Swastik Tv News Odisha

ଦେଖନ୍ତୁ ଭିଡିଓ ! ରୋଷେଇ ଘରୁ ବାହାରିଲା 3 ଟି ଭୟଙ୍କର ବିଷଧର ନାଗସାପ , ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ

0

ତେବେ ବନ୍ଧୁଗଣ ଆମ ଚତୁର୍ପାର୍ଶ୍ଵରେ ଅନେକ ପ୍ରକାରର ଜୀବ ଜନ୍ତୁ ମଧ୍ୟ ଦେଖା ଯାଇଥାନ୍ତି । କାରଣ ପଶୁ ପକ୍ଷୀ ମଧ୍ୟ ସୃଷ୍ଟିର ଏକ ରଚନା । ତା ପାଇଁ ସମାଜରେ ସନ୍ତୁଳନ ରକ୍ଷା ହୋଇଥାଏ ଓ ପରିବେଶ ଠିକ୍ ରହିଥାଏ । ତେବେ ଏହି ସନ୍ତୁଳନ ବିଗିଡି ଗଲେ ସବୁ ଶେଷ ହୋଇଯିବ । ସେଥିପାଇଁ ତ ଜୀବ ହତ୍ୟା ନ କରିବାକୁ କୁହାଯାଉଛି ଆଉ ନମାନିଲେ ତାହା ଉପରେ ଏବେ କଠିନ ରୁ କଠିନ ଦଣ୍ଡ ବିଧାନ ବ୍ୟବସ୍ଥା ରହିଛି ।

ତେବେ କିଛି ଜୀବଜନ୍ତୁ ଏମିତି ଅଛନ୍ତି ଲୋକମାନେ ସେମାନଙ୍କ ଠୁ ଭୟଭୀତ ହୋଇ ନଥାନ୍ତି ପୋଷା କରି ରଖିଥାନ୍ତି ।ହେଲେ ସାପ ଏମିତି ଗୋଟେ ପ୍ରାଣୀ ଯାହାକୁ ଲୋକମାନେ ହଠାତ୍ ବାଡି ବଗିଚା ରେ ଦେଖିଲେ ଡରି ଯାଇଥାନ୍ତି ।

ସାପ ମାନେ ବିଶେଷ ଭାବରେ ଅପରିଷ୍କାର ଘର କିମ୍ବା ଘରକୁ ଲାଗି ବୁଦା ବଣ ଜଙ୍ଗଲ ଥିଲେ ସେଠାରେ ବେଶୀ ପରିମାଣରେ ଦେଖା ଯାଇଥାନ୍ତି । ତା ସହିତ ଘରେ କେବେ କେବେ ପଶି ଯାଇଥାନ୍ତି ମଧ୍ୟ । ଯେଉଁଟା କି ବିପଦ ଜନକ ହୋଇଥାଏ । ସେପରି ପରିସ୍ଥିତିରେ ଘର ଭିତରୁ ସୁରକ୍ଷିତ ଭାବରେ ସାପ ଙ୍କୁ କାଢ଼ିବା ପାଇଁ ସ୍ନେକ୍ ରେସ୍କ୍ୟୁ ଟିମ୍ ରହିଥାନ୍ତି । ଯାହା ଦ୍ଵାରା ମଣିଷର କ୍ଷତି ମଧ୍ୟ ହୋଇ ନଥାଏ ଓ ସାପ ବି ମରି ନଥାଏ ।

ଆଗରୁ ତ ସ୍ନେକ୍ ରେସ୍କ୍ୟୁ ଟିମ୍ ନ ଥିଲା ତେବେ ସେତେବେଳେ ସାପ ଧରାଳି ଥିଲେ । ଆଜି ଆମେ ସେମିତି ଏକ ସାପ ଧରାଳି ବିଷୟରେ କହିବା ଯିଏ ଗୋଟିଏ ନୁହଁ ବରଂ ୩ଟି ସାପକୁ ଏକା ସାଙ୍ଗରେ ଜଣଙ୍କ ଘରୁ ଉଦ୍ଧାର କରିଛନ୍ତି । ଯାହାର ଭିଡ଼ିଓ ମଧ୍ୟ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ଖବର ମିଳିଥିବା ଅନୁସାରେ ଘଟଣାଟି ଘଟିଛି ଭଦ୍ରକ ଜିଲ୍ଲାର କେନ୍ଦୁଆପଡ଼ା ଗ୍ରାମରେ । ଗୋଟେ ଘରେ ୩ଟି ସାପ ଏକା ସାଙ୍ଗରେ ପଶିଯାଇଥିଲେ ଓ ଯାହା ଫଳରେ ସେ ଘର ସଦସ୍ୟ ମାନେ ସାପ ଗୁଡ଼ିକୁ ଦେଖି ଡରି ଯାଇଥିଲେ । ଲୋକମାନେ ତୁରନ୍ତ ସ୍ନେକ୍ ରେସ୍କ୍ୟୁ ଟିମକୁ ଫୋନ୍ କରିଥିଲେ । ହେଲେ ସେମାନଙ୍କର ଆସିବାରେ ବିଳମ୍ବ ହେବାରୁ ସେହି ଗ୍ରାମର ଜଣେ ତାଲିମ ପ୍ରାପ୍ତ ସାପ ଧରାଳି ଆସି ସେହି ୩ଟି ବିଷାକ୍ତ ସାପକୁ କୌଶଳର ସହ ଧରିବାରେ ସକ୍ଷମ ହୋଇଥିଲେ ।
ତାପରେ ସେ ସେହି ୩ଟି ସାପକୁ ନିଜ ପେଟି ଭିତରେ ପୁରାଇ ଅତି ସହଜରେ ଉଦ୍ଧାର କରିଥିଲେ । ତେବେ ଏହାକୁ ଦେଖିବା ପାଇଁ ସେଠାରେ ଅନେକ ଲୋକ ଭିଡ଼ ଜମେଇଥିଲେ। ଆମେ ଆପଣମାନଙ୍କୁ କହି ରଖିବୁକି ଭୟଭୀତ ହୋଇ ହଠାତ୍ ନିଜେ ସାପକୁ ଧରିବାର ଦୁଃସାହସ କରନ୍ତୁ ନାହିଁ । ଯଦି ସାପ ପଶିଛି ତେବେ ତୁରନ୍ତ ସ୍ନେକ୍ ରେସ୍କ୍ୟୁ ଟିମକୁ ଖବର ଦିଅନ୍ତୁ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.