ତେବେ ଦର୍ଶକ ବନ୍ଧୁ ଯାହା କୁହାଯାଉଛି କି ଆଗକୁ ଆସୁଥିବା 25 ଅକ୍ଟୋବର ରେ ଏକ ମହାଜାଗତୀୟ ଦୃଶ୍ୟ ଦେଖିବାକୁ ମିଳିବ ଆମ ଭାରତରେ | ଆଉ ଯାହା କୁହାଯାଉଛି କି ଦୀପାବଳି ଦିନ ବର୍ଷ ର ଅନ୍ତିମ ସୂର୍ଯ୍ୟ ପରାଗ ଲାଗିବାକୁ ଯାଉଛି | ଏହି ସୂର୍ଯ୍ୟ ପରାଗ ଏକ ଆଂଶିକ ସୂର୍ଯ୍ୟ ପରାଗ ହେବ ଏହା ସହିତ ଏକ ଲମ୍ବା ସୂର୍ଯ୍ୟ ପରାଗ ହେବ | ତେବେ ଏହି ସୂର୍ଯ୍ୟ ପରାଗ ଓଡିଶା ସମତେ ଭାରତ ର ପ୍ରତ୍ୟେକ ସ୍ଥାନରେ ଦେଖା ଯିବ | ତେବେ ଏହି ସୂର୍ଯ୍ୟପରାଗ ସମୟ କେତେ ସମୟ ଧରି ଚାଲିବ ଓ ସୂର୍ଯ୍ୟପରାଗ ର ସମୟ ସୀମା ଓ ଏହି ସୂର୍ଯ୍ୟପରାଗ ର ଗର୍ଭବତୀ ମହିଳା ମାନେ କଣ କରିବେ କଣ ନାହିଁ ତାହା ସହିତ ଯେଇଁ ରାଶି ମାନଙ୍କ ଉପରେ ପ୍ରଭାବ ପକାଇବାକୁ ଯାଉଛି ଆସନ୍ତୁ ସେ ବିଷୟରେ ଅଧିକ କିଛି ଜାଣିବା |
ତେବେ ଏହି ସୂର୍ଯ୍ୟପରାଗ କେତେକ ସ୍ଥାନରେ ଅଂଶିକ ହେଉଥିବା ବେଳେ କେତେକ ସ୍ଥାନରେ ଅଧିକ ଦେଖା ଯାଇଥାଏ |ସାଧାରଣତଃ ଗ୍ରହଣ ଲାଗିବା ର 9 ଘଣ୍ଟା ବା 3 ପ୍ରହର ପୂର୍ବ ରୁ ଏବଂ ପରାଗ ଲାଗିବା ର 12 ଘଣ୍ଟା ବା 4 ପ୍ରହର ପୂର୍ବରୁ ପାପ ନେଷଧ ବା ହାଣ୍ଡି ଛାଡ କରାଯାଏ | ଏହି ସମୟ ସୀମା କୁ ସୁତକ ସମୟ ସୀମା ମଧ୍ୟ କୁହାଯାଏ |ତେବେ ଏହି ସମୟରେ ଜ୍ୟୋତିଷ ମାନଙ୍କ ମତ ରେ ଖାଇବା କୁ ନିଷେଧ କରାଯାଇଛି ବୋଲି କୁହାଯାଉଛି | ଆଉ ଯାହା କୁହାଯାଉଛି କି ସୂର୍ଯ୍ୟପରାଗ ର 12 ଘଣ୍ଟା ପୂର୍ବରୁ ହାଣ୍ଡି ଛାଡ କରଯାଏ | ତେବେ ଏହି ସୂର୍ଯ୍ୟ ପରାଗ ର ପାକ ନିଷେଧ ବା ହାଣ୍ଡି ଛାଡ ସମୟ ହେଉଛି |
ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୁଯ୍ୟ ପରାଗ ଲାଗିବା ର ସମୟ ଓ ତାରିଖ ହେଉଛି 25 ଅକ୍ଟୋବର 2022 ମଙ୍ଗଳବାର ଦିନ 12.11 ମିନିଟ ରେ ଆରମ୍ଭ ହେବା କଥା କୁହାଯାଉଛି | ତାହା ବ୍ୟତୀତ ସୂର୍ଯ୍ୟପରାଗ ରେ ସର୍ବାଧିକ ସୂର୍ଯ୍ୟ ପରାଗ ଦିନ 1.21 ମିନଟ ରେ ହେବ ବୋଲି କୁହାଯାଉଛି ଓ ସର୍ବାଧିକ ସୂର୍ଯ୍ୟ ପରାଗ ର ଅବଧି ମାତ୍ରା 34 ସେକେଣ୍ଡ | ତେବେ ଶେଷ ବା ମୋକ୍ଷ ପ୍ରାପ୍ତି ଦିନ 2.21 ମିନଟଅବଧି କାଳ 2 ଘଣ୍ଟା 19 ମିନଟ ଏବଂ 26 ସେକେଣ୍ଡ ହେବ ବୋଲି ମଧ୍ୟ ପ୍ରକାଶ କରାଯାଇଛି |
ସୂର୍ଯ୍ୟପରାଗ ସମୟରେ କେଉଁ କେଉଁ କାର୍ଯ୍ୟ ଉପରେ ବିଶେଷ ଧ୍ୟାନ ଦେବା ଆସନ୍ତୁ ଜାଣିବା :-
1- ତେବେ ସାଧାରଣତଃ ସୂର୍ଯ୍ୟ ପରାଗ ସମୟ ର ପ୍ରଭାବ ଗର୍ଭବତୀ ମହିଳାଙ୍କ ପାଇଁ ଅଶୁଭ ହେଇଥିବାରୁ ସେମାନଙ୍କୁ ଏହା ଦେଖିବାକୁ ମଧ୍ୟ ମନା କରାଯାଇଛି | ଏହା ସହିତ ଏହି ସୁଯ୍ୟ ପରାଗ ରେ 8 ଟି ରାଶି ର ଭାଗ୍ୟ ବଦଳିବାକୁ ଯାଉଛି |
2- ଏହା ବ୍ୟତୀତ ରନ୍ଧା ହୋଇଥିବା ଖାଇବା ଖାଇଲେ ଏହା ଆମର ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ |
3-ଏହା ବ୍ୟତୀତ ଏହି ସମୟରେ ଠାକୁର ଘରକୁ ପ୍ରବେଶ କରିବା ନିଷେଦ୍ଧ ସହିତ , ସୂର୍ଯ୍ୟପରାଗ ପରେ ପିନ୍ଧୁଥିବା ବସ୍ତ୍ର କୁ କାଢି ଗାଧୋଇବା ଆବଶ୍ୟକ ହୋଇଥାଏ |
4-ତେବେ ଏହି ସମୟରେ ଘରର ଝରକା କବାଟ ବନ୍ଦ ରଖିବା ପାଇଁ ହେବ ତାହା ବ୍ୟତୀତ ଏହାର ଖରାପ ପ୍ରଭାବ କେତେକ ରାଶି ଉପରେ ଭଲ ଆଉ କେତେକ ଉପରେ ଖରାପ ହେବ |
5-ତେବେ ଏହି ସୂର୍ଯ୍ୟପରାଗ ସମୟରେ ମେଷ, ମିଥୁନ, ସିଂହ, ବିଛା,ଧନୁ, ମକର, କୁମ୍ଭ, କର୍କଟ 8 ଟି ରାଶି ଉପରେ ଶୁଭ ପ୍ରଭାବ ପକାଇବା କୁ ଯାଉଛି ସେହି 8 ଟି ରାଶି ହେଲା | ତେବେ ଯାହା କୁହାଯାଉଛି ବୃଷ, ତୁଳା, କନ୍ୟା ଓ ମିନ ରାଶି ଉପରେ ଖରାପ ପ୍ରଭାବ ପକାଇବାକୁ ଯାଉଛି ଏହି ସୂର୍ଯ୍ୟପରାଗ |
ତେବେ ଏହା ଥିଲା ସୂର୍ଯ୍ୟପରଗ ବିଷୟରେ କଣ କରିବା ସେହି ବିଷୟରେ କିଛି ସୂଚନା |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।