ତେବେ ଆମେ ମାନେ ଜାଣିଛୁ କି ସ୍ୱାସ୍ଥ୍ୟ ଯଦି ଠିକ ଅଛି ତାହେଲେ ଆମେ ବିଭିନ୍ନ କାର୍ଯ୍ୟ କୁ ଠିକ ଭାବରେ କରି ପାରିଥାଉ | ତେବେ ବେଳେ ବେଳେ ଦେଖା ଯାଏ କି ସ୍ୱାସ୍ଥ୍ୟ ଠିକ ଥିଲେ ମଧ୍ୟ ପିଲା ମାନଙ୍କର ବ୍ରେନ ର ବିକାଶ ହୋଇ ନଥାଏ ଓ ପିଲା ମାନଙ୍କ ପାଖରେ ବିଭିନ୍ନ ପ୍ରକାରର ଅଭାବ ଦେଖା ଯାଇଥାଏ | ତେବେ ଆମେ ଜାଣିଛୁ କି ପିଲା ମାନଙ୍କ ପାଇଁକି 3 ପ୍ରକାରର ବିକାଶ ନିହାତି ଜରୁରୀ ହୋଇଥାଏ ତାହା ହେଉଛି ପିଲାର ଶାରୀରିକ, ମାନସିକ ଓ ବୌଦ୍ଧିକ ବିକାଶ | ତେବେ କୁହାଯାଉଛି କି ପିଲା ମାନଙ୍କର ଶାରୀରିକ ବିକାଶ ତ ହେଉଛି କିନ୍ତୁ ମାନସିକ ଓ ବୌଦ୍ଧିକ ବିକାଶ ଠିକ ଭାବରେ ହେଉନି, ତାହାର କାରଣ ହେଉଛି ମୋବାଇଲ | ତାହେଲେ ଆସନ୍ତୁ ଜାଣିବା ମୋବାଇଲ ଠାରୁ ପିଲା ଙ୍କୁ ଦୂର ରଖିବା ପାଇଁ କଣ କଣ କରିବା ଉଚିତ ବାପ ମା ମାନଙ୍କ ପାଇଁ |
ତେବେ ଆଜି କାଲି ପିଲା ମାନେ ସାଧାରଣତଃ ବାସ୍ତବିକ ଦୁନିଆକୁ ଛାଡିକି ବିଶେଷ କରିକି ଅବାସ୍ତବ ଅର୍ଥାତ ମୋବାଇଲ ଦୁନିଆକୁ ବେଶୀ ପସନ୍ଦ କରୁଛନ୍ତି | ମୋବାଇଲ ରେ ସବୁବେଳେ ଗେମ ଖେଳିବା ସହିତ ସବୁବେଳେ ମୋବାଇଲ ରେ ବୁଡି ରହୁଛନ୍ତି | ଆଉ ତାହା ଛଡ଼ା ମୋବାଇଲ କୁ ଦେଖିକି ପିଲା ମାନେ ଖାଇବାକୁ ଲାଗୁଛନ୍ତି, ଯାହା ଫଳରେ ପିଲା ମାନଙ୍କର ଶାରୀରିକ ବିକାଶ ସିନା ହେଉଛି କିନ୍ତୁ ମାନସିକ ଓ ବୌଧିକ ବିକାଶ କିନ୍ତୁ ହେଉ ନାହିଁ ବୋଲି କୁହାଯାଉଛି |
ତେବେ ଏଥିପାଇଁ ପିଲା ମାନେ ଯେତିକି ଦାୟୀ ଅଛନ୍ତି ତାହା ଠାରୁ ଅଧିକ ସେମାନଙ୍କର ବାପ ମା ଦାୟୀ ବୋଲି କୁହାଯାଉଛି | ତେବେ କୁହାଯାଉଛି କି ବାପା ମା ଆଜି କାଲି ଯିଏ ଯାହାର କାମରେ ବ୍ୟସ୍ଥ ରହୁଛନ୍ତି ଆଉ ଯୋଉଁଥିପାଇଁ ପିଲାଙ୍କ ପାଇଁ ସମୟ ଦେଇ ପାରୁ ନାହାନ୍ତି | ଆଉ ଯାହା ପାଇଁ ପିଲାମାନେ ମୋବାଇଲ ସହିତ ଅଧିକ ଏଡିକଟେଡ଼ ହେଉଛନ୍ତି | ବାହାର ଦୁନିଆ ସହିତ ନ ମିଶି, ବ୍ୟବହାର ଆଚାର ସଂମ୍ମାନ କଥା ନ ଜାଣି କାର୍ଟୁନ ଦେଖି ପିଲା ମାନେ ସେହି ସବୁ ଶିକ୍ଷା କରୁଛନ୍ତି | ଏକଷ୍ଟ୍ରା ଗୁଣ ସେମାନଙ୍କ ପାଖରେ ଆଉ କିଛି ନାହିଁ ବୋଲି କୁହାଯାଉଛି |
ତେବେ ବାପା ମା ଙ୍କୁ ପିଲା ଙ୍କର ଏହି ସବୁ କାର୍ଯ୍ୟକ୍ରମ ପ୍ରତି ବିଶେଷ ଭାବରେ ଦୃଷ୍ଟି ଦେବାକୁ ପଡିବ | ପିଲା ମାନଙ୍କ ସହିତ ମିଶିବା ପାଇଁ ପଡିବ ଓ ପିଲା ଙ୍କୁ ବିଭିନ୍ନ କଥା ଶିଖାଇବା ପାଇଁ ପଡିବ | ତାହା ବ୍ୟତୀତ ମା ମାନଙ୍କୁ ପିଲା କଣ ଖାଇବେ ସେମାନଙ୍କର ମାନସିକ ଶକ୍ତି ର ବିକାଶ ହେବ ତାହା ଜାଣିବା ଆବଶ୍ୟକ ଓ ଯେତେ ସମ୍ଭବ ପିଲାଙ୍କୁ ସେମାନଙ୍କର ମୋବାଇଲ ଠାରୁ ଦୂର ରଖିବା ଆବଶ୍ୟକ ହୋଇଥାଏ | ଯାହାକୁ ଆମେ ଜାଣି ରଖିବା ନିହାତି ଆବଶ୍ୟକ ହୋଇଥାଏ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।