ବନ୍ଧୁଗଣ ସଂସାରରେ ଏମିତି କିଛି କନ୍ୟା ଅଛନ୍ତି ଯେଉଁମାନେ ଜନ୍ମହେବା ମାତ୍ରେ ତାଙ୍କ ଘର ଧନ ସମ୍ପତିରେ ପରିପୂର୍ଣ୍ଣ ହୋଇଯାଏ |ଲଷ୍ମୀଙ୍କ କୃପାଦୃଷ୍ଟି ସେହି ଘରଉପରେ ପଡିଥାଏ |ଗ୍ରହ ନକ୍ଷତ୍ର ତଥା ରାଶିମାନଙ୍କ ଚଳନ ପ୍ରଭାବରୁ କେତେକ ମାସ ରହିଛି ଏହି ମାସରେ ଜନ୍ମ ହୋଇଥିବା କନ୍ୟା ଲଷ୍ମୀସ୍ୱରୂପ ହୋଇଥାନ୍ତି |ଆସନ୍ତୁ ଜାଣିବା ଏହି ମାସଗୁଡିକ କଣ କଣ |
ଫେବୃଆରୀ -ଓଡ଼ିଆ ମାସ ଅନୁଯାୟୀ ମକର ମାସ 15ଦିନ ଠାରୁ କୁମ୍ଭ ମାସ 15ଦିନ ପର୍ଯ୍ୟନ୍ତ ଅର୍ଥାତ ମାଘ ମାସର ଶୁକ୍ଲପକ୍ଷରୁ ଫାଲ୍ଗୁନ କୃଷ୍ଣ ପକ୍ଷ୍ୟ ପର୍ଯ୍ୟନ୍ତ ଯେଉଁ ସମୟଟି ରହିଛି ସେଇ ସମୟ ମଧ୍ୟରେ ଯେଉଁ କନ୍ୟା ଜନ୍ମ ହୋଇଥାଏ,ସେ କନ୍ୟା ଲଷ୍ମୀସ୍ୱରୂପ ହୋଇଥାନ୍ତି |ଏହାର ମୁଖ୍ୟ କାରଣ ଏହି ମାସରେ ଥିବା ଗ୍ରହ ନକ୍ଷେତ୍ର ମାନଙ୍କର ସ୍ଥିତି ଶୁଭ ସ୍ଥାନରେ ରହିଥାଏ |ଏହି ମାସରେ ଜନ୍ମ ଲାଭ କରିଥିବା ଶିଶୁ କନ୍ୟା ମାନେ ରାଜଯୋଗ ସୁଖ ଭୋଗ କରିଥାନ୍ତି |ଏହି କନ୍ୟା ମାନେ ଶାନ୍ତ ସଭାବର ସାହସୀ ହୋଇଥାନ୍ତି,ତେଣୁ ଏହି ଫେବୃଆରୀ ମାସରେ ଜନ୍ମ ଲାଭ କରିଥିବା କନ୍ୟା ମାନେ ମା ଲଷ୍ମୀସଦୃଶ ହୋଇଥାନ୍ତି |
ଏପ୍ରିଲ -ଦ୍ବିତୀୟ ମାସଟି ହେଉଛି ମୀନ ମାସର 15ଦିନ ଠାରୁ ମେଷ ମାସର 15ଦିନ ପର୍ଯ୍ୟନ୍ତ |ଓଡ଼ିଆ ମାସ ଅନୁସାରେ ଚୈତ୍ର ମାସର ଶୁକ୍ଲପକ୍ଷ ଠାରୁ ବୈଶାଖ ମାସ କୃଷ୍ଣପକ୍ଷ୍ୟ ପର୍ଯ୍ୟନ୍ତ ଯେଉଁ ସମୟଟି ରହିଲା ସେହି ସମୟ ମଧ୍ୟରେ ଯେଉଁ କନ୍ୟାଟି ଜନ୍ମ ହୋଇଥାଏ,ସେ ମା ଲଷ୍ମୀସ୍ୱରୂପହୋଇଥାନ୍ତି |ଏହି ଏପ୍ରିଲ ମାସ ଯେଉଁ କନ୍ୟା ଜନ୍ମ ଗ୍ରହଣ କରିଥାଏ |ଗ୍ରହ ନକ୍ଷେତ୍ରର ସ୍ଥିତି ଶୁଭ ଯୋଗୁ ଜନ୍ମିତ କନ୍ୟା ମାନଙ୍କର କୁଣ୍ଡଳୀରେ ମା ଲଷ୍ମୀଯୋଗ ହୋଇଥାଏ |ଏହି କନ୍ୟା ମାନଙ୍କର ଜୀବନରେ କେବେବି ଧନର ଅଭାବ ହୋଇନଥାଏ,ଯେତେବେଳେ ଯାହା ମନସ୍କାମନା କରନ୍ତି ତାହା ପୂର୍ଣ୍ଣ ହୋଇଥାଏ ଏବଂ ଏହି କନ୍ୟା ମାନେ ଶାନ୍ତ ସଭାବର ହୋଇଥାନ୍ତି |ସେମାନେ ଧୀର ଚରିତ ଦେବ ବ୍ରାହ୍ମଣ ଗୁରୁ ଭକ୍ତି ଓ ବୁଦ୍ଧିମତୀ ମଧ୍ୟ ହୋଇଥାନ୍ତି ନିଜର ଜନ୍ମ ସ୍ଥାନ ଉନ୍ନତି କରିବା ସହ ଯେଉଁ ସ୍ଥାନରେ ବିବାହ କରିବେ ସେଠାରେ ମଧ୍ୟ ଧନ ସମ୍ପତିରେ ପରିପୂର୍ଣ ରହିବ |
ଜୁନ -ଏହା ବୃଷ ମାସର 15ଦିନ ଠାରୁ ମିଥୁନ ମାସର 15ଦିନ ପର୍ଯ୍ୟନ୍ତ ଓଡ଼ିଆ ମାସର ଜ୍ୟେଷ୍ଟ ମାସ କୃଷ୍ଣ ପକ୍ଷ୍ୟ ଠାରୁ ଆଷାଢ଼ ମାସ ଶୁକ୍ଲପକ୍ଷ ପର୍ଯ୍ୟନ୍ତ ହୋଇଥାଏ |ଜୁନ ମାସରେ ଜନ୍ମ ହୋଇଥିବା କନ୍ୟା ମାନେ ବହୁତ ଧନୀ ହୋଇଥାନ୍ତା | ଏହି ମାସରେ ଜନ୍ମିତ କନ୍ୟା କ୍ଷମାଶିଳ, ଭୋଗୀ, ଉତ୍ତମକର୍ମୀ ଓ ଶାନ୍ତ ସ୍ଵଭାବର ହୋଇଥାନ୍ତି |ଏହି ମାସରେ ଜନ୍ମିତ କନ୍ୟା ଉପରେ ମା ଲଷ୍ମୀଙ୍କ ଅପାର କରୁଣା ରହିଥାଏ |
ସେପ୍ଟେମ୍ବର -ଏହି ମାସଟି ସିଂହ 15ଦିନ ଠାରୁ କନ୍ୟା 15ଦିନ ପର୍ଯ୍ୟନ୍ତ ଅର୍ଥାତ ଭାଦ୍ରବ ମାସ ଶୁକ୍ଲପକ୍ଷ ଠାରୁ ଆରମ୍ଭ ହୋଇ ଆସୀନ ମାସର କୃଷ୍ଣପକ୍ଷ୍ୟ ପର୍ଯ୍ୟନ୍ତ ଇଂରାଜୀ ମାସ ଅନୁସାରେ ସେପ୍ଟେମ୍ବର ହୋଇଥାଏ |ଏହି ମାସରେ ଜନ୍ମ ହୋଇଥିବା କନ୍ୟା ମାନେ ମା ଲଷ୍ମୀଙ୍କ ସ୍ୱରୂପ ମଧ୍ୟ ହୋଇଥାନ୍ତି|ଏହି ସମୟରେ ଗ୍ରହ ମାନଙ୍କର ସ୍ଥିତି ଯୋଗୁ ଏହି କନ୍ୟା ମାନଙ୍କର ରାଜଭୋଗ କରିଥାନ୍ତି |ଯେଉଁ ଘରେ ଏହି ମାସରେ କନ୍ୟା ହୋଇଥାଏ ମା ଲଷ୍ମୀଙ୍କ ଆଗମନ ହୋଇଥାଏ|ଯେଉଁ ଘରକୁ ଏହି କନ୍ୟା ମାନେ ବିବାହ କରି ଯାଇଥାନ୍ତି,ସେଠାରେ ମଧ୍ୟ ମା ଲଷ୍ମୀଙ୍କର କୃପା ବର୍ଷୀଥାଏ |ଏହି ମାସରେ ଜନ୍ମ ହୋଇଥିବା କନ୍ୟା ଦାନୀ ଗୁଣି ବିଦ୍ୟାବନ୍ତ ଧନବତୀ ତଥା ସମସ୍ତଙ୍କର ଅତି ପ୍ରିୟ ହୋଇଥାନ୍ତି |ଏହିମାସରେ ଜନ୍ମ ହୋଇଥିବା କନ୍ୟା ନିଜ ଭାଗ୍ୟ ଉପରେ ନୁହେଁ ନିଜ କର୍ମ ଉପରେ ଅଧିକ ବିଶ୍ୱାସ କରିଥାନ୍ତି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।