ବନ୍ଧୁଗଣ ଆମ ସମସ୍ତ ଙ୍କୁ ଗଳ୍ପ ଓ କାହାଣୀ ଶୁଣିବା ପାଇଁ ବହୁତ ଭଲ ଲାଗେ, କାହାଣୀ ଓ ଗଳ୍ପ କେବେଳ ଆମ ମନରଞ୍ଜନ ପାଇଁ ହୋଇ ନଥାଏ ବରଂ ଏହା ମାଧ୍ୟମ ରେ ଆମେ ଅନେକ କିଛି ଜୀବନ ଶିକ୍ଷା ମଧ୍ୟ କରିଥାଉ ଯାହାକି ଆମକୁ ଆମ ଜୀବନ ର ରାସ୍ତା ରେ ଚାଲିବା ରେ ସାହାଯ୍ୟ କରେ। ତେବେ ଆମେ ଆଜି ଆପଣ ଙ୍କୁ ଏକ ସୁନ୍ଦର କାଉ ଗପ ବିଷୟ ରେ ଜଣେଇବା କୁ ଯାଉଛୁ ଯେଉଁ ଗପ ଟି ବିଷୟ ରେ ଜାଣିଲେ ଆପଣ ମଧ୍ୟ ବୁଝି ପାରିବେ ନିଜର ସାମର୍ଥ୍ୟ ବିଷୟ ରେ ଆଉ ନିଜ ଜୀବନ ରେ ଖୁସି ରେ ରହିବେ।
ତେବେ ଗଳ୍ପ ଟି ହେଉଛି ଏକ କାଉ ର ,ତେବେ ଆପଣ ଜାଣିଛନ୍ତି ଯେ କାଉ ର ରଙ୍ଗ କଳା ଅଟେ ବୋଲି। ମାତ୍ର କାଉ ଟି ତାର ରଙ୍ଗ କୁ ନେଇ ବେଶ ଖୁସି ଥିଲା ଆଉ ନିଜ ଜୀବନ ରେ ବିନଦାସ ଥିଲା। ମାତ୍ର ଏକଦା ସେ ଏକ ପୋଖରୀ କୁ ପାଣି ପିଇବା ପାଇଁ ଯାଇ ପହଁଚିଲା ସେଠାରେ ଯାଇ ସେ ଦୁଇ ଟି ହଂସ କୁ ଦେଖିଲା ,ଆଉ ହଂସ ର ଗୋରା ବା ଧଳା ରଙ୍ଗ ଦେଖିବା ପରେ ତାକୁ ନିଜ ପ୍ରତି ଖରାପ ଲାଗିଲା। ସେ ଭାବିଲା କି ଦୁନିଆଁ ର ସବୁଠାରୁ ସୁନ୍ଦର ହେଉଛି ହଂସ ଆଉ ସେ ତା ଜୀବନ ରେ ଖୁସି ବି ଅଛି ବୋଲି।
ତେବେ ଏନେଇ ସେ ସେହି ହଂସ କୁ ଭେଟିଲା ଆଉ ତାକୁ କହିଲା କି ତୁମେ ସବୁଠାରୁ ସୁନ୍ଦର ଓ ଖୁସି ଥିବା ଚଢ଼େଇ ଅଟ।କିନ୍ତୁ ହଂସ କାଉ କୁ କହିଲା କି ନାଁ ସବୁଠାରୁ ସୁନ୍ଦର ଓ ଖୁସି ପକ୍ଷୀ ହେଉଛି ଶୁଆ ଯାହାର ଦୁଇଟି ରଙ୍ଗ ରହିଛି ଆଉ ସେ ବେସି ସୁନ୍ଦର ଅଟେ। ତେବେ ଏହା ଶୁଣିବା ପରେ ଶୁଆ ପାଖରେ ଯାଇ ପହଁଚିଲା କାଉ ଆଉ ତାକୁ ବି ସମାନ କଥା କହିଲା ଯାହା ସେ ତାକୁ ମଧ୍ୟ କହିଲା। ମାତ୍ର ଶୁଆ ତାକୁ କହିଲା କି ସବୁଠାରୁ ସୁନ୍ଦର ହେଉଛି ମୟୂର ତାର ରଙ୍ଗ ଆଗରେ ମୁଁ କିଛି ବି ନୁହେଁ ତେଣୁ ସେ ସବୁଠାରୁ ଖୁସି ଓ ସୁନ୍ଦର ପକ୍ଷୀ ଅଟେ ।
ଏହା ଶୁଣିବା ପରେ କାଉ ଯାଇ ପହଁଚିଲା ମୟୁର ପାଖରେ ଏକ ଜୁ ରେ , ଆଉ ମୟୁର କୁ ବି ସେ ସମାନ କଥା କହିଲା ଯାହା ସେ ହଂସ ଓ ଶୁଆ କୁ କହିଥିଲା। ତେବେ ମୟୁର କହିଲା କି ମୁଁ ନୁହେଁ ତୁମ ସବୁଠାରୁ ସୁଖୀ ପକ୍ଷୀ କାରଣ ତୁମେ ସ୍ୱାଧୀନ ଭାବ ରେ ଖୋଲା ଆକାଶ ରେ ଉଡି ପାରୁଛ କିନ୍ତୁ ମୁଁ ଏଠାରେ ବନ୍ଦୀ ଅଟେ। ତେବେ ଏହା ଶିଣିବା ପରେ କାଉ ବୁଝି ପାରିଲା କି ଦୁନିଆଁ ରେ ସମସ୍ତେ ନିଜ ନିଜର ଗୁଣ କୁ ନେଇ ଆସିଛନ୍ତି ଆଉ ତାହାକୁ ନେଇ ଖୁସି ହେବା ଉଚିତ ।ଯଦି ଅନ୍ୟ କାହାକୁ ଦେଖି ନିଜ ସହ ତୁଳନା କରିବା ତେବେ କେବେ ବି ଖୁସି ରେ ରହି ପାରିବା ନାହିଁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।