Swastik Tv News Odisha

ଅଭିନେତା ମିହିର ଦାସ ଙ୍କ ସ୍ମୃତିରେ ପ୍ରସ୍ତୁତ ଏହି ସୁନ୍ଦର୍ ହୃଦୟସ୍ପର୍ଶି ଗୀତ ଶୁଣିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ…60 ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି…

0

ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଛନ୍ତି ଆମକୁ ଛାଡି ସବୁଦିନ ପାଇଁ ଆରପାରିକୁ ଚାଲି ଯାଇଛନ୍ତି ଓଲିଉଡ ର ବର୍ଷୀୟାନ ଅଭିନେତା ମିହିର ଦାସ। ଗତ ଜାନୁଆରୀ ୧୧ ତାରିଖ ଦିନ ମଙ୍ଗଳାବର ଅପରାହ୍ନ ରେ ତାଙ୍କର ପରଲୋକ ଘଟିଛି। ତେବେ ଏହାପରେ ଓଡ଼ିଆ ସିନେମା ଜଗତରେ ଖେଳି ଯାଇଛି ଏକ ଦୁଃଖର ଛାୟା। ଯାହା ସମସ୍ତ ଙ୍କୁ ସ୍ତବ୍ଧ କରି ଦେଇଛି।ଯାହାକୁ ଶୁଣି ଓଡ଼ିଶା ର ଅଗଣିତ ଦର୍ଶକ ଦୁଃଖରେ ଭାଙ୍ଗି ପଡିଛନ୍ତି। ବରିଷ୍ଠ କଳାକାର ତଥା ଅଭିନେତା ମିହିର ଦାଶଙ୍କ ପରଲୋକରେ ଓଡ଼ିଶାର ସିନେମା ଜଗତରେ ସୃଷ୍ଟି ହୋଇଛି ଏକ ଅପୂରଣୀୟ କ୍ଷତି। ମିହିର ଦାସ ଜଣେ ଓଡ଼ିଆ ସିନେମା ଜଗତର ଜଣାଶୁଣା ଅଭିନେତା ଅଟନ୍ତି।

ଆପଣ ଜାଣିଛନ୍ତି ସେ ଏମିତି ଜଣେ କଳାକାର ଥିଲେ ଯାହାଙ୍କ ପାଇଁ ଅଭିନୟ ତାଙ୍କ ଜୀବନର ଏକ ସାଧନା ଏବଂ ବ୍ରତ ଥିଲେ। ସେ ଦୀର୍ଘ ସମୟ ଧରି ନାୟକ, ଚରିତ୍ର, ଖଳନାୟକ ଓ ହାସ୍ୟ ଅଭିନେତା ଭାବରେ ଅନେକ ସିନେମାରେ ଆକର୍ଷଣୀୟ ଜୀବନ୍ତ ଅଭିନୟ କରି ବେଶ୍ ଲୋକ ପ୍ରୀୟତା ହାସଲ କରିଛନ୍ତି। ସେ ଜଣେ ଅଭିଜ୍ଞ କଳାକାର ଅଟନ୍ତି। ଓଡ଼ିଶା ଫିଲ୍ମ ଜଗତରେ ସେ ଏମିତି ଜଣେ କଳାକାର ଯିଏ କି ସବୁ ପ୍ରକାର ଅଭିନୟ କରି ସଫଳ ଚେହେରା ପାଲଟିଥିଲେ। ଦୀର୍ଘ ଦିନ ହେଲା ଯକୃତ ରୋଗରେ ଆକ୍ରାନ୍ତ ହୋଇ କଟକର ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ।

ତାଙ୍କର ଅସୁସ୍ଥତା ଖବର ପାଇବା ପରେ ଓଡ଼ିଶା ବାସୀ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ। ତେବେ କିଛି ଦିନ ତଳେ ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହେବାରୁ ମିହିର ଦାସଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରା ଯାଇଥିଲା। ଆପଣଙ୍କୁ କହି ରଖୁଛୁ ଯେ ଏହି ବରିଷ୍ଠ କଳାକାର ଜଣଙ୍କର ମଲ୍ଟି ଅର୍ଗାନ କାମ କରିବା ବନ୍ଦ କରି ଦେଇଥିଲା। ଏହାଛଡ଼ା ତାଙ୍କର କିଡନୀ ମଧ୍ୟ ସମ୍ପୂର୍ଣ୍ଣ ଅକାମୀ ହୋଇ ପଡ଼ିଥିଲା। ଆଉ ଏହି କାରଣରୁ ତାଙ୍କର ଡାଇଲିସିସ୍ ମଧ୍ଯ ଚାଲିଥିଲା। ହେଲେ ଗତ କିଛି ଦିନ ହେବ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଅଧିକ ସଂକଟାପନ୍ନ ହୋଇ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହୋଇ ପଡିଥିଲା।

ତେବେ ତାଙ୍କର ପରଲୋକରେ ତାଙ୍କ ସ୍ମୃତିରେ ଏବେ ସାରା ଓଡିଶା ତାଙ୍କୁ ଝୁରୁଥିବା ବେଳେ ତାଙ୍କୁ ମନେ ପକାଇ ଏବେ ଏକ ଗୀତ ପ୍ରସ୍ତୁତ ହୋଇଛି।ସମ୍ଭବ ଷ୍ଟୁଡିଓ ରେ ରେକର୍ଡ ହୋଇଥିବା ଏହି ଗୀତର ସ୍ବର ଦେଇଛନ୍ତି ଗୀତିକାର ସ୍ମୃତିଶ୍ୱର ଏବଂ ଏହାର ଲିରିକ୍ସ୍ ଲେଖିଛନ୍ତି ମନୋଜ ସାହୁ। ତେବେ ଏହି ଗୀତର ନାମ ହେଉଛି ଓଡିଶା କାନ୍ଦୁଛି ମିହିର ପାଇଁ।ଏହି ଗୀତଟି ଏତେ ହୃଦୟସ୍ପର୍ଶି ହୋଇଛି ତାହା ଆପଣ ଶୁଣିଲେ ଜାଣି ପାରିବେ। ମିହିର ସାର୍ ଙ୍କ ସ୍ମୃତିରେ, ତାଙ୍କୁ ମନେ ପକାଇ, ତାଙ୍କୁ ଭଲପାଇବା ଅର୍ପଣ କରି ଏହି ସୁନ୍ଦର୍ ଗୀତଟି ପ୍ରସ୍ତୁତ ହୋଇଛି। ଯାହାକୁ ଶୁଣିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.