India Gk | ଇଣ୍ଡିଆ ର ଫୁଲ ଫର୍ମ କଣ ? ବୁଦ୍ଧିମାନ ଲୋକ ହିଁ ଏହାର ଉତ୍ତର ଦେଇ ପାରିବ

ବନ୍ଧୁଗଣ ଆପଣ ଆମର ଦୈନନ୍ଦିନ ଜୀବନରେ ବ୍ୟବହାର କରୁଥିବା ଅନେକ ଶର୍ଟ ଫର୍ମ ବିଷୟରେ ଜାଣିଥିବେ ନିଶ୍ଚିତ |ଆପଣ ଅନେକ ପ୍ରକାର ଶର୍ଟଫର୍ମର ଫୁଲଫର୍ମ ନ ଜାଣିଥିଲେ ବି ଜାଣିବା ପାଇଁ ୟୁଟ୍ୟୁବ କିମ୍ବା ଗୁଗୁଲ ସର୍ଚ୍ଚ କରି ଜାଣୁଥିବେ |ଆପଣ କେବେ ଇଣ୍ଡିଆର ମାନେ କଣ ଏହାର ଫୁଲଫର୍ମ କଣ ସେ ବିଷୟରେ ଜାଣିଛନ୍ତି କି, ଏହାର ଫୁଲଫର୍ମ ଆପଣ ସର୍ଚ୍ଚ କରି ପାଇଛନ୍ତି କି |ଯଦି ପାଇଛନ୍ତି ତେବେ ତାହା କେତେ ମାତ୍ରାରେ ଠିକ କି ଭୁଲ ତାହା ଆପଣ ଜାଣିଛନ୍ତି, ମୁଁ ଆଜି ଆପଣକୁ ଏହି ଇଣ୍ଡିଆ ବିଷୟରେ ଓ ଇଣ୍ଡିଆର ପ୍ରକୃତରେ ଫୁଲଫର୍ମ ଅଛି କି ନାହିଁ ସେ ବିଷୟରେ ଜଣାଇବି |ତେବେ ଆସନ୍ତୁ ଜାଣିବା ଏହାର ପ୍ରକୃତ ଅର୍ଥ କଣ |

ଭାରତ ସ୍ୱାଧୀନ ହେବା ଆଗରୁ ଏହାର ନାମ ଇଣ୍ଡିଆ ଥିଲା, ଭାରତ ଓ ପାକିସ୍ତାନ ମଝିରେ ଇଣ୍ଡାସ ନଦୀ ଥିବାରୁ ଏହି ନଦୀ ନାମ ଅନୁଯାଇ ଭାରତର ନାମ ଇଣ୍ଡିଆ ରଖା ଯାଇଥିଲା |କିନ୍ତୁ ଆପଣ ଯଦି ଇଣ୍ଡିଆର ଫୁଲ ଫର୍ମ ଜାଣିବା ପାଇଁ ୟୁଟ୍ୟୁବ କିମ୍ବା ଗୁଗୁଲରେ ସର୍ଚ୍ଚ କରନ୍ତି ତେବେ ଏଥିରୁ ଆପଣ ଭୁଲ ଉତ୍ତର ପାଇବେ |ୟୁଟ୍ୟୁବ ରେ ଦେଇଛି INDIA -Indepedent nation declared in august. ଏହି ଉତ୍ତରକୁ ଆପଣ ଭଲରେ ଅନୁଧ୍ୟାନ କରନ୍ତୁ ଏବଂ ଏହାର ମିନିଙ୍ଗ ଆପଣ ଭଲରେ ବୁଝୁବା ପାଇଁ ଚେଷ୍ଟା କରନ୍ତୁ, ଏହାର ଉତ୍ତର ଆପଣଙ୍କୁ ସମ୍ପୂର୍ଣ ଭୁଲ ବୋଲି ଲାଗିବ |

ଏହାର ଇଂରାଜୀ ୱାର୍ଡର ଓଡ଼ିଆ ମାନେକୁ ଭଲରେ ବୁଝିଲେ ଏହାର ମାନେ ହେଉଛି “ଭାରତ ସ୍ୱାଧୀନ ରାଷ୍ଟ୍ର ଭାବରେ ଅଗଷ୍ଟ ମାସରେ ଘୋଷିତ ହୋଇଥିଲା “|ଏହା ଆପଣଙ୍କୁ ଉପଯୁକ୍ତ ବୋଲି ଲାଗୁଛି କି, ଏହି ଉତ୍ତର ସମ୍ପୂର୍ଣ ଭୁଲ ଅଟେ |ଆମ ଦେଶ ସ୍ୱାଧୀନ ହେବା ପୂର୍ଵରୁ ଏହାର ନାମ ଥିଲା ଇଣ୍ଡିଆ ଥିଲା ତେବେ ଏହା କେମିତି ସ୍ୱାଧୀନ ହେବା ପରେ ହେବ, ଏହି ଉତ୍ତର ଉପଯୁକ୍ତ ନୁହଁ |ଅନ୍ୟ ଏକ ସ୍ଥାନରେ ଇଣ୍ଡିଆ ର ଫୁଲ ଫର୍ମ ଲେଖା ହୋଇଛି INDIA-Indepedent nation democratic intelijent area.ଏହାର ଓଡ଼ିଆ ମାନେ ବୁଝିବାକୁ ଗଲେ ବୁଝାଯାଉଛି ଯେ” ସ୍ୱାଧୀନ ଗଣତାନ୍ତ୍ରିକ ରାଷ୍ଟ୍ର ବୁଦ୍ଧିମାନ କ୍ଷେତ୍ର” |ଆମ ଦେଶ ସ୍ୱାଧୀନ ହେବା ପୂର୍ବରୁ ଯେହେତୁ ଏହାର ନାମ ଇଣ୍ଡିଆ ଥିଲା ତେବେ ଏହି ମାନେ ସ୍ୱାଧୀନ କିମ୍ବା ଗଣତାନ୍ତ୍ରିକ କିପରି ହେଲା, ସେତେବେଳେ ଆମର ଦେଶକୁ ଅନ୍ୟମାନେ ଶାସନ କରୁଥିଲେ,ଏହା ମଧ୍ୟ ସମ୍ପୂର୍ଣ ଭୁଲ ଅଟେ |

ଇଣ୍ଡିଆ ଶବ୍ଦଟିର କିଛି ଫୁଲଫର୍ମ ନାହିଁ, ଯେପରି ଜଣକ ନାମର କୌଣସି ଅର୍ଥ ନାହିଁ ସେପରି ଇଣ୍ଡିଆର ମଧ୍ୟ୍ୟ ନାହିଁ |ଏହା ଏକ ଏକ୍ରୋନୋମି ଶବ୍ଦ ଅଟେ, ଆମ ସମ୍ବିଧାନ ପ୍ରଣୟନ ହେବା ସମୟରେ ଆମ ଦେଶର ନାମ ଭାରତ ଏବଂ ଇଣ୍ଡିଆ ବୋଲି ଉଲେଖ ରହିଛି ମାତ୍ର ଏହାର ଫୁଲଫର୍ମ ସମ୍ବିଧାନରେ ମଧ୍ୟ୍ୟ ନାହିଁ |ତେଣୁ ଇଣ୍ଡିଆର ଫୁଲଫର୍ମ କଉଁଠାରେ ବି ସର୍ଚ୍ଚ କରନ୍ତୁ ନାହିଁ କାରଣ ତାହା ଆପଣଂକୁ ସମ୍ପୂର୍ଣ ଭୁଲ ଅର୍ଥ ହି କହିବ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment