ବନ୍ଧୁଗଣ ବର୍ତମାନ ଦାନ୍ତ ଜନିତ ସମସ୍ୟା ପ୍ରାୟ ସମସ୍ତଙ୍କ ଠାରେ ଦେଖିବାକୁ ମିଳିଥାଏ, ଆଏ ମର ଖରାପ ଖାଦ୍ୟ ଓ ନିଶା ଦ୍ରବ୍ୟ ଖାଇବା ଦ୍ଵାରା ଆମର ଦାନ୍ତ ଖରାପ ହୋଇ ଯାଇଥାଏ |ଦାନ୍ତ ହଳଦିଆ କିମ୍ବା କଳା ଦିଶିବା କାରଣରୁ ଆମକୁ କାହା ସାମ୍ନାରେ କଥା କହିବା ପାଇଁ ଭଲ ଲାଗି ନାଥାଏ | ଦାନ୍ତ ଅପରିଷ୍କାର ଥିଲେ ଆମେ ମନ ଖୋଲି ହସି ମଧ୍ୟ ନଥାଉ |ମୁଁ ଆଜି ଆପଣକୁ ଦାନ୍ତର ଏହି ସମସ୍ୟାକୁ ଦୂର କରିବା ପାଇଁ ଏକ ଘରୋଇ ଉପଚାର ବିଷୟରେ ଜଣେଇବି ଯାହା ଆପଣଙ୍କ ଦାନ୍ତର ହଳଦିଆ ପଣ ଓ ସୋଢାକୁ ସମ୍ପୂର୍ଣ ଦୂର କରିଦେବ ଏବଂ ଆପଣଙ୍କ ଦାନ୍ତ ମୋତି ପରି ଚମକି ଉଠିବ |ତେବେ ଆସନ୍ତୁ ଜାଣିବା ଏହି ଘରୋଇ ଉପଚାରର ପ୍ରସ୍ତୁତି ଓ ବ୍ୟବହାର ବିଷୟରେ |
ଆବଶ୍ୟକ ସାମଗ୍ରୀ :-
ବିଲାତି,ଲେମ୍ବୁ ଓ ଟୋଥ ପେଷ୍ଟ
ପ୍ରସ୍ତୁତି :-
ଏହି ଘରୋଇ ଉପଚାର ପ୍ରସ୍ତୁତି ପାଇଁ ଆପଣ ପ୍ରଥମେ ଏହା ମାଧ୍ୟ୍ୟମ ସାଇଜର ବିଲାତି ନିଅନ୍ତୁ,ଏହି ବିଲାତିକୁ ବାହାର ପଟେ ପିଟିଦେବା କାରଣରୁ ଆପଣଙ୍କୁ ଏହାର ରସ ବାହାର କରିବା ପାଇଁ ସୁବିଧା ହୋଇଥାଏ |ଏହି ବିଲାତିରୁ ରସ ବାହାର କରି ଆପଣ ଏହାକୁ ଏକ ପାତ୍ରରେ ରଖନ୍ତୁ,ଏହି ପାତ୍ରକୁ ଆପଣ ଏକ ଲେମ୍ବୁ ନେଇ ସେଥିରୁ ରସ ଏହି ପାତ୍ରକୁ ବାହାର କରିନିଅନ୍ତୁ |ପରେ ଆପଣ ହୁଆଇଟ ପେଷ୍ଟ କିମ୍ବା କଲଗେଟ ନିଅନ୍ତୁ ଆପଣ ଥରେ ବ୍ରଶ କରିବା ପାଇଁ ଯେତିକି ପେଷ୍ଟ ଆବଶ୍ୟକ ହୁଏ ସେତିକି ପେଷ୍ଟ ଆପଣ ନିଅନ୍ତୁ |ଏହି ତିନୋଟି ସାମଗ୍ରୀକୁ ଆପଣ ଭଲ ଭାବରେ ମିକ୍ସ କରି ଦିଅନ୍ତୁ |
ବ୍ୟବହାର :-
ଆପଣ ଯଉଁ ବ୍ରଶରେ ବ୍ରସ କରୁଛନ୍ତି ସେହି ବ୍ରସକୁ ନେଇ ଏହି ମିଶ୍ରଣରେ ବୁଡାଇ ଏହିଥିରେ ବ୍ରଶ କରନ୍ତୁ ଦେଖିବେ ଏହା ଆପଣଙ୍କ ଦାନ୍ତକୁ କିପରି ଧଳା କରିଦେବ |ଏହି ମିଶ୍ରଣ ବ୍ୟବହାର କରିବା ଦ୍ଵାରା ଆପଣଙ୍କ ଦାନ୍ତ ମୋତି ପରି ଚମକି ଉଠିବ, ଆପଣଙ୍କ ଦାନ୍ତରୁ କଳା ଓ ହଳଦିଆ ସମ୍ପୂର୍ଣ ଛାଡ଼ିଯିବ |ଏହି ଘରୋଇ ଉପଚାର ଆପଣ କିଛି ଦିନ ବ୍ୟବହାର କଲେ ତାହାର ଚମତ୍କାରିତା ବିଷୟରେ ଆପଣ ନିଶ୍ଚିତ ଜାଣିପାରିବେ |ଏହି ମିଶ୍ରଣକୁ ଆପଣ କିଛି ଦିନ ଦିନେ ଛାଡି ଦିନେ ବ୍ରସ କରନ୍ତୁ |ଏହାକୁ ବହୁ ପୁରାତନ କାଳରୁ ଲୋକମାନେ ବ୍ୟବହାର କରୁଥିଲେ |
ଏହା ସହିତ ଆପଣ ଯଦି ଆପଣଙ୍କ ଖରାପ ଅଭ୍ୟାସ ଛାଡ଼ିଦେବେ ଅର୍ଥାତ ଆପଣ ଯଦି ପାନ, ବିଡି କିମ୍ବା ସିଗାରେଟର ଅଭ୍ୟାସ କରୁଥାନ୍ତି ତେବେ ଏହାର ତ୍ୟାଗ କରି ଏହି ରେମିଡ଼ିକୁ ବ୍ୟବହାର କଲେ ଏହାର ଉପକାରିତା ଆପଣ ନିଶ୍ଚିତ ପାଇପାରିବେ, ଆପଣଙ୍କ ଦାନ୍ତର ହଳଦିଆ ପଣ ଦୂର ହୋଇ ସମ୍ପୂର୍ଣ ଧଳା ହୋଇଯିବ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।