ବନ୍ଧୁମାନେ ଆପଣ ବହୁତ ସମୟରେ ସୋସିଆଲ ମେଡିଆରେ ଟ୍ରେନ ଦୁର୍ଘଟଣା ଘଟୁଥିବାର ଦେଖିବାକୁ ପାଉଥିବେ ।ଆଉ ଏହି ଦୁର୍ଘଟଣା ଗୁଡିକ କେତେ ଭୟଙ୍କର ତାହା ଅନୁମାନ କରି ପାରୁ ଥିବେ ।ହେଲେ ଏହି ସବୁ ଦୁର୍ଘଟଣା ଘଟିବା ପରେ ବି ବର୍ତ୍ତମାନ ଏମିତି ଏକ ଟ୍ରେନ ଦୁର୍ଘଟଣା ର ଦୃଶ୍ୟ ଦେଖିବାକୁ ମିଳିଛି ଯାହାକୁ ଦେଖିଲେ ଆପଣଙ୍କ ର ବିଶ୍ୱାସ ହେବ ନାହିଁ ।ଏହା ଛଡା ଏହି ଦୁର୍ଘଟଣା ଘଟୁଥିବା ବେଳେ ଜଣେ ଯବାନ ଏମିତି ସାହାସିକତା ଦେଖାଇଛନ୍ତି ତାହା ତ ଖୁବ ପ୍ରଶଂସନୀୟ ।ତେବେ ଘଟଣା ଟି କେମିତି ଘଟୁଛି ଆସନ୍ତୁ ନଜର ପକାଇବା ।
ତେବେ ବର୍ତ୍ତମାନ ସମୟରେ ମଣିଷ ଖୁବ ବ୍ୟସ୍ତ ଆଉ ସେହି ବ୍ୟସ୍ତତା ଭିତରେ ଏମିତି କିଛି ଭୁଲ ପଦକ୍ଷେପ ନେଇ ଯାଏ କି ଜୀବନ ପ୍ରତି ବିପଦ ଚାଲିଆସେ ।ବହୁତ ସମୟରେ ଆପଣ ଦେଖୁଥିବେ ବି ଲୋକମାନେ ସମୟ ବଞ୍ଚାଇବାକୁ ଯାଇ ଚଳନ୍ତା ଟ୍ରେନ କୁ ଚଡି ଯାଆନ୍ତି ଆଉ ଏହାପରେ କେମିତି ବିଭୀଷିକା ଘଟିଥାଏ ତାହା ଜଣାଇ ନଥିଲେ ଆଜିର ଏହି ଭିଡ଼ିଓ କୁ ନିହାତି ଦେଖନ୍ତୁ ।ତେବେ ଭିଡ଼ିଓ ଜଣେ ବ୍ୟକ୍ତି ଚଳନ୍ତା ଟ୍ରେନ କୁ ଚଡ଼ିବା ଚକର ରେ ଟ୍ରେନ ତଳକୁ ଖସି ଯାଉଛନ୍ତି ଆଉ ଏମିତି ଏକ ଘଟଣା ବିହାର ର ପୁଣିଆ ରେଲୱେ ଷ୍ଟେସନରେ ଦେଖିବାକୁ ମିଳିଛି ।
ଆପଣ ଯଦି ପ୍ରଥମ ରୁ ଭିଡ଼ିଓ ଟି ଦେଖିବେ ତାହେଲେ ଦେଖି ପାରୁଥିବେ କି ଗୋଟିଏ ଷ୍ଟେସନ ରେ ଟ୍ରେନ ଟି ଧୀରେ ଧୀରେ ଚାଲୁଛି । କିନ୍ତୁ ଏହାପରେ ଟ୍ରେନ ର ବେଗ ବଡିବାରେ ଲାଗୁଛି ସେହି ଭିତରେ ଜଣେ ବ୍ୟକ୍ତି ଟ୍ରେନ ଚଡ଼ିବାକୁ ଚେଷ୍ଟା କରୁଛନ୍ତି ।ଆଉ ଏହାପରେ ବ୍ୟକ୍ତି ଜଣକ ହଠାତ ଟ୍ରେନ ତଳକୁ ଖସି ଯାଉଛନ୍ତି ଆଉ ଆଶ୍ଚର୍ଯ୍ୟ ର କଥା ହେଉଛି କି ପାଖରେ ବହୁତ ଲୋକମାନେ ଥିଲେ ବି କେହି ବ୍ୟକ୍ତିଙ୍କୁ ଉଦ୍ଧାର କରିବାକୁ ଯାଉ ନାହାଁନ୍ତି ।ଆଉ ସେହି ଭିତରେ ଦେବଦୂତ ସାଜି ଜଣେ ସି ଆର ପି ଏଫ ଯବାନ ଦୌଡ଼ି ଯାଇ ବ୍ୟକ୍ତିଙ୍କୁ ଉଦ୍ଧାର କରୁଛନ୍ତି ।
ତେବେ ଏହାପରେ ବ୍ୟକୟୀ ଜଣେ ବଞ୍ଚି ଯାଉଛନ୍ତି ଯେଉଁଥି ପାଇଁ ଯବାନ ଙ୍କୁ ସତ ସତ ସମ୍ମାନ କିନ୍ତୁ ଭିଡ଼ିଓ ରେ ଏମିତି ଜଣେ ବ୍ୟକ୍ତି ଙ୍କୁ ଆପଣ ଦେଖୁଥିବେ ଯିଏ ଘଟଣା କୁ ପ୍ରଥମ ରୁ ଶେଷ ଯାଏ ଦେଖୁଛନ୍ତି କିନ୍ତୁ ସେ ତାଙ୍କ ଜାଗାରୁ ଟିକିଏ ବି ଘୁଞ୍ଚୁ ନାହାନ୍ତି ।ଆଉ ଆପଣ ଏହି ବ୍ୟକ୍ତି ଙ୍କୁ ଦେଖି ବୁଝି ପାରୁଥିବେ କି ବର୍ତ୍ତମାନ ଦୁନିଆରେ ଏମିତି ବ୍ୟକ୍ତି ଅଛନ୍ତି ଯାହାଙ୍କର କିଛି ଫରକ ପଡେ ନାହିଁ କିଛି ବି ଘଟଣା ଉପରେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।