ହଁ ଦର୍ଶକ ବନ୍ଧୁ ଆଜିକାଲି ଅଧିକାଂଶ ଲୋକ କିଡ଼ନୀ ରୋଗ ରେ ପୀଡିତ ଥିବା ଦେଖା ଯାଇଛି ତେବେ ଏହି ରୋଗ କାହିଁକି ହୁଏ କଣ ପାଇଁ ହୁଏ ଓ ଏହାର ଲକ୍ଷଣ ମାନ ସବୁ କଣ ତାହା ବିଷୟରେ ଆମେ ଜାଣିବା |ତେବେ କିଡ଼ନୀ ହେଉଛି ଆମ ଶରୀରର ଏକ ଗୁରୁତ୍ୱ ପୂର୍ଣ୍ଣ ଅଙ୍ଗ | ଆଉ ଯାହା ଆମର ବିଭିନ୍ନ ପ୍ରକାରର କାର୍ଯ୍ୟ ରେ ସାହାଯ୍ୟ କରିଥାଏ | ତେବେ ଆସନ୍ତୁ ସେହି କିଡ଼ନୀ ଜନିତ ସମସ୍ୟା ରୁ ଆମେ ମାନେ କେମିତି ମୁକ୍ତି ପାଇବା କିଡ଼ନୀ ରୋଗ ର କାରଣ କଣ ରହିଛି, ଆଉ କେଉଁ କେଉଁ ଲକ୍ଷଣ ରୁ ଆମେ କିଡ଼ନୀ ରୋଗ ବିଷୟରେ ଜାଣିବା ଆସନ୍ତୁ ଆଲୋଚନା କରିବା |
କିଡ଼ନୀ ରୋଗ ର କାରଣ :-
ଦର୍ଶକ ବନ୍ଧୁ ମଣିଷ ଶରୀର ଗଠନ ଅନୁଯାୟୀ ମଣିଷ ପାଖରେ ଦୁଇଟି କିଡ଼ନୀ ରହିଛି | ଯାହା ର କାର୍ଯ୍ୟ ଆମ ଶରୀର ସମସ୍ତ ପ୍ରକାର ବର୍ଜ୍ୟ ବସ୍ତୁ ଯାହା ରକ୍ତ ଦ୍ୱାରା ମୂତ୍ର ମାଧ୍ୟମ ରେ କିଡ଼ନୀ ଏହାକୁ ବାହାରକୁ ବାହାର କରିଥାଏ | ଯଦି ଏହା ବାହାରକୁ ବାହାରି ନଥାଏ ତାହାଲେ ଆମ କିଡ଼ନୀ ଖରାପ ହେଇଥାଏ ଓ ଯାହା ଦ୍ୱାରା ଆମ ଦେହ ଖରାପ ହେଇଥାଏ | ତେବେ କିଡ଼ନୀ ଖରାପ ହେବାର ମୁଖ୍ୟ କାରଣ ହେଉଛି ଡାଇବେଟିସ ବା ମଧୁମେୟ ରୋଗ | ତେଣୁ ଏହି ସମୟରେ ଆପଣଙ୍କ ର ମଧୁମେୟ ରୋଗ କୁ ନିୟନ୍ତ୍ରଣ କରନ୍ତୁ ନହେଲେ କିଡ଼ନୀ ଖରାପ ହେବାର ସମ୍ଭାବନା ଅଧିକ ଦେଖା ଯାଏ | ଦ୍ୱିତୀୟ ରେ ଉଚ୍ଚରକ୍ତ ଚାପ ଥିଲେ ମଧ୍ୟ କିଡ଼ନୀ ଖରାପ ହେଇଥାଏ | ତା ସହିତ ଅଧିକ ପେନକିଲର ମେଡ଼ିସିନ ଲମ୍ବା ସମୟ ଧରି ଖାଇଲେ ମଧ୍ୟ କିଡ଼ନୀ ରୋଗ ହେଇଥାଏ |
କିଡ଼ନୀ ରୋଗର ଲକ୍ଷଣ :-
କିଡ଼ନୀ ରୋଗ ହେଲେ ଦେହ ଦୁର୍ବଳ ଲାଗିବା ସହିତ ଆପଣଙ୍କ ମୁହଁ, ପାଦ ଫୁଲିଯିବା | ପରିସ୍ରା ଆଗପରି କମ ଦେଖା ଯିବା |ଚାଲିଲେ ଧଇଁ ଶୋଇଁ ଲାଗିବା, ରକ୍ତ ହୀନତା ଦେଖାଦେବା ହିମୋଗ୍ଲୋବିନ ର ମାତ୍ର କମ ଦେଖା ଯିବା | ତେବେ ଏହି ସବୁ ଲକ୍ଷଣ ଦେଖା ଦେଲେ ଆପଣ ଏହାର ଦୁଇଟି ପରୀକ୍ଷା କରିପାରିବେ (1) ୟୁରିଆ (2)କ୍ରିଏଟିଏନ | ଯେତେବେଳେ କ୍ରିଏଟିଏନ ମାତ୍ର 1.3 ରୁ ଅଧିକ ଦେଖା ଯିବ ତାହେଲେ ଆପଣ ଜାଣିନେବ ଆପଣଙ୍କ କିଡ଼ନୀ ଖରାପ ହେଇଯାଇଛି ବୋଲି |
କିଡ଼ନୀ ରୋଗ ର ଚିକିତ୍ସା :-
କିଡ଼ନୀ ରୋଗ ହେଲେ ପ୍ରଥମେ ରୋଗୀ ରୋଗରେ ପୀଡିତ ଥାନ୍ତି | ତେବେ ଏହି କିଡ଼ନୀ ରୋଗ ର ତିନଟି ଷ୍ଟେଜ ଦେଇ କରିଥାଏ (1) ରେ ହେଉଛି ରୋଗୀ ପ୍ରଥମେ ରୋଗରେ ପୀଡିତ ହେବେ (2) ଯେଉଁ ମାନଙ୍କର କିଡ଼ନୀ ଖରାପ ଅଛି ସେମାନଙ୍କୁ ମେଡ଼ିସିନ ଦ୍ୱାରା ସେମାନଙ୍କ ଚିକିତ୍ସା କରାଯାଇପାରିବ (3) ଯେଉଁମାନଙ୍କ ର କିଡ଼ନୀ ଖରାପ ହେଇସାରିଛି ହେଲେ ମେଡ଼ିସିନ ଦ୍ୱାରା ଏହା କୁ ନିୟନ୍ତ୍ରଣ କରିହେଉନାହିଁ | ଏହି ସବୁ କ୍ଷେତ୍ର ରେ ସପ୍ତାହ କୁ ଥରେ ଡାଇ୍ଲିସିସ କରନ୍ତୁ | ଡାଇ୍ଲିସିସ ଏହି ରୋଗ ଚିକିତ୍ସା ନୁହେଁ ଏହି ରୋଗ ଚିକିତ୍ସା ହେଉଛି କିଡ଼ନୀ ପ୍ରତ୍ୟାରୋପଣ କରିବା | ତେବେ ଏହା କେବେଳ 18 ରୁ 60 ବର୍ଷ ପର୍ଯ୍ୟନ୍ତ ଜଣେ ସୁସ୍ଥ ବ୍ୟକ୍ତି କରିପାରିବ ଓ ଯାହାକୁ ଡାଇବେଟିସ ହେଇନଥିବ ଓ ତାହାର ବ୍ଲଡ଼ ଗ୍ରୁପ ସମାନ ଥିବା ଆବଶ୍ୟକ |
ତେବେ ଏହି ସବୁ ମାନିଲେ ଆମେ କିଡ଼ନୀ ଜନିତ ରୋଗ ରୁ ମୁକ୍ତି ପାଇପାରିବା | ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।