ବନ୍ଧୁଗଣ ଆପଣ ପ୍ରତିଦିନ ଅନେକ ସାଧାରଣ ଜ୍ଞାନ ପଢୁଥିବେ ନିଶ୍ଚିତ, ଏହି ସାଧାରଣ ଜ୍ଞାନ ଆମ ଜୀବନରେ ଅନେକ କ୍ଷେତ୍ରରେ କାମରେ ଆସିଥାଏ |ମୁଁ ଆଜି ଆପଣକୁ ଏହି ସାଧାରଣ ଜ୍ଞାନ ସହିତ ଜଡିତ ଥିବା କେତେକ ପ୍ରଶ୍ନ ବିଷୟରେ ଜଣେଇବି ତେବେ ଆସନ୍ତୁ ଜାଣିବା ଏହି ପ୍ରଶ୍ନ ଗୁଡିକ ବିଷୟରେ |
1-ଗୋଟିଏ ଗୁମ୍ଫାରେ ଦୁଇଟି ବାଟ,ଗୁମ୍ଫାରେ ଲାଗେନି କେବେ କବାଟ,ଗୁମ୍ଫା ତା ଜୀବନ ଦ୍ୱାର,ପାରିବ ଯଦି କହିଲ ନାମ ତାହାର?
ଉତ୍ତର -ନାକ
2-ଇନ୍ଦ୍ର ସମ୍ପଦକୁ ମଣନ୍ତି ତୁଚ୍ଛ ଜଗତ ଭିତରେ ଆସନ ଉଚ୍ଚ?
ଉତ୍ତର -ସାଧୁ
3-ଗଛରୁ ଫଳିଅଛି ନୁହଁଇ ଫଳ,ଚକ୍ର ନୁହେଁ ସେହୁ ଚକ୍ର ଆକାର, ପୁଷ୍ପ ନୁହେଁ ସିଏ ପୁଷ୍ପରେ ସାର,ଖାଇଲେ ଲାଗଇ ବଡ ମଧୁର?
ଉତ୍ତର -ମହୁ
4-ଟିକି ବାଛୁରୀ ବେକରେ ପଘା ଟିକି ଦାନ୍ତରେ କାମୁଡ଼େ ଲୁଗା?
ଉତ୍ତର -ଛୁଞ୍ଚି
5-ନହ ନହକା ପତର ବଙ୍କା ଟା ଫଳ ବିକାଏ ମୁଠାଏ ଟଙ୍କା?
ଉତ୍ତର -ଧାନ
6-ଗୋଟିଏ ଗୁମ୍ଫାରେ ବତିଶି ଚୋର ଦିନରେ କରନ୍ତି କାମ, ରାତି ହେଲେ ସେ ଆରାମ କରନ୍ତି କୁହ ତେବେ ତାର ନାମ?
ଉତ୍ତର -ଦାନ୍ତ
7-ଯାଇଥିଲି ଉତ୍ତର ଦେଖି ଆସିଲି ଫଳ ଉପରେ ଧରିଚି ପତର?
ଉତ୍ତର -ସପୁରି
8-ଏମିତି କଣ ଅଛି ଯାହା ପାଟିକୁ ଭିତରକୁ ଗଲାବେଳେ ଟାଇଟ ଓ ଶକ୍ତ ହୋଇଥାଏ , କିନ୍ତୁ ବାହାରିବ ସମୟରେ ନରମ ହୋଇ ବାହାରେ?
ଉତ୍ତର -ଚୁଇଗମ
9-ଚଉଠି ରାତିରେ ସ୍ତ୍ରୀ ତାର ସ୍ୱାମୀକୁ କଣ ଦିଏ?
ଉତ୍ତର -କ୍ଷୀର ଗ୍ଲାସ
10-ସେଇଟା କେଉଁ ଜିନିଷ ଯାହାକୁ ଝିଅମାନେ ଚାଟିବାକୁ ପସନ୍ଦ କରନ୍ତି ?
ଉତ୍ତର -ଖଟା
12-ବାପାଙ୍କର ଭଉଣୀ ସେ ଜେଜେଙ୍କର ଝିଅ ବୋଉର ନଣନ୍ଦ ହେବ କୁହ ସେ କିଏ?
ଉତ୍ତର -ପିଉସୀ ନାନୀ
13-ଅଣ୍ଟାରେ ନଥାଇ ଧନ ପୁଅ ବାହାକରି ମନ ଏହା ଅର୍ଥ କଣ ଅଟେ?
ଉତ୍ତର -ଧନ ହୀନ ଲୋକର ଅଧିକ ଖର୍ଚ୍ଚ କରିବାର ଯୋଜନା ହାସ୍ୟାସ୍ପଦ
14-ଯେତେଦେବ ସେତେନେବି ବାଟରେ ପଡିଲେ କାଟିଦେବୀ ବାଟ ମୋର ଲୁହା , ପାଦ ମୋର ଲୁହା ଯିଏ କହିବା ମୋର ନାଁ ଚକଲେଟ ତାପାଇଁ ଥୁଆ?
ଉତ୍ତର -ରେଳଗାଡ଼ି
15-ତାହା କଣ ଯାହା କେବେଳ ବାମ ହାତରେ ଧରି ହୁଏ ଡାହାଣ ହାତରେ ନୁହେଁ?
ଉତ୍ତର -ଡାହାଣ ହାତ
16-ନାଲି ଘୋଡ଼ାଟି ଯୁଆଡେ ଯାଏ କଳା ଘୋଡା ସବୁ ଡରି ପଳାଏ, କହିଲ ଦେଖି ଏ ନାଲି ଘୋଡାଟି କିଏ?
ଉତ୍ତର -ନିଆଁ
17-ଉତ୍ତର ଦିଗରୁ ବହେ ପବନ ମା ନ ଥାଇ ପୁଅ ଜନମ ପୁଅ ଯେତେବେଳ ଜନମ ହେଲା ବାପା ସେତେବେଳେ ଘରେ ନଥିଲା?
ଉତ୍ତର -କଇଁଛ
18-ବାଛୁରୀର ହକ ଆରୀ ମହାଦେବ ପିଏ ମଣିଷ ପିଇଲେ ଭାରି ଶକ୍ତିଶାଳୀ ହେବ,କହିଲ ଭାବି କି ଦରବ ଇଏ?
ଉତ୍ତର -କ୍ଷୀର
19-ଏମିତି କଣ ଯାହାର ମୁଣ୍ଡରେ ପଥର ଥାଏ ଏବଂ ତାହାର ପେଟ ଭିତରେ ଆଙ୍ଗୁଳି ପୁରାଇଲେ ଆପଣ ବହୁତ ଖୁସି ହୁଅନ୍ତି?
ଉତ୍ତର -ମୁଦି
20-ଆପଣଙ୍କ ଦେହର କେଉଁ ଅଂଶ ପାଣିରେ ପଡିଲେ ମଧ୍ୟ ଉଦା ହେଇନଥାଏ?
ଉତ୍ତର -ଦେହର ଛାଇ
21-ହଲିଥାଏ କିନ୍ତୁ ଗଛନୁହଁ, ଚାଲିଥାଏ କିନ୍ତୁ ଗାଡି ନୁହଁ,ଟିକ ଟିକ କରେ କିନ୍ତୁ ଘଡି ନୁହଁ ତାହେଲେ କହିଲ ସେ କିଏ?
ଉତ୍ତର -ଟାଇପ ମେସିନ
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।