିଛନ୍ତି ବଡ଼ ପୁଅ ।

ସାବିତ୍ରୀ ପୁର୍ବ ଦିନ ମା ର ସିନ୍ଦୂର ଲିଭାଇଦେଲ ପୁଅ । ଘଟଣା ଟି ଗଞ୍ଜାମ ଜିଲ୍ଲା ର ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଜିରାବାଡି ଗାଆଁ ରେ ବାପା କୃଷ୍ଣ ସାହୁ ଙ୍କୁ ହତ୍ୟା କରିଛି ସାନ ପୁଅ । ସାବିତ୍ରୀ ଅମାବାସ୍ୟା ପୂର୍ବ ଦିନ ନିଜ ବାପା ଙ୍କୁ ସେ ମାରି ଘର ପଛ ପଟେ ଥିବା କୂଅ ରେ ମୃତ ଦେହ ପକାଇ ଦେଇଛି । କଥା କିଛି ନଥିଲା , କିନ୍ତୁ ନିଜ କ୍ରୋଧ ସବୁ ସୀମା ଏପରି ଡେଇଁ ଗଲା ଯେ ନିଜ ଜନ୍ମଦାତା ବାପା ଙ୍କୁ ମାରିଦେଲା ।

ତେବେ ତା ପରଦିନ ଥିଲା ସାବିତ୍ରୀ । ନିଜ ସ୍ବାମୀ ର ମଙ୍ଗଳ କାମନା କରି ଦୀର୍ଘାୟୁ କାମନା କରି ସ୍ତ୍ରୀ ମାନେ ପାଳିଥାଆନ୍ତି ସାବିତ୍ରୀ ବ୍ରତ । ତେବେ ସାବିତ୍ରୀ ଆଗଦିନ ମା ଙ୍କୁ ବିଧବା କରିଦେଲା ନିଜ ସାନ ପୁଅ । ବଡ଼ ପୁଅ ଜଗନ୍ନାଥପ୍ରସାଦ ଥାନା ରେ ନିଜ ସାନ ଭାଇ ନା ‘ ରେ ଏତଲା ଆଣିଛି । ଲିଖିତ ଅଭିଯୋଗ କରିଛନ୍ତି । ତେବେ ପିଲା ଟି ନାବାଳକ ହୋଇଥିବା ରୁ ପୋଲିସ ତାକୁ ଅଟକ ରଖି ଅଧିକ ପଚରା ଉଚୁରା କରୁଛି ।

ତେବେ ଜଣା ପଡ଼ିଛି ଯେ କୌଣସି ପାରିବାରିକ କଳହ ପାଇଁ ଏପରି ଘଟିଛି । ବିଳମ୍ବିତ ରାତିରେ କାଳ ସବାର ହୋଇଥିଲା ସାନ ପୁଅ ମୁଣ୍ଡ ରେ । ତେବେ ଏ ନେଇ ଭଞ୍ଜନଗର ଏସ୍ଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି ।

ଯେଉଁ ବାପା ର ହାତ ଧରି ପୁଅ ଚାଲିବା ଶିଖୁଥିଲା , ଯେଉଁ ବାପା କାନ୍ଧ ରେ ବସି ଦୁନିଆ ବୁଲି ବୁଲି ଦେଖୁଥିଲା, ଯେଉଁ ବାପା ଙ୍କ ହାତ ରୁ ପିଲା ଟି ଆଶୀର୍ବାଦ ପାଉଥିଲା , ଆଜି ସେଇ କାନ୍ଧ କୁ ସେ ଭାଙ୍ଗି ଦେଇଛି , ସେହି ହାତ କୁ ସେ କାଟିଦେଇଛି । ପୋଲିସ ଓ ଅଗ୍ନିଶମ ବାହିନୀର ମିଳିତ ଚେଷ୍ଟା ରେ କୂଅ ଭିତରୁ କୃଷ୍ଣ ସାହୁ ଙ୍କ ମୃତ ଦେହ କୁ ଉଦ୍ଧାର କରିଛି ।ତେବେ କ୍ରୋଧ ଟି କେଡେ ଭୟାନକ ଭାବନ୍ତୁ । ସମସ୍ତ ହିତା ହିତ ଜ୍ଞାନ ଥିବା ସତ୍ତ୍ୱେ କ୍ରୋଧ ରେ ବଶବର୍ତ୍ତୀ ହୋଇ ବାପା ର ଜୀବନ ମଧ୍ୟ ନେବାକୁ ପଛେଇନାହି ଜଣେ ପୁଅ ଟିଏ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.