ହଁ ଦର୍ଶକ ବନ୍ଧୁ କେଶ ଗୋଟିଏ ଏମିତି ଜିନିଷ ଯାହା ଅମର ସୌନ୍ଦର୍ଯ୍ୟ କୁ ଦି ଗୁଣିତ କରେଇଥାଏ | ତେବେ କେଶ ପାଇଁ ଅନେକ ଅନେକ ଉପାୟ ମଧ୍ୟ କରିଥାଉ ତେବେ ଆଜି କାଲି କେଶ ଝଡ଼ିବା କେଶ ନ ବଢିବା, କେଶ ରେ ରୁପି ହେବା ସଭିଁଙ୍କ ମୁଣ୍ଡ ବିନ୍ଧାର କାରଣ | ତେବେ ଆଜି କାଲି ଏହି ସବୁ ସମସ୍ୟା ପାଇଁ ବିିଭିନ୍ନ ଉପାୟ ମଧ୍ୟ ଆପଣାଇ ଥାଆନ୍ତି ତେଣୁ କେଶ ଝଡ଼ିବାକୁ ରୋକିବା ପାଇଁ, କେଶର ଥିବା ବିଭିନ୍ନ ସମସ୍ୟା ଦୂର କରିବା ପାଇଁ ମାତ୍ର ଦୁଇଟି ନାଲି ପିଆଜ ନିୟନ୍ତୁ ଓ ଏହାକୁ କିଛି ଭିନ୍ନ ଉପାୟରେ ଆପଣଙ୍କ କେଶରେ ବ୍ୟବହାର କରନ୍ତୁ | ତାହା ପରେ ଆପଣମାନେ ଦେଖିବେ ଆପଣଙ୍କ କେଶ ଝଡ଼ିବା ବନ୍ଦ ହେବା ସହିତ କେଶ ର ବିଭିନ୍ନ ସମସ୍ୟା ଠାରୁ ଆପଣ ରକ୍ଷା ପାଇପାରିବେ | ହଁ ଦର୍ଶକ ବନ୍ଧୁ ପିଆଜ ଥିବା ସଲଫର ଗୁଣ ଯାହା ଆମ କେଶ ଭିତରୁ ମୋଜଭୁତ କରିବା ସହିତ ଆପଣଙ୍କର ରୁପି ହେଉଥିଲେ ଏହା ତାହାକୁ ମଧ୍ୟ ନିୟନ୍ତ୍ରଣ କରିଥାଏ | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ଜାଣିବା ଏହାର ବ୍ୟବହାର ଓ ପ୍ରସ୍ତୁତି କେମିତି କରିବେ |
ତେବେ ଆମେ ଜାଣିଛୁ କି କେଶ ଝଡିବା ଏକ ବଡ଼ ସମସ୍ୟା ହୋଇଥାଏ | ଆଉ ଆମେ ଏହି ସବୁ ସମସ୍ୟା ରୁ ମୁକ୍ତି ପାଇବା ପାଇଁ ବିଭିନ୍ନ ପ୍ରକାରର କେମିକାଲ ପ୍ରଡକ୍ଟସ ଆପଣାଇ ଥାଉ | କିନ୍ତୁ ତାହା ଆମ ଶରୀର ପାଇଁ ଭଲ ହୋଇ ନ ଥାଏ | ତେବେ ଆମେ ଗୋଟିଏ ଘରେଇ ଉପଚାର କୁ ବ୍ୟବହାର କରିକି କେଶ ସମସ୍ୟାରୁ ମୁକ୍ତି ପାଇବାର ଉପାୟ ବିଷୟରେ ଆସନ୍ତୁ ଜାଣିବା |
ଆବଶ୍ୟକୀୟ ଉପକରଣ :-
ପିଆଜ
ପ୍ରସ୍ତୁତି ପ୍ରଣାଳୀ :-
ଦର୍ଶକ ବନ୍ଧୁ କେଶର ବିଭିନ୍ନ ସମସ୍ୟା ପାଇଁ ପ୍ରଥମେ ଆପଣ ଦୁଇଟି ପିଆଜ ନାଲି ନିୟନ୍ତୁ | ଏହାର ଚୋପା କୁ କାଢି ଦିୟନ୍ତୁ ତାପରେ ଏହାକୁ ଧୋଇଦେଇ ଛୋଟ ଛୋଟ କରି କାଟି ଏକ ପାତ୍ର ରେ ରଖନ୍ତୁ | ଏବେ ଆପଣ କାଟି ଥିବା ପିଆଜ କୁ ଏକ ଗ୍ରାଇଣ୍ଡିଙ୍ଗ ସାହାଯ୍ୟରେ ଭଲ ଭାବରେ ଗ୍ରାଇଣ୍ଡିଙ୍ଗ କରିଦିୟନ୍ତୁ | ଏହା ଗ୍ରାଇଣ୍ଡିଙ୍ଗ ହେଇସାରିବା ପରେ ଆପଣ ଏହାକୁ ଏକ ଗ୍ଲାସ ରେ ନହେଲେ ଏକ ବୋତଲ କୁ ଛାଣି ନିୟନ୍ତୁ | ଏବେ ଆପଣ ପ୍ରସ୍ତୁତ କରିଥିବା ପିଆଜ ରସ କୁ ଆପଣ ଆପଣଙ୍କ କେଶ ରେ ବ୍ୟବହାର କରନ୍ତୁ | ଏବେ ଆସନ୍ତୁ ଜାଣିବା ଆପଣ ଏହାକୁ କିପରି ବ୍ୟବହାର କରିବେ |
ବ୍ୟବହାର :-
ଦର୍ଶକ ବନ୍ଧୁ ଏବେ ଆପଣ ପ୍ରସ୍ତୁତ କରିଥିବା ପିଆଜ ର ରସ କୁ ଏକ କପଡ଼ା ସାହାଯ୍ୟ ରେ ନହେଲେ ତୁଳା ସାହାଯ୍ୟରେ ଏହାକୁ କେଶରେ ଲଗାଇ 5 ରୁ 7 ମିନିଟ ପର୍ଯ୍ୟନ୍ତ ଭଲ ଭାବରେ ମାଲିସ କରନ୍ତୁ | ତାପରେ ଏହାକୁ ଆପଣ ଆପଣଙ୍କ କେଶ ରେ 30 ମିନିଟ ପର୍ଯ୍ୟନ୍ତ ସେମିତି ଲଗାଇ ରଖନ୍ତୁ ଓ ପରେ କେଶକୁ ସଫା କରି ଦିୟନ୍ତୁ | ଯଦି ଆପଣଙ୍କୁ ପିଆଜ ରସ ଗନ୍ଧ ଭଲ ଲାଗୁନି ତାହାଲେ ଆପଣ ପିଆଜ ରସ ରେ ନଡିଆ ତେଲ ମିଶାଇ କେଶ ମୂଳରେ ଭଲ ଭାବେ ମାଲିସ କରନ୍ତୁ | ଏହା କରିବା ଦ୍ୱାରା କେଶ ଖୁବ ଘନ ଓ ଲମ୍ବା ହୋଇଥାଏ | ଏହାକୁ ବ୍ୟବହାର କଲେ କିଛି ଦିନରେ ନିଜେ ଏହାର ଚମତ୍କାର ଅନୁଭବ କରିବେ | ଏହାକୁ ସପ୍ତାହ ରେ ଆପଣ ଦୁଇ ରୁ ତିନି ଥର ନିୟମିତ କେଶରେ ଲଗାଇବା ଦ୍ୱାରା କେଶର ଚମକ ବୃଦ୍ଧି ହେବା ସହିତ କେଶ ଝୋଡ଼ିବା ବନ୍ଦ ହେବା, କେଶ ଲମ୍ବା ହେବ, ଓ ରେଶମୀ ମଧ୍ୟ ହୋଇଥାଏ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।