Swastik Tv News Odisha

Vastu Shastra – ଘରେ କେଉଁ ଫୋଟ ଲଗାଇଲେ ଧନର ବୃଦ୍ଧି ହୋଇଥାଏ ଏବଂ କେଉଁ ଫୋଟୋ ସର୍ବନାଶ କରିଥାଏ ଦେଖନ୍ତୁ…

0

ସାଧାରଣତଃ ଭାବରେ ଲୋକମାନେ ଘରେ ଅନେକ ପ୍ରକାର ଫୋଟ ଲଗାଇଥାନ୍ତି , ଠାକୁର ଘର ଠାରୁ ଆରମ୍ଭ କରି ଆମ ଆମ ବେଡରୁମ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ଫୋଟ ଲଗାଇଥାନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଜଣେଇବୁ କେଉଁ ଜାଗାରେ କେଉଁ କେଉଁ ଫୋଟ ଲଗେଇଲେ ଘରେ ଶୁଭପ୍ରାପ୍ତି ହେବା ସହ ଧନର ଆଗମନ ହୋଇଥାଏ । ବାସ୍ତୁଶାସ୍ତ୍ର ଅନୁସାରେ ଭଗବାନ ଶ୍ରୀକୃଷ୍ଣ ଙ୍କ କହିବା ଅନୁଯାୟୀ ଆପଣ ନିଜ ଘରେ ଏହିସବୁ ଫୋଟଚିତ୍ର ଲଗାଇଲେ ଆପଣଙ୍କ ଘରେ ଧନବର୍ଷା ହୋଇଥାଏ । ଧନ ସମ୍ପତ୍ତି ବୃଦ୍ଧି ହେବା ସହିତ ସୁଖ ଶାନ୍ତି ତଥା ନିରୋଗୀ ଜୀବନ ପାଇପାରିବେ । ତେବେ ଆସନ୍ତୁ ଜାଣିବା ସେହି ଫୋଟଚିତ୍ର ଗୁଡିକ ବିଷୟରେ ।

1. ସମୁଦ୍ର କୂଳରେ 7 ଟି ଘୋଡା ଦୌଡିଥିବାର ଚିତ୍ର :-

ବାସ୍ତୁଶାସ୍ତ୍ର ଅନୁଯାୟୀ ଆପଣ ଏହିଭଳି ଫୋଟଚିତ୍ର ନିଜ ଘରେ ଅଥବା ନିଜର ଅଫିସ୍ ବା କର୍ମକ୍ଷେତ୍ରରେ ନିଶ୍ଟିତ ଲଗାନ୍ତୁ । 7 ଟି ଘୋଡାର ମହତ୍ତ୍ୱ ଆମ ହିନ୍ଦୁ ଧର୍ମ ପୁରାଣରେ ବିଶେଷ କରି ରହିଅଛି । ମାନ୍ୟତା ରହିଛି ଯେ ଏହା ଉନ୍ନତିର ପ୍ରତୀକ ଅଟେ , ତେଣୁ ଆପଣ ଏହି ଫୋଟ ଲଗାନ୍ତୁ ।

2. ଯୋଶଦା ମାତାଙ୍କ ସହିତ ବାଳକୃଷ୍ଣଙ୍କ ଫୋଟ :-

ଘରେ ଏହି ଫୋଟଚିତ୍ର ଲଗେଇବା ଦ୍ୱାରା ଗର୍ଭବତୀ ମହିଳାଙ୍କ କୋଠରୀ ରେ ସୁନ୍ଦର ବିଚାର ସହିତ ସୁନ୍ଦର ପରିବେଶ ନିମନ୍ତେ ଆପଣ ମାତା ଯୋଶଦାଙ୍କ ସହିତ ବାଳକୃଷ୍ଣଙ୍କ ଫୋଟ ଲଗାନ୍ତୁ । ଏହାଫଳରେ ମହିଳା ଓ ତାଙ୍କ ସନ୍ତାନ ନିମନ୍ତେ ବହୁତ ଶୁଭଦାୟକ ଅଟେ ।

3. ରାମଦରବାର ଫୋଟ :-

ଯଦି ଆପଣ ଚାହୁଁଥାନ୍ତି ଆପଣଙ୍କ ଘରେ ସର୍ବଦା ପ୍ରେମ ସମ୍ପର୍କ ଭରିରହୁ ଏବଂ ଭାଇ ଭାଇ ମାନଙ୍କ ମଧ୍ୟରେ ଆତ୍ମୀୟତା ଲାଗି ରହିଥାଉ ତେବେ ଆପଣ ନିଜ ଘରେ ହନୁମାନ ରାମଙ୍କ ଦରବାର ଫୋଟ ଲଗାନ୍ତୁ ।

4. ଫୁଟିଥିବା ଫୁଲର ଫୋଟ :-

ଯଦି ଆପଣଙ୍କର ମନ ସର୍ବଦା ବିଚଳିତ ରହୁଥାଏ ବା ମନରେ ମନରେ କୌଣସି ପ୍ରକାର ଭୟ ରହୁଥାଏ କିମ୍ୱା ଆପଣଙ୍କ ମନ କୌଣସି କାର୍ଯ୍ୟରେ ଲାଗୁ ନଥାଏ । ତେବେ ରୋଷେଇ ଘରେ ଫୁଟିଥିବା ଫୁଲର ତୋଡା ର ଫୋଟଚିତ୍ର ଲଗାନ୍ତୁ । ଗୋଟିଏ ଫୁଟିଥିବା ଫୁଲର ବୃକ୍ଷ ର ଫୋଟ ଆପଣ ମାନେ ରୋଷେଇ ଘରେ ରଖିପାରିବେ ।

5. ଭଗବାନ ଧନ୍ତ୍ରୀଙ୍କ ଫୋଟ :-

ଯଦି ଆପଣ ନିଜ ଘରେ ଧନର ସ୍ରତ ବଢେଇବାକୁ ଚାହୁଁଛନ୍ତି ତେବେ ଆପଣ ନିଜ ଘର ଭିତରେ ଭଗବାନ ଧନ୍ତ୍ରୀ ଙ୍କ ଫୋଟଚିତ୍ର ଲଗାନ୍ତୁ । ଯାହାଫଳରେ ଆପଣଙ୍କର ଧନବୃଦ୍ଧି ହେବା ସହିତ ଆପଣଙ୍କର ଅଯଥା ଖର୍ଚ୍ଚ ମଧ୍ୟ କମିଯିବ । ଯାହାଦ୍ୱାରା ଆପଣଙ୍କ ଘରୁ ରୋଗ ବିମାରୀ ମଧ୍ୟ ଦୂରେଇ ଯିବ , ଆପଣଙ୍କ ପରିବାରର ସଦସ୍ୟ ସର୍ବଦା ସ୍ୱାସ୍ଥ୍ୟବାନ ରହିବେ ।

6. ରାଧାକୃଷ୍ଣଙ୍କ ଯୁଗୋଳ ଫୋଟ :-

ବିବାହିତା ସ୍ୱାମୀ ସ୍ତ୍ରୀଙ୍କ କୋଠରୀରେ ଶ୍ରୀକୃଷ୍ଣଙ୍କ ସହିତ ରାଧାଙ୍କର ଫୋଟ ଆବଶ୍ୟ ଲଗାନ୍ତୁ , ଏହାଦ୍ୱାରା ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଘନିଷ୍ଠ ହୋଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.