Vastu Shastra – ଧ୍ୟାନ ରଖନ୍ତୁ ଏହି ଦିନ ତୁଳସୀ ର ପତ୍ର ତୋଳିବା ଦ୍ୱାରା ଆସିଥାଏ ଦରିଦ୍ରତା ? ଘରେ ସର୍ବଦା ଅଶାନ୍ତି ଲାଗି ରହେ

ବନ୍ଧୁଗଣ ଧାର୍ମିକ ଶାସ୍ତ୍ର ଅନୁସାରେ ତୁଳସୀ ଗଛକୁ ବହୁତ ପବିତ୍ର ଓ ସକାରାତ୍ମକ ବୋଲି ମାନାଯାଏ |ଏହି କାରଣରୁ ହିନ୍ଦୁ ଶାସ୍ତ୍ରରେ ଜଡିତ ସମସ୍ତ ବ୍ୟକ୍ତି ନିଜର ମନ ମଧ୍ୟ୍ୟରୁ ଏହାକୁ ପୂଜା କରିଥାନ୍ତି |ତୁଳସୀ ଗଛ ଘରେ ରହିବା ଅନିର୍ଵାଯ୍ୟ ଅଟେ |ଏହି ଗଛ ଘରେ ରହିବା ଦ୍ଵାରା ଘରେ ସୁଖ ଶାନ୍ତି ଲାଗି ରହିଥାଏ |ଘରେ ତୁଳସୀ ଗଛକୁ ପୂଜା କରିବା ଉଚିତ, ଏହି ତୁଳସୀ ପତ୍ର ଆମର ଦୈନନ୍ଦିନ ଜୀବନରେ ବହୁତ କାମରେ ଲାଗିଥାଏ |ଏହାର ପତ୍ର ଠାକୁର ପୂଜାରେ ଲାଗିବା ସହିତ ଏହି ପତ୍ରରେ ଥିବା ଔଷଧିୟ ଗୁଣ ବିଭିନ୍ନ ରୋଗ ମଧ୍ୟ ଭଲ କରିଥାଏ |ତେଣୁ ତୁଳସୀ ପତ୍ର ଆମର ସଦା ସର୍ବଦା ବ୍ୟବହାର ହୋଇଥାଏ |କିନ୍ତୁ ସବୁ ପତ୍ର ପରି ତୁଳସୀ ପତ୍ରକୁ ସବୁଦିନ ତୁଳାଯାଏ ନାହିଁ |ମୁଁ ଆଜି ଆପଣଙ୍କୁ କଉଁ ଦିନ ତୁଳସୀ ପତ୍ର ତୋଳିବା ମନା, ଏହା ଦ୍ଵାରା କଣ ହୁଏ ସେ ବିଷୟରେ ଜଣେଇବି |ଆସନ୍ତୁ ଜାଣିବା ଏହାର ସମ୍ପୂର୍ଣ କଥା ବିଷୟରେ :-

ବନ୍ଧୁଗଣ ଏକାଦଶୀ, ରବିବାର, ସୂର୍ଯ୍ୟ ଗ୍ରହଣ ଏବଂ ଚନ୍ଦ୍ର ଗ୍ରହଣ ସମୟରେ ତୁଳସୀ ପତ୍ର ତୋଳିବା ଉଚିତ ନୁହଁ |ହଁ ରାତ୍ରି ସମୟରେ ଆପଣ ତୁଳସୀ ପତ୍ରକୁ ଛୁଅନ୍ତୁ ନାହିଁ କି ତୋଳାନ୍ତୁ ନାହିଁ |ଏହା ଛଡା ଆପଣ ବିନା କୌଣସି କାରଣରେ ତୁଳସୀ ପତ୍ର ଛିଡ଼ାନ୍ତୁ ନାହିଁ, ଏହାକୁ ପାପ ଏବଂ ଅଶୁଭ ବୋଲି ମାନାଯାଏ |ତୁଳସୀ ପତ୍ରକୁ ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ ବୋଲି ମାନାଯାଏ |ଏହି ପତ୍ରକୁ ଆପଣ ଚୁବାଇ ନଖାଇ ଗିଳିଦେବା ସ୍ୱାସ୍ଥ୍ୟ ପାଇଁ ଭଲ ହୋଇଥାଏ |

ଶାସ୍ତ୍ର ପୁରାଣ ଅନୁସାରେ ଯେଉଁ ଘରେ ପ୍ରତି ଦିନ ତୁଳସୀ ପୂଜା ହୋଇଥାଏ ଏବଂ ସକାଳ ସାଧ୍ୟ୍ୟରେ ତୁଳସୀ ବୃକ୍ଷ ମୂଳରେ ଦିପ ଜଳାଯାଏ, ସେହି ଘରେ ମାତା ଲଷ୍ମୀଙ୍କ କୃପା ଦୃଷ୍ଟି ରହିଥାଏ |ଏହି ଘରେ ସୁଖ ଶାନ୍ତି ରହିବା ସହିତ ଦରିଦ୍ରତା ପାଖକୁ ଆସେ ନାହିଁ |ଏହି ବୃକ୍ଷ ଘରେ ରହିଲେ ଘରର ବାସ୍ତୁଦୋଷ ଦୂର ହେବା ସହ ଘରର ଆର୍ଥିକ ସ୍ଥିତିର ସୁଧାର ଆସିଥାଏ |ଏହିପରି ମଧ୍ୟ କୁହାଯାଏ ଯେ ଯଉ ଘରେ ତୁଳସୀ ଗଛ ରହିଥାଏ ସେହି ଘରର ବ୍ୟକ୍ତି ମାନଙ୍କୁ କେବେବି ଖରାପ ଦୃଷ୍ଟି ଲାଗେନାହିଁ |

ଏହି ତୁଳସୀ ଘରର ନକାରାତ୍ମକ ଶକ୍ତିକୁ ହ୍ରାସ କରିଥାଏ, ଏହା ଦ୍ଵାରା ଘରର ଜୀବାଣୁ ନଷ୍ଟ ହେବା ସହ ଘର ପବିତ୍ର ହୋଇଯାଏ |ଏହି ପବିତ୍ରତା କାରଣରୁ ମାତା ଲଷ୍ମୀ ବାସ କରନ୍ତି |ଆପଣଙ୍କ ଘରେ ତୁଳସୀ ଗଛ ଥିଲେ ଆପଣ ଏହାର ପୂଜା କରିବା ସମୟରେ କିମ୍ବା ପତ୍ର ତୋଳିବା ସମୟରେ ସବୁ ନିୟମ ପ୍ରତି ଧ୍ୟାନ ଦେବା ଆବଶ୍ୟକ |କାରଣ ଏହିପରି ନକଲେ ଆପଣଙ୍କ ଘରେ ଦରିଦ୍ରତା ଦେଖାଦେଇ ପାରେ ତେଣୁ ଆପଣ ଏହି ନିୟମକୁ ପାଳନ କରନ୍ତୁ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment