ଆଣ୍ଠୁ ଗଣ୍ଠି ବିନ୍ଧା, ଅଣ୍ଟା ବିନ୍ଧା, ହାତ ବିନ୍ଧା ( Joint pain ) ଗୋଟେ ରାତିରେ ଭଲ ହେବ | Home remedy

ବନ୍ଧୁଗଣ ବର୍ତମାନ ପ୍ରାୟ ଅଧିକାଂଶ ଲୋକମାନଙ୍କ ଆଣ୍ଠୁ ଗଣ୍ଠି ଜନିତ ସମସ୍ୟା ପ୍ରାୟ ଘରେ ଘରେ ଦେଖାଦେଲାନି |ପିଲାଠାରୁ ବୁଢା ଯାଏ ପ୍ରାୟ ସମସ୍ତଙ୍କ ପାଖରେ ଏହି ସମସ୍ୟା ଦେଖା ଦେଉଛି |ବର୍ତମାନ ଲୋକେ ଅଧିକ ପରିଶ୍ରମ କରିବା ପାଇଁ ଭଲ ପାଉନାହାନ୍ତି, ଅଧିକ ସମୟ ବସି ରହୁଛନ୍ତି |ଏହି ଅଧିକ ସମୟ ବସି ରହିବା, ଚଲା ବୁଲା ନକରିବା ଦ୍ଵାରା ଏହି ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ହୋଇଥାଏ |କେବଳ ଏତିକି ନୁହଁ ଆମର ଖାଇବା ଏବଂ ପିଇବାର ସମସ୍ୟା କାରଣରୁ ମଧ୍ୟ୍ୟ ଏହା ହୋଇଥାଏ |ସାଧାରଣତଃ କ୍ୟାଲସିଅମ ଅଭାବରୁ ମଧ୍ୟ୍ୟ ଏହି ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ହୋଇଥାଏ |ମୁଁ ଆଜି ଆପଣକୁ ଏହି ସମସ୍ୟାର ସମାଧାନ ପାଇଁ ଏକ ଘରୋଇ ଉପଚାର ବିଷୟରେ କହିବି ଯାହାର ବ୍ୟବହାର କରିବା ଦ୍ଵାରା ଆପଣଙ୍କୁ ଏହି ଯନ୍ତ୍ରଣାରୁ ଉପଶମ ମିଳିବ |ଏଥିରେ ବ୍ୟବହାର ହେଉଥିବା ସାମଗ୍ରୀ ଆପଣ ପ୍ରାୟ ସବୁ ସ୍ଥାନରୁ ପାଇପାରିବେ |ତେବେ ଆସନ୍ତୁ ଜାଣିବା ଏହି ରିମିଡ଼ି ର ପ୍ରସ୍ତୁତି ଓ ବ୍ୟବହାର ବିଷୟରେ |

ଆବଶ୍ୟକ ସାମଗ୍ରୀ :-

ପିଜୁଳି ପତ୍ର

ପ୍ରସ୍ତୁତି :-

ଏହି ଘରୋଇ ରିମିଡି ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ଯଉଁ ସାମଗ୍ରୀ ଆବଶ୍ୟକ ତାହା ଆପଣକୁ ସବୁ ସ୍ଥାନରେ ମିଳିପାରିବ |ଏଥିପାଇଁ ଆପଣକୁ ପ୍ରଥମେ ପିଜୁଳି ପତ୍ର ଆବଶ୍ୟକ | ଆପଣ ଏକ ମୁଠା ପିଜୁଳି ପତ୍ର ନିଅନ୍ତୁ, ଏହାକୁ ଆପଣ ଭଲ ଭାବରେ ଧୋଇ ଦିଅନ୍ତୁ |

ପରେ ଏହାକୁ ଆପଣ ଶିଳାପୁତାରେ କିମ୍ବା ଗ୍ରାଇଣ୍ଡାରରେ ଭଲ ଭାବରେ ଗ୍ରାଣ୍ଡିଙ୍ଗ କରିନିଅନ୍ତୁ,ଏହି ପେଷ୍ଟକୁ ଆପଣ ଗ୍ୟାସରେ ଏକ କଡେଇ ବସାଇ ଏହି ପେଷ୍ଟକୁ ହାଲକା ଉଷମ କରିନିଅନ୍ତୁ |ଏହାକୁ ଦୁଇରୁ ତିନି ମିନିଟ ପ୍ରଯ୍ୟନ୍ତ ଉଷମ କରି ଏକ ପାତ୍ରକୁ ବାହାର କରିନିଅନ୍ତୁ |ଏବେ ଏହି ରିମିଡି ପ୍ରସ୍ତୁତ ହୋଇଗଲା |

ବ୍ୟବହାର :-

ଏହାକୁ ହାଲକା ଉଷମ ଥିବା ସମୟରେ ଏହାକୁ ଆପଣଙ୍କ ଯନ୍ତ୍ରଣା ହେଉଥିବା ସ୍ଥାନରେ ଲଗାନ୍ତୁ |ଏହି ପେଷ୍ଟ ଯନ୍ତ୍ରଣା ହେଉଥିବ ସ୍ଥାନରେ ରାତି ସାରା ରହିଲେ ଭଲ ତେଣୁ ଏହାକୁ ଏକ କପଡାରେ ବାନ୍ଧି ରାତି ସାରା ରଖାନ୍ତୁ, ଦେଖିବେ ଏହା ଆପଣଙ୍କ ଆଣ୍ଠୁ ଗଣ୍ଠି ଯନ୍ତ୍ରଣାକୁ ଧୀରେ ଧୀରେ ଭଲ କରିଦେବ |ଏହିପରି ଆପଣ କିଛି ଦିନ ଲଗାତାର କରନ୍ତୁ ଦେଖିବେ ଆପଣ ଏହି ଆଣ୍ଠୁଗଣ୍ଠି ଜନିତ ସମସ୍ୟା ଦୂର ହୋଇଯିବ |ଏହା ଏକ ବହୁ ପୁରୁଣା ଉପଚାର ଅଟେ, ଏହା କରିବା ଦ୍ଵାରା ଅପଣଂକର କୌଣସି କ୍ଷତି ହୋଇନଥାଏ |

ଏହି ରିମିଡି ବ୍ୟବହାର କରିବା ସହିତ ଆପଣ ଯଦି ଏକ୍ସଚେରସାଜ଼ କରନ୍ତି କିମ୍ବା ଚଲା ବୁଲା କରନ୍ତି ତେବେ ମଧ୍ୟ ଏହି ଆଣ୍ଠୁ ଗଣ୍ଠି ଯନ୍ତ୍ରଣା କମିଯାଏ |ଏହା ସହିତ ଆପଣ ପ୍ରତ୍ୟେକ ଦିନ କିଛି କ୍ୟାଲସିୟମ ଜାତୀୟ ଖାଦ୍ୟ ଖାଆନ୍ତୁ ଏବଂ ନରମାଲ ପାଣି ମଧ୍ୟ୍ୟ ଦିନରେ 5ରୁ 6ଲିଟର ପିଅନ୍ତୁ |ଏହାଦ୍ୱାରା ମଧ୍ୟ୍ୟ ଆପଣଙ୍କ ଏହି ସମସ୍ୟା ଦୂର ହୋଇଯିବ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment