Vastu Shastra – ଠାକୁର ଘରେ ରଖନ୍ତୁ ନାହିଁ ଏହି ୩ଟି ଫୋଟୋ ? ନହେଲେ ଘରେ ଲାଗି ରହିବ ସର୍ବଦା କଳହ

ଆଜ୍ଞା ହଁ ବନ୍ଧୁଗଣ ଆମେ ସମସ୍ତେ ଠାକୁର ପୂଜା କରୁ ନିଶ୍ଚିତ |ପ୍ରଥମେତ ଆପଣ ଘର ତିଆରି କରିବା ଆଗରୁ ଠାକୁର ଘରଟିଏ ନିହାତି କରୁଥିବେ,ଏହା ପ୍ରାୟ ସମସ୍ତଙ୍କ ଘରେ ହୋଇଥାଏ | ଆମେ ପ୍ରତିଦିନ ଠାକୁର ପୂଜା କରିବା ସାନ୍ଧ୍ୟ ଦେବା ଏହା ଆମର ନିତିଦିନିଆ କାର୍ଯ୍ୟ ହୋଇଥାଏ | ଆମର ହିନ୍ଦୁ ଧର୍ମରେ ପ୍ରାୟ 33 କୋଟି ଦେବା ଦେବୀ ଅଛନ୍ତି, ସବୁ ଦେବା ଦେବୀଙ୍କ ଫୋଟ କିମ୍ବା ମୂର୍ତ୍ତି ଘରେ ରଖି ପୂଜା କରିବା ସମ୍ଭବ ହୋଇ ନଥାଏ |ମୁଁ ଆଜି ଆପଣକୁ ଠାକୁର ଘରେ କଉଁ ସବୁ ଫୋଟୋ ରଖିବା ଭଲ ଓ କଉଁ ଫଟୋ ରଖିବା ଭଲ ନୁହଁ ସେ ବିଷୟରେ ନିଶ୍ଚିତ ଜଣେଇବି |

ଦୁନିଆରେ ସମସ୍ତେ ପ୍ରାୟ ଭଗବାନ ବିଶ୍ୱାସୀ ହୋଇଥାନ୍ତି | ଭଗବାନଙ୍କ ପୂଜା ଆରତୀ କରି, ଭଗବାନଙ୍କ ମନ୍ତ୍ର ପାଠ କରି ଭକ୍ତି ଅର୍ପଣ କରିଥାଉ |ଘରର ସୁଖ ଶାନ୍ତି ପାଇଁ ଆମେ ସଦା ସର୍ବଦା ଭଗବାନଙ୍କୁ ଡାକିଥାଉ |ତେବେ ଘରର ସୁଖ ଶାନ୍ତି ପାଇଁ ଆପଣ ଆପଣଙ୍କ ଘରେ ଦେବା ଦେବୀଙ୍କ ଫଟୋ ପୂଜା କରନ୍ତି |ଏହି ତିନୋଟି ଫୋଟୋ ଆପଣ ଆପଣଙ୍କ ଘରେ ରଖି ପୂଜା କରନ୍ତୁ ନାହିଁ, ସେହି ଫଟୋ ଗୁଡିକ ହେଲା –

1-ଆପଣଙ୍କ ଠାକୁର ଘରେ ଭଗବାନ ଶିବଙ୍କ ନାଟରାଜ ଫଟୋ ରଖନ୍ତୁ ନାହିଁ,ଏହା ଭଗବାନ ଶିବଙ୍କ ତାଣ୍ଡବ ସମୟର ଫଟୋ |ଏହି ଫଟୋ ଯଦି ଆପଣ ଘରେ ରଖନ୍ତି ତେବେ ଘରେ ଅଶାନ୍ତି ବଢିବା ସହ କଳି ଝଗଡା ଲାଗି ରୁହେ |ପରିବାରେ ସମସ୍ତେ ସବୁ ସମୟରେ ବିରକ୍ତ ହୁଅନ୍ତି |ତେଣୁ ଆପଣ ଘରେ ଏହି ଫଟୋ ରଖି ପୂଜା କରନ୍ତୁ ନାହିଁ |

2-ଆପଣ ଆପଣଙ୍କ ଠାକୁର ଘରେ କେବେବି ଦୁର୍ଗାଙ୍କ ଚଣ୍ଡି ରୂପ ଧାରି ଫଟୋ ରଖନ୍ତୁ ନାହିଁ |ଏହା ମାଙ୍କ ଚଣ୍ଡୀ ରୂପ ହୋଇ ଥିବାରୁ ଘରେ ଏହି ଫଟୋ ରଖିଲେ ସର୍ବଦା କଳହ ଲାଗି ରହିବା ସହିତ ପରିବାରରେ ଅଶାନ୍ତି ମଧ୍ୟ ଲାଗି ରହେ |ତେଣୁ ଆପଣ ମା ଚଣ୍ଡୀ ରୂପ ଥିବା ଫଟୋ ଆପଣଙ୍କ ଘରକୁ ଆଣନ୍ତୁ ନାହିଁ |

3-ଶନି ଦେବଙ୍କ ଫଟୋ ଆପଣ ଠାକୁର ଘରେ ରଖନ୍ତୁ ନାହିଁ | କାରଣ ସନି ଦେବଙ୍କୁ ଯଦି ଆପଣ ନିୟମ ନିଷ୍ଠା ସହକାରେ ପୂଜା ନକରନ୍ତି,ତେବେ ଏହାର କୁପ୍ରଭାବ ରେ ଆପଣଙ୍କ ଘରେ ଅଶାନ୍ତି ଲାଗି ରହିବ |ପରିବାରରେ କଳହ ବଢିବ, ଘରେ କୌଣସି ପ୍ରକାର ଉନତି ମଧ୍ୟ୍ୟ ହେବ ନାହିଁ |

ବନ୍ଧୁଗଣ ଆପଣ ଯଦି ଏହି ଫଟୋ ଗୁଡିକ ଘରେ ରଖି ପୂଜା କରିବା ପାଇଁ ଚାହୁଁଛନ୍ତି, ତେବେ ଏହାକୁ ନୀତି ନିୟମ ଅନୁଯାୟୀ ପୂଜା କରନ୍ତୁ |ଯଦି ଆପଣ ଏହାର କିଛି ବି ନୀତି ନିୟମ ଜାଣି ନାହାନ୍ତି ତେବେ ଏହି ଫଟୋ ପୂଜା କରନ୍ତୁ ନାହିଁ |ନିୟମ ନିଷ୍ଠା ସହକାରେ ପୂଜା ନକଲେ ଆପଣଙ୍କ ଘରେ ଅଶାନ୍ତି ବଢିବା ସହିତ ଘରେ ସର୍ବଦା କଳହ ଲାଗି ରହିବ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment