ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ |ତେବେ ଏଠାରେ ଦେଖୁବାକୁ ମିଳିଛି କି ସ୍ୱାମୀ ଓ ସ୍ତ୍ରୀ ଙ୍କ ଭଲ ପାଇବା ଆଉ ଧୋର୍ଯ୍ୟ ଓ ସାହସ ଆଗରେ ହାର ମାନିଛି ସବୁ କିଛି | ଆଉ ପାଠ ପଢିବା ପାଇଁ ସାହାଯ୍ୟ କରିବାକୁ ଲାଗିଛନ୍ତି ନିଜ ସ୍ତ୍ରୀ ଙ୍କୁ ସ୍ୱାମୀ ଜଣଙ୍କ | ଆଉ ପାଠ ପଢିବା ସହିତ ସ୍ତ୍ରୀ ଜଣଙ୍କ ମଧ୍ୟ ସାହାଯ୍ୟ କରୁଛନ୍ତି ତାଙ୍କ ସ୍ୱାମୀ ଙ୍କୁ | ଆଉ ଦୁଇଜଣ ମିଳି ମିଶି କି ନିଜର ଘର ଚଳାଉଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |
ତେବେ ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା କି ଗଞ୍ଜାମ ଜିଲ୍ଲାର ରଂଯୁକ୍ତା ଆଉ ଯିଏ କି ରମ୍ଭା ଅଞ୍ଚଳରେ ପିଲା ଦିନରୁ ଝିଅ ଟେ ଭଲ ପାଠ ପଢିବାକୁ ଲାଗିଥିଲା | କିନ୍ତୁ ଯାହା ଜଣା ପଡିଥିଲା କି ଝିଅ ଜଣଙ୍କୁ ପଢାଇବା ପାଇଁ ଝିଅ ଟିର ଘର ଲୋକ ଙ୍କର ସାମର୍ଥ ନ ଥିଲା | ଆଉ ଯେଉଁଥିପାଇଁ ଝିଅ ଜଣଙ୍କ ପଳେଇ ଯାଇଥିଲେ ଭୁବନେଶ୍ୱର କୁ | ଆଉ ସେଠାରେ ଦେଖିବାକୁ ମିଳିଥିଲା କି ଝିଅ ଜଣଙ୍କ ପରେ ଭୁବନେଶ୍ୱର ଯାଇକି ଗୋଟିଏ କମ୍ପାନୀ ରେ ଚାକିରୀ କରିବାକୁ ଲାଗିଥିଲେ | ଆଉ ସେଠାରେ କାମ କରୁଥିବା ସମୟରେ ବ୍ରହ୍ମପୁର ଅଂଚଳର ଖୋଲିକୋଟ ଅଞ୍ଚଳରେ ଜଣେ ପୁଅ ଙ୍କ ସହିତ ତାଙ୍କର ପ୍ରେମ ହୋଇଯାଇଥିଲା |
ଆଉ ଯାହା ଜଣା ପଡିଥିଲା କି ଦୁଇଜଣ ଘରେ ଜଣାଇବା ପରେ ପରସ୍ପର ପରସ୍ପର ଙ୍କୁ ବିବାହ କରିଥିଲେ | ଆଉ ତାହା ପରେ ସ୍ତ୍ରୀ ଜଣଙ୍କ ତାଙ୍କର ପାଠ ପଢ଼ିବାର ଇଚ୍ଛା କୁ ପ୍ରକାଶ କରିକି କହିଥିଲେ ତାଙ୍କର ସ୍ୱାମୀ ଙ୍କ ପାଖରେ | ଆଉ ତାହା ଜାଣିବା ପରେ ସ୍ୱାମୀ ଜଣଙ୍କ ମଧ୍ୟ ରଂଯୁକ୍ତା ଙ୍କୁ ତାଙ୍କର ପାଠ ପଢ଼ାରେ କରିଥିଲେ ସାହାଯ୍ୟ | ଆଉ ନିଜେ ସ୍ବିଗୀ ରେ କାମ କରି ଡ଼ିବ ରାତି ପରିଶ୍ରମ କରିକି ସ୍ତ୍ରୀ ଙ୍କୁ ପଢାଇବାକୁ ଲାଗିଥିଲେ | ଆଉ ପିଜି କରିବା ସହିତ ଉତ୍କଳ ଇଉନିଭାର୍ସିଟି ରେ ସେ ପି ଏଚ ଡି ମଧ୍ୟ କରିବାକୁ ଲାଗିଥିଲେ ରଂଯୁକ୍ତା |
ଏବେ ଚାକିରୀ ନ ପାଇବାରୁ ଦିନରେ ନର୍ସ ର କାମ କରିବା ସହିତ ସନ୍ଧ୍ୟାରେ ସ୍ୱାମୀ ଙ୍କ ସହିତ ମିଶିକି ଏକ ନନ ଭେଜ ଦୋକାନ ମଧ୍ୟ ଖୋଲିଛନ୍ତି ଓ ସେଠାରେ ସ୍ୱାମୀ ଙ୍କ କାମ ରେ ସାହାଯ୍ୟ ମଧ୍ୟ କରୁଥିବାର ଦେଖିବାକୁ ମିଳିଥିଲା | ଆଉ ମହିଳା ଜଣଙ୍କର ପାଠ ପଢିବା ସହିତ ଶାଶୂ ଘର ପ୍ରତି ଭଲ ପାଇବା ଓ ପରିଶ୍ରମ ଦେଖିକି ସମସ୍ତେ ଝିଅ ଟିର ବେଶ ପ୍ରଶଂସା କରିବାକୁ ଲାଗିଥିଲେ | ଆଉ ଯାହା ଏବେ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।