ପିସ୍ତା ବାଦାମ ( Almond ) ର ଉପକାରିତା | Health Tips

ତେବେ ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ତ ଜାଣିଥିବେ କି ସ୍ୱାସ୍ଥ୍ୟ ହିଁ ସମ୍ପର୍କ ଅଟେ |ଆଉ ଏହି ସ୍ୱାସ୍ଥ୍ୟ ର ଯତ୍ନ ନେବା ଆମର ଦାୟିତ୍ୱ ହୋଇଥାଏ | ସେଥିପାଇଁ ଆମେ ଚାହିଁଥାଉ କେଉଁ ପ୍ରକାରର ଖାଦ୍ୟ ଖାଇଲେ ଆମେ ଆମର ସ୍ୱାସ୍ଥ୍ୟ କୁ ଠିକ ଠାକ ଭାବରେ ରଖିପାରିବା | ଆଉ ସେଥିପାଇଁ ମଧ୍ୟ ଆମେ ମାନେ ବିଭିନ୍ନ ପ୍ରକାରର ଖାଦ୍ୟର ତାଲିକା ମଧ୍ୟ ବନେଇ ଥାଉ | ଆଉ ଆଜି ମୁଁ ଆପଣଙ୍କୁ ଜଣେଇବା ପାଇଁ ଯାଉଛି ଆଲମଣ୍ଡ ର ଉପକାରିତା ବିଷୟରେ | ଆଲମଣ୍ଡ କୁ ବ୍ୟବହାର କରିଲେ ଆମ ଶରୀରରେ କଣ ଉପକାର ରହିଥାଏ ଓ ଏହା ଆମ ସ୍ୱାସ୍ଥ୍ୟ ଉପରେ କଣ ପ୍ରଭାବ ପକାଇଥାଏ ସେ ସମସ୍ତ କଥା ଉପରେ ଆସନ୍ତୁ ଟିକିଏ ନଜର ପକାଇବା |

ତେବେ ସୂଚନା ଅନୁସାରେ ଆଲମଣ୍ଡ ରେ ବହୁତ ପରିମାଣରେ ପୋଷକ ତତ୍ତ୍ୱ ଆଉ ଖଣିଜ ଲବଣ ରେ ଭରପୁର ରହିଥାଏ |ସେଥିପାଇଁ ଏହାକୁ ଗୋଟିଏ ସ୍ୱାସ୍ଥ୍ୟ କାରୀ ସ୍ନାକ୍ସ ଭାବରେ ବ୍ୟବହାର କରାଯାଇଥାଏ | ତେବେ ଆଲମଣ୍ଡ ବହୁତ ପରିମାଣରେ ଆଲୁମିନିୟମ ଭିଟାମିନ D, ପ୍ରୋଟିନ ଓ ଆମିନ ଏସିଡ ରହିଥାଏ | ଯାହା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ |ଯଦି ଆପଣ ପ୍ରତିଦିନ 4 ଟି ଲେଖାଏ ଅଲମୋଣ୍ଡ୍ସ ଖାଇବେ ତାହେଲେ ଆପଣ ଙ୍କ ଶରୀରରେ ଉତ୍ତମ ରୂପରେ ପରିବର୍ତ୍ତନ ହେବ | ତେବେ ଆସନ୍ତୁ ବର୍ତ୍ତମାନ ଜାଣିବା ଆଲମଣ୍ଡ ଖାଇବା ର ଉପକାରିତା ବିଷୟରେ |

ଆଲମଣ୍ଡ ଆମ ଶରୀରରେ କଣ ଉପକାର କରିଥାଏ :-

1- ଆଲମଣ୍ଡ ଆମ ଶରୀରରେ ଓଜନ କମ କରିବାରେ ସାହାଯ୍ୟ କରିଥାଏ, ଯଦି ଆପଣ ନିଜର ଓଜନ କୁ କମ କରିବା ପାଇଁ ଚାହୁଁଛନ୍ତି ତାହେଲେ ପ୍ରତିଦିନ ଆଲମଣ୍ଡ କୁ ବ୍ୟବହାର କରିପାରିବେ | କାରଣ ଏଥିରେ ଅଧିକ ପରିମାଣରେ କାଲୋରୀ ଓ ଫେଟ୍ସ, ମିନେରାଲ ଇତ୍ୟାଦି ରହିଥାଏ |

2-ଆଲମଣ୍ଡ ରେ ଭିଟାମିନ D ଥାଏ, ଯାହା ଆମ ମେଟାବୋଲିଜିମ କୁ ଷ୍ଟ୍ରଙ୍ଗ କରିଥାଏ ଓ ଆମର ସ୍ୱାସ୍ଥ୍ୟ କୁ ଠିକ ରଖିବା ସହିତ ମୋଟାପଣ ରୁ ମଧ୍ୟ ଆମକୁ ଦୂରେଇକି ରଖିଥାଏ |

3- ଆଲମଣ୍ଡ ମଧ୍ୟ ଆମ ମସ୍ତିଷ୍କ ଉପରେ ଭଲ ପ୍ରଭାବ ପକାଇଥାଏ ବୋଲି କୁହାଯାଏ ତାହା ବ୍ୟତୀତ ଏହା ସ୍ମରଣ ଶକ୍ତିକୁ ବଢାଇବା ସହିତ ଏହା ଆମ ଆଖିରେ ଦୃଷ୍ଟି ଶକ୍ତି କୁ ମଧ୍ୟ ବଢ଼ାଇଥାଏ |

4-ଆଲମଣ୍ଡ କୁ ସବୁଦିନ ବ୍ୟବହାର କରିଲେ ଏହା ଆମକୁ ତ୍ୱଚା ଜନିତ ସମସ୍ୟା ଠାରୁ ମଧ୍ୟ ଦୂରେଇକି ରଖିଥାଏ | ଆଉ କମ ବୟସରୁ ମୁହଁରେ କୁଞ୍ଚ ଆସିବାକୁ ଦିଏ ନାହିଁ |

5-ଆଲମଣ୍ଡ ଆମକୁ ହାର୍ଟ ଜନିତ ରୋଗ ଠାରୁ ମଧ୍ୟ ଦୂରେଇକି ରଖିବା ସହିତ ଆମର ହାଡ଼ ରେ ଦେଖାଯାଉଥିବା ବିଭିନ୍ନ ସମସ୍ୟା ଯଥା ଅଷ୍ଟୀଅପରଶିଷ ଭଳି ରୋଗଠୁ ମଧ୍ୟ ଆମକୁ ଦୂରେଇକି ରଖିଥାଏ |ଏହା ବ୍ୟତୀତ ଏହା ଆମ ହାଡ଼ କୁ ଷ୍ଟ୍ରଙ୍ଗ କରେ ଓ ଆମ ଶରୀରରେ ଖରାପ କଲେଷ୍ଟେରାଲ ର ମାତ୍ରା ମଧ୍ୟ କମେଇ ଥାଏ |

ତେବେ ଏହା ଥିଲା ଆଲମଣ୍ଡ ର ଉପକାରିତା ଯାହାକୁ ବ୍ୟବହାର କରିବା ଭଲ ହୋଇଥାଏ ଆମ ଶରୀର ପାଇଁ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment