ଆମ ଭାରତର ସମସ୍ତ ଙ୍କର ଘରେ ପ୍ରାୟ ହଳଦୀ ରହିଥାଏ। ଏବଂ ଏହାକୁ ଆମେ ସମସ୍ତେ ଏକ ମସଲା ଭାବରେ ଏବଂ ଶରୀରର ସୁନ୍ଦରତା କୁ ବୃଦ୍ଧି କରିବା ପାଇଁ ବ୍ୟବହାର କରିଥାଉ। ଏହା ଆମ ଖାଦ୍ୟର ସ୍ୱାଦ ଏବଂ ରଙ୍ଗକୁ ସୁନ୍ଦର କରିବା ସହ ଶରୀରରେ ଅନେକ ଲାଭ କରିଥାଏ।କିନ୍ତୁ କଣ ଆପଣ ଜାଣିଛନ୍ତି କି ଏହି ହଳଦୀ ମାଧ୍ୟମ ରେ ଆପଣ ଙ୍କ ଧନବାନ ହୋଇ ପାରିବେ ବୋଲି। ଆଜ୍ଞା ହଁ ବନ୍ଧୁଗଣ ଆମେ ଆଜି ଆପଣ ଙ୍କୁ ଏହିପରି ଏକ ଉପାୟ ବିଷୟ ରେ ଜଣେଇବୁ ଯାହାକୁ କରିବା ଦ୍ୱାରା ଆପଣ ଙ୍କ ଘରେ ମାତା ଲକ୍ଷ୍ମୀ ପ୍ରବେଶ କରିବେ ଆଉ ଧନ , ମାନ , ସୁଖ ସମୃଦ୍ଧି ରେ ଆପଣ ଙ୍କ ଘର ଭରି ଯିବ।
ତେବେ ଶାସ୍ତ୍ର ଅନୁସାରେ ହଳଦୀ ଗୁଣ୍ଡ ଏକ ଶାସ୍ତ୍ରୀୟ ଗୁଣ୍ଡ ଅଟେ , ଯେତେବେଳେ ଆପଣ ଏହି ହଳଦୀ ଗୁଣ୍ଡ କୁ ମାତା ଲକ୍ଷ୍ମୀ ଙ୍କ ପାଖରେ ପୂଜା ରେ ବ୍ୟବହାର କରୁଛନ୍ତି। ସେହି ହଳଦୀ ଗୁଣ୍ଡ କୁ ଆଣି ନିଜ ମଥା ରେ ଲଗାଇ ନିଅନ୍ତୁ , ଏହାକୁ ମଥା ରେ ଲଗାଇବା ଦ୍ଵାରା ଆପଣ ଙ୍କ ଉପରେ ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି। ଏହି ଠାକୁରାଣୀ ଙ୍କ ପାଖରେ ଲଗା ଯାଇଥିବା ହଳଦୀ ଗୁଣ୍ଡ କୁ ନିଜ ମସ୍ତକ ରେ ଲଗେଇବା ଦ୍ଵାରା ଆପଣ ଙ୍କ ମନ ସ୍ଥିର ହେବ , ଯଦି ସ୍ୱାମୀ ସ୍ତ୍ରୀ ମଧ୍ୟରେ କଳହ ସବୁବେଳେ ହଉ ଥାଏ ତାହାର ସମାଧାନ ହୋଇଯିବ।
ଖାଲି ଏତିକି ନୁହେଁ ବରଂ ଯଦି ଆପଣ ଙ୍କ ଘରର ଲୋକଙ୍କ ଦେହ ସବୁବେଳେ ଖରାପ ହେଉଥିବ , ଟଙ୍କା ପଇସା ର ସମସ୍ୟା ରହୁଥିବ ।ଯେତେ ଆୟ କଲେ ମଧ୍ୟ ଆପଣ ଙ୍କୁ ଅଭାବ ହେଉ ଥିବ ତେବେ ମଧ୍ୟ ଏହି ହଳଦୀ କୁ ମୁଣ୍ଡ ରେ ଲଗାଇଲେ ସବୁ ଶୁଭ ଫଳ ମିଳିବ। ଘରେ ନକରାତ୍ମକ ଶକ୍ତି କୁ ପ୍ରବେଶ କରିବାରୁ ରକ୍ଷା କରିବା ପାଇଁ ମଧ୍ୟ ଆପଣ ଏହି ହଳଦୀ ଗୁଣ୍ଡ ରେ ମୁଖ୍ୟ କବାଟ ରେ ସ୍ୱସ୍ତିକ ଚିହ୍ନ କରି ସୁଖ ଲାଭ ଲେଖି ନିଅନ୍ତୁ ଦେଖିବେ ଘରେ ଶାନ୍ତି ଖେଳିଯିବ।
ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଆମେ ଆପଣ ଙ୍କୁ ଏବେ ଜଣେଇବା କୁ ଯାଉଛୁ କି ଯଦି ଆପଣ ନିଜ ହଳଦୀ ଡବା ରେ ଏହି ଜିନିଷ ଟିକୁ ଲୁଚିକରି ରଖି ନିଅନ୍ତି ତେବେ ଆପଣ ଙ୍କୁ ସ୍ୱର୍ଗ ର ସୁଖ ମିଳିବ। ତେବେ ସେହି ଜିନିଷ ଟି ହେଉଛି ଶୁଖିଲା ଲଙ୍କା ,ତେବେ ଆପଣ ମାନେ ନିଜ ହଳଦୀ ଡବା ରେ ତିନୋଟି , ସାତଟି କିମ୍ବା ଏଗାର ଟି ଶୁଖିଲା ଲଙ୍କା କୁ ଲୁଚିକି ରଖି ଦିଅନ୍ତୁ ,ଯେପରି ଏହାକୁ ଅନ୍ୟ କେହି ଦେଖି ପାରିବେ ନାହିଁ। ଏବଂ ସେହି ହଳଦୀ ଡବା ରେ ହଳଦୀ କେବେବି ଅଧା ରୁ କମ କରିବେ ନାହିଁ ।ଶୁଖିଲା ଲଙ୍କା ସହ ଆପଣ ଗୋଳ ମରିଚ କୁ ମଧ୍ୟ ରଖି ପାରିବେ ଏହା ମଧ୍ୟ ଧନ ଲାଭ କରିବା ରେ ସାହାଯ୍ୟ କରିଥାଏ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।