ଧନତେରସ ( Dhanteras ) ଦିନ ଘରକୁ ନେଇଆସନ୍ତୁ ଏହି ଜିନିଷ,୧୦ ଗୁଣା ଧନ ବଢିବ – Vastu Shastra

ବନ୍ଧୁଗଣ ଆପଣ ଜାଣିଥିବେ ଯେ ଧନତେରସ ଏକ ବଡ ପର୍ବ ଅଟେ, ଏହିଦିନ ମା ଲଷ୍ମୀଙ୍କ ଅତିପ୍ରିୟ ଦିନ ଅଟେ |ପ୍ରାୟ ସମସ୍ତେ ମା ଲଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଅନେକ କିଛି କରିଥାନ୍ତି |ମୁଁ ଆଜି ଆପଣକୁ ପବିତ୍ର ଦୀପାବଳି କିମ୍ବା ଧନତେରସ ଦିନ କଉଁ ସବୁ ଜିନିଷ ଘରକୁ ଆଣିଲେ ମା ଲଷ୍ମୀଙ୍କ କୃପା ହେବାସହ ଆପଣଙ୍କ ଘରେ କେବେ ଧନର ଅଭାବ ରହିବ ନାହିଁ |ତେବେ ଆସନ୍ତୁ ଜାଣିବା ଏହି ସାମଗ୍ରୀ ଗୁଡିକ କଣ

– ଅନେକ ବ୍ୟକ୍ତି ଧନତେରସ ଦିନ ସୁନା ରୂପ ଆଦି ଜିନିଷ ଘରକୁ ଆଣନ୍ତି, ଆପଣ ଯଦି ଏହି ଜିନିଷ ଘରକୁ ନ ଆଣିପାରନ୍ତି ତେବେ ଆପଣ ଏହି ଦିନ ଏକ ଲୁଣ ପକେଟ ଘରକୁ ଆଣନ୍ତୁ ଦେଖିବେ ମା ଲଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହେବେ |

-ଆପଣ ଯଦି ଧନତେରସ ଦିନ ଖଣ୍ଡହଳଦୀ ଘରକୁ ଆଣିନ୍ତି ତେବେ ଅପଣଂକର ଶୁଭ ହୋଇଥାଏ, ଗୋମୂଦି ଚକ୍ର ମଧ୍ୟ ବହୁତ ଶୁଭ ହୋଇଥାଏ | ଗୋମୂଦିଚକ୍ର ଏହିଦିନ ଘରକୁ ଆଣିଲେ ଘର ଧନଧାନ୍ୟରେ ପୁରି ଉଠିଥାଏ |ଧନତେରସ ଦିନ ଆପଣ ଯଦି ଶ୍ରୀ ଯନ୍ତ୍ର କିମ୍ବା କୁବେର ଯନ୍ତ୍ର ଘରକୁ ଆଣି ନିଜର ଧନ ରଖିବା ସ୍ଥାନରେ ରଖିଦିଅନ୍ତି ତେବେ ଆପଣଙ୍କ ଧନର ବୃଦ୍ଧି ହୋଇଥାଏ |

-ଏହିଦିନ ମା ଲଷ୍ମୀଙ୍କ ଓ ଗଣେଶଙ୍କ ମୂର୍ତ୍ତି ଘରକୁ ଆଣନ୍ତି ତେବେ ଆପଣ ଘରେ କୌଣସି ଧନର ଅଭାବ ରହେନାହିଁ |ଏକ ଲଘୁନଡ଼ିଆକୁ ଧନତେରେସ ପୂଜା ଦିନ ପୂଜକରି ଏହାକୁ ଏକ ନାଲି କପଡ଼ାରେ ବାନ୍ଧି ଏମିତି ସ୍ଥାନରେ ରଖନ୍ତୁ ଯେମିତି କାହାର ନଜର ପଡିବ, ଏହାଦ୍ଵାରା ଆପଣଙ୍କ ଘରେ ମା ଲଷ୍ମୀ ବାସକରନ୍ତି |ଏହିଦିନ ଆପଣ ମା ଲଷ୍ମୀଙ୍କ ଚରଣ ପାଦୁକା ଆଣି ଘରେ ରଖି ପ୍ରତିଦିନ ପୂଜା କରନ୍ତୁ ଏହାଦ୍ୱାରା ମାଲଷ୍ମୀଙ୍କ କୃପା ଆପଣଙ୍କ ଘର ଉପରେ ସର୍ବଦା ରହିଥାଏ |

-ଏହିଦିନ କଉଡ଼ି ଆଣି ଆପଣଙ୍କ ପୂଜଘରେ କିମ୍ବା ସିନ୍ଧୁକରେ ରଖିବେ ତେବେ ଅପଣଂକର କେବେ ଧନର ଅଭାବ ରହିବ ନାହିଁ |ମୁଦି ଶଙ୍ଖ ଯଦି ଏହିଦିନ ଠାକୁର ଘରେ ରଖିବେ ତେବେ ଆପଣଙ୍କ ମନସ୍କାମନା ପୁରଣ ହେବ |ଏକାଆଖି ଥିବା ନଡ଼ିଆ ଯଦି ଦୀପାବଳି ଦିନ ଘରକୁ ଆଣନ୍ତି ତେବେ ଆପଣଙ୍କ ଭାଗ୍ୟ ଚାହୁଁ ଚାହୁଁ ବଦଳିଯିବ |ଏହିଦିନ ଆପଣ ଚାନ୍ଦିରେ ତିଆରି କଇଁଛ ମୋଦି ଅନାମିକା ଆଙ୍ଗୁଳିରେ ପିନ୍ଧନ୍ତି ତେବେ ମାଲଷ୍ମୀଙ୍କ କୃପା ଆପଣଙ୍କ ଉପରେ ବର୍ଷୀବ |ମୟୂର ପାଙ୍ଖ ଯଦି ଆପଣଙ୍କ ଘରର ମୁଖ୍ୟ ଦ୍ଵାରରେ ଲଗାନ୍ତି କିମ୍ବା ଭଗବାନ କୃଷ୍ଣଙ୍କ ମୂର୍ତ୍ତିରେ ରଖନ୍ତି ତେବେ ଆପଣଙ୍କ ଘର ଧନଧାନ୍ୟରେ ଭରିଉଠିବ |

-ଧନତେରସ ଦିନ ଶଙ୍ଖ, ଏବଂ ସାତୋଟି ଦୌଡୁଥିବା ଘୋଡ଼ାର ଫୋଟୋ ଘରକୁ ଆଣିବେ ତେବେ ଏହା ଅତ୍ୟନ୍ତ ଶୁଭ ଅଟେ |ଧନିଆ, ଲୁହା ଏବଂ ଝାଡୁ ଏହି ଦିନ କିଣିବା ଅତି ଶୁଭ ଅଟେ |ଏହିଦିନ ଅନେକ ବ୍ୟକ୍ତି ଗାଡି କିଣିବାପାଇଁ ପସନ୍ଦ କରନ୍ତି, ଧନତେରସ ଦିନ ଗାଡି , ଶଙ୍ଖ, କିମ୍ବା ଝାଡୁ ଆଣନ୍ତି ତେବେ ଏହାକୁ ଦୀପାବଳି ଦିନ ନିଶ୍ଚିତ ପୂଜା କରନ୍ତୁ |ଏହାଦ୍ଵାର ମା ଲଷ୍ମୀଙ୍କ କୃପା ଆପଣଙ୍କ ଉପରେ ସର୍ବଦା ରହିବ |ଆପଣ ସୁଖ ଶାନ୍ତିରେ ଦିନ କାଟିବେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment