Swastik Tv News Odisha

ଦେଖନ୍ତୁ ଭିଡ଼ିଓ : ସୋସିଆଲ ମିଡିଆରେ ଦଶମ ଶ୍ରେଣୀ ପିଲା ମାନଙ୍କ କଥା କୁ ନେଇ police Station ରେ Fir

0

ରାଜ୍ୟ ରେ କୋରୋନା ର ପ୍ରଭାବ ବେଶ୍ ଆକ୍ଟିଭ ରହିଥିବା ଭିତରେ ପ୍ରକାଶ ପାଇଥିଲା ରାଜ୍ୟ ର ମାଟ୍ରିକ ପରୀକ୍ଷା ରେଜଲ୍ଟ । କିନ୍ତୁ ମାଟ୍ରିକ ପରୀକ୍ଷା ଫଳପ୍ରକାଶ କୁ ନେଇ ଲାଗିରହିଥିଲା ବିବାଦ । କୋରୋନା ରେ ରାଜ୍ୟ ସରକାର ଓ ଗଣଶିକ୍ଷା ମନ୍ତ୍ରୀ ପିଲା ମାନ ଙ୍କ ଜୀବନ ଓ ମହାମାରୀ ସଂକ୍ରମଣ ର ପ୍ରଭାବ ଦେଖି ନିଷ୍ପତ୍ତି ନେଇଥିଲେ ଯେ ଏଇ ବର୍ଷ ମଧ୍ୟ ବିନା ପରୀକ୍ଷା ରେ ଛାତ୍ର ଛାତ୍ରୀ ଙ୍କ ରେଜଲ୍ଟ ବାହାର କରିବା ପାଇଁ ।

ରାଜ୍ୟବ୍ୟାପୀ ଲକ୍ ଡାଉନ୍ ଓ ସଟ୍ ଡାଉନ୍ ଜାରି ରହିଛି । ପୂର୍ବ ରୁ ଚାରିଆଡ଼େ ସମସ୍ତ ପରୀକ୍ଷା ତଥା କ୍ଲାସ୍ ବାତିଲ ହୋଇ ରହିଛି । ସରକାର ଙ୍କ କଡ ନିର୍ଦ୍ଦେଶ ରହୁଛି ଯେ କୌଣସି ସ୍ଥାନ ରେ ଭିଡ ନ କରିବାକୁ । ତେବେ ବର୍ତ୍ତମାନ ଚାରି ଆଡ଼େ ଏହି ମାଟ୍ରିକ ଫଳ ଓ ତାକୁ ନେଇ ହୋଇଥିବା ଆନ୍ଦୋଳନ କୁ ଟ୍ରଲ୍ କରି କହୁଥିବା ଦେଖିବାକୁ ମିଳିଛି ।

ଜୁନ୍ ମାସ ୨୬ ତାରିଖ ମାଟ୍ରିକ ପରୀକ୍ଷା ରେଜଲ୍ଟ ବାହାରିଥିଲା । କିନ୍ତୁ ପରୀକ୍ଷା ନ ହୋଇ ବାହାରିଥିବା ଫଳ କୁ ନେଇ ଅସନ୍ତୋଷ ଦେଖା ଦେଇଥିଲା ପିଲା ମାନଙ୍କ ଭିତରେ । ଯେତେବେଳେ ମାଟ୍ରିକ ପରୀକ୍ଷା ହେବ କି ନାହିଁ ସରକାର ଓ ଗଣ ଶିକ୍ଷାବିଭାଗର ମନ୍ତ୍ରୀ ଦ୍ଵନ୍ଦ ରେ ଥିଲେ , ଛାତ୍ର ଛାତ୍ରୀ ମାନେ ହିଁ କହିଥିଲେ କି ସେମାନେ ପରୀକ୍ଷା ଦେବା ପାଇଁ ଚାହୁନାହାନ୍ତି । ଯଦି ପରୀକ୍ଷା ହୁଏ ତେବେ ପିଲା ମାନେ ଷ୍ଟ୍ରାଇକ କରିବେ ବୋଲି ଗଣ ମାଧ୍ୟମ ରେ ଜଣାଇଥିଲେ । ପୂର୍ବ ଶ୍ରେଣୀ ର ମାର୍କ ଅନୁଯାୟୀ ଏଥର ମଧ୍ୟ ଦଶମ ଶ୍ରେଣୀ ପିଲା ଙ୍କ ମାର୍କ ଦେବା ପାଇଁ କହିଥିଲେ ।

ତେବେ ଏହା ପରେ ବାହାରିଥିଲା ମାଟ୍ରିକ ରେଜଲ୍ଟ । କିନ୍ତୁ କିଛି ପିଲା ଙ୍କ ର କହିବା କଥା ସେମାନଙ୍କର କମ୍ ନମ୍ବର ରହିଛି ଯାହା ଫଳ ରେ ଛାତ୍ର ଛାତ୍ରୀ ଙ୍କ ଗହଣ ରେ ଦେଖା ଦେଇଥିଲା ଅସନ୍ତୋଷ । ପିଲା ମାନେ ପରୀକ୍ଷା ଦେଇଥିଲେ ଭଲ କରିଥାନ୍ତେ ବୋଲି କହିଛନ୍ତି ଅଭିଭାବକ ମାନେ । ଏ ନେଇ ଅସନ୍ତୋଷ ଦେଖା ଦେଇଥିଲା ପୁରୀ ଓ କଟକ ଜିଲ୍ଲା ରେ । ସେଠାକାର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ରେ ଛାତ୍ରୀ ଓ ଅଭିଭାବକ ମାନେ ଆସି ସ୍କୁଲ ସମ୍ମୁଖ ରେ ଧାରଣା ଦେଇଥିଲେ ।

ତେବେ ଧାରଣା ରେ ବସିଥିବା କିଛି ଛାତ୍ରୀ ଙ୍କୁ ଦେଖା ଯାଇଛି ଯେ ସେମାନେ ସରକାରୀ ସ୍କୁଲ ଓ ବେସରକାରୀ ସ୍କୁଲ କୁ ତୋଫାତ କରି ସରକାରୀ ସ୍କୁଲ ପିଲା ଙ୍କୁ ଗଧ କହି ଅନେକ କଥା କହିଥିଲେ । ସରକାରୀ ସ୍କୁଲ ରେ ଅଣ୍ଡା ଛତୁଆ ଖାଇ ନ ପଢି ନମ୍ବର ପାଇଯାନ୍ତି ବୋଲି କହିଥିଲେ ଯେଉଁ କଥା ବର୍ତ୍ତମାନ ସମସ୍ତ ଲୋକ ଙ୍କ ଟ୍ରୋଲ୍ ରେ ପରିଣତ ହୋଇଛି ।

ତେବେ ଏସବୁ କଥା କୁ ନେଇ ଯିଏ ଯେମିତି କମେଡି ଭିଡିଓ କରି , ଟ୍ରୋଲ କରି ସୋସିଆଲ ମିଡିଆ ରେ ପୋଷ୍ଟ କରିବା ଦେଖା ଯାଇଛି । ପାଠ ନ ପଢି ଏମିତି ବେକାର ଟା ରେ ଆନ୍ଦୋଳନ କରିଲେ କିଛି ଲାଭ ନାହି ବୋଲି ଟ୍ରଲ କରି ସମସ୍ତ ୟୁଜର କହିଛନ୍ତି ନିଜ ହାସ୍ୟକାର ଭଙ୍ଗୀ ରେ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.