Swastik Tv News Odisha

ଦେଖନ୍ତୁ ଭିଡ଼ିଓ – ଫଟା ଜିନ୍ସ ବିବାଦକୁ ନେଇ ଓଡ଼ିଆ actress ପ୍ରକୃତି ମିଶ୍ର କହିଲେ, ଆମେ ଫଟା ଜିନ୍ସ ପିନ୍ଧିବୁ, ଯେତିକି ଫାଟିଛି ତାକୁ ବ୍ଲେଡରେ ଆହୁରି….ଏଥିରେ ଆପଣଙ୍କ ମତାମତ ଜଣାନ୍ତୁ

0

ଆଜି କାଲି ଦିନ କୁ ଦିନ ଦେଶ ଓ ଦୁନିଆରେ ମଣିଷ ଯେତିକି ଉନ୍ନତି କରି କରି ଚାଲିଛନ୍ତି ସେମିତି ମଧ୍ୟ ନିଜର ବେଶ ଭୂଷା ର ପରିବର୍ତନ କରୁଛନ୍ତି ଲୋକେ କାରଣ ଆଜି ର ଲୋକେ ସମସ୍ତେ ଜାଣନ୍ତି ଭେକ ଥିଲେ ଭିକ ଆହୁରି ମଧ୍ୟ କେବଳ ଏତିକି ନୁହଁ ଲୋକେ ନିଜକୁ ସେମିତି ଆଧୁନିକ କରିବାରେ ଲାଗିପଡିଛନ୍ତି ହେଲେ କିଛି କିଛି ଲୋକେ ଏହି ସବୁ କୁ ସ୍ବୀକାର କରୁ ନାହାନ୍ତି । ହେଲେ ସରକାର ଙ୍କ ମତରେ ତା ଝିଅ ଓ ପୁଅ ଦୁଇ ଜଣା ସମାନ ।

ଝିଅ ଯେମିତି ସବୁ କିଛି କାର୍ଯ୍ୟ କରିପାରୁଛନ୍ତି ସେମିତି ପୁଅ ଭି ତ କରୁଛନ୍ତି ତେଣୁ ଯଦି ପୁଅ ମାନେ ଛୋଟ ଛୋଟ ପ୍ୟାଣ୍ଟ୍ ଆଉ ସାର୍ଟ ପିନ୍ଧି ପାରୁଛନ୍ତି ତେବେ ଝିଅ କାହିଁକି ନୁହ । କେଉଁ ଠାରେ ଲେଖା ହୋଇଚି ଝିଅ ୧୨ ହାତ ଶାଢ଼ୀ ପିନ୍ଧି ଘର କୋଣରେ ରହିବ । ଏବେ ଯେମିତି ଦୁନିଆ ବହୁତ ଆଗକୁ ଯାଉଛି ସେମିତି ଝିଅ ମାନେ ଭି ସବୁ କାର୍ଯ୍ୟ ରେ ଆଗରେ ରହୁଛନ୍ତି ତେଣୁ ପୋଷାକ ରେ ମଧ୍ୟ ଝିଅ ମାନେ ପୁଅ ଭଳି ହେବା ଆବଶ୍ୟକ । କାରଣ ଝିଅ ଓ ପୁଅ ମଧ୍ୟରେ କୌଣସି ତୋଫାତ୍ ନ ଥାଏ ।

ଆଜି ଏତେ ସବୁ କଥା କହିବାର କାରଣ ସୋସିଆଲ ମିଡିଆରେ ଏବେ ତେଜିବାରେ ଲାଗିଛି ଫଟା ଜିନ୍ସ ବିବାଦ । ଉତ୍ତରାଖଣ୍ଡ ର ନିର୍ବାଚିତ ମୁଖ୍ୟମନ୍ତ୍ରୀ ତୀରଥ ସିଂ ରାଓ୍ଵତ ଙ୍କ ଏକ ବୟାନ କୁ ନେଇ ଏବେ ଚର୍ଚ୍ଚା ସମସ୍ତ ସ୍ଥାନ ରେ ଚାଲିଛି । ସୋସିଆଲ ମିଡିଆରେ ଅନେକ ଲୋକ ଏହାକୁ ନେଇ ପ୍ରତିକ୍ରିୟା ଦେଉଛନ୍ତି ।

ଅଭିନେତା ଅଭିନେତ୍ରୀ ଏବଂ ସାଧାରଣ ଲୋକେ ମୁଖ୍ୟମନ୍ତ୍ରୀ ଙ୍କର ଏହି ବୟାନ ରେ ସେମାନଙ୍କର ପ୍ରତିକ୍ରିୟା ରଖିବା ସହିତ ନିନ୍ଦା ମଧ୍ୟ କରିଛନ୍ତି ।ଏହି ଭଳି କଥା ଜଣେ ବହୁ ଶିକ୍ଷିତ ମୁଖ୍ୟ ମନ୍ତ୍ରୀ ଙ୍କ ଠାରୁ ଆଶା କରାଯାଏ ନାହିଁ ବୋଲି ସମସ୍ତେ ନିଜର ମତ ରଖିଛନ୍ତି ।ସେ ଏହା ଝିଅ ମାନଙ୍କର ସଂସ୍କୃତିର ବିରୋଧାଭାସ ବୋଲି କହିଥିଲେ ଏବଂ ଝିଅ ମାନେ ଏଭଳି ପୋଷାକ ପରିଧାନ କରିବା ଗ୍ରହଣୀୟ ଏବଂ ଶୋଭାନିୟ ନୁହେଁ ବୋଲି କହିଥିଲେ ।

ମୁଖ୍ୟ ମନ୍ତ୍ରୀ ଙ୍କ କଥା କୁ କେହି ଗ୍ରହଣ କରୁ ନଥିବାରୁ ଆମର ଓଡ଼ିଶାର ବହୁ ଚର୍ଚ୍ଚିତ ଅଭିନେତ୍ରୀ ପ୍ରକୃତି ମିଶ୍ର ଏହି ଫଟା ଜିନ୍ସ ବିବାଦ ରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଗଣମାଧ୍ୟମ ସମ୍ମୁଖରେ । ସେ ଏହି କଥା ସହିତ ସରକାରଙ୍କ ବିପକ୍ଷରେ ଯାଇଛନ୍ତି । ସେ କହିଛନ୍ତି ଯଦି ସରକାର ଙ୍କ ମତ ରେ ଝିଅ ମାନେ ଫଟା ପ୍ୟାଣ୍ଟ୍ ପିନ୍ଧି ପାରିବେ ନାହିଁ ଠିକ୍ ସେହି ଭଳି ପୁଅ ମାନେ ମଧ୍ୟ ହାପ୍ ପ୍ୟାଣ୍ଟ୍ ପିନ୍ଧିବା ବନ୍ଦ କରିଦେବା କଥା।

ଏହା ଏକ ନିଚ ମାନସିକତା ଯେ ଝିଅ ମାନେ ଏହା ପିନ୍ଧି ପାରିବେ ନାହିଁ । ଏତେ ବଡ଼ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇ ଏଭଳି କଥାଟେ କହିବା ସୋଭାନୀୟ ନୁହ ବୋଲି ସେ କହିଛନ୍ତି ଆହୁରି ମଧ୍ୟ କହିଛନ୍ତି ଆମେ ଯେଉଁଥିରେ ଖୁସି ରହିବୁ ସେଇଟା ହିଁ ପିନ୍ଧିବୁ ଆହୁରି ମଧ୍ୟ ଯେଉଁ ପ୍ୟାଣ୍ଟ୍ ଅଳ୍ପ ଫଟା ଥିବା ତାକୁ ଆହୁରି ବ୍ଲେଡ ମାରିଦେବା ଉଚିତ୍ ବୋଲି ପ୍ରକୃତି ମିଶ୍ର କହିଥିଲେ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.