ବୁଦ୍ଧିମାନ ଶିଶୁ ପାଇଁ ଗର୍ଭବତୀ କଣ ଖାଇବେ | Foods for intelligent baby

ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଥିବେ କି ଆମ ଶରୀରର ଯତ୍ନ ନେବା ଯେମିତି ଆମର ଦାୟିତ୍ୱ ହୋଇଥାଏ, ଠିକ ସେହିଭଳି ଜଣେ ମହିଳା ଯଦି ଗର୍ଭବତୀ ଥାଆନ୍ତି ତାହେଲେ ସେହି ସମୟରେ ମହିଳା ଜଣକ ନିଜର ଯତ୍ନ ନେବା ସହିତ ପିଲାର ମଧ୍ୟ ଯତ୍ନ ନେବା ନିହାତି ଆବଶ୍ୟକ ହୋଇଥାଏ | ତେବେ ମହିଳା ମାନେ ବିଶେଷ କରିକି ପିଲାର ଶାରୀରିକ ବିକାଶ ସହିତ ପିଲାର ମାନସିକ ବିକାଶ ଉପରେ ମଧ୍ୟ ଧ୍ୟାନ ଦେବା ଆବଶ୍ୟକ ହୋଇଥାଏ | ତାହେଲେ ଆସନ୍ତୁ ବନ୍ଧୁଗଣ ଆଜି ଆମେ ଆଲୋଚନା କରିବା କେଉଁ କେଉଁ ଖାଦ୍ୟ ଜଣେ ଶିଶୁ ଗର୍ଭବସ୍ଥା ରେ ଥିବା ସମୟରେ ମାଆ ଜଣଙ୍କ ଖାଇଲେ ଶିଶୁର ମାନସିକ ବିକାଶ ହୋଇଥାଏ |

ତେବେ ଗର୍ଭବତୀ ନାରୀ ମାନେ ସବୁବେଳେ ନିଜର ଖାଇବା ପ୍ରତି ଗର୍ଭବସ୍ଥା ସମୟରେ ଧ୍ୟାନ ଦେବା ନିହାତି ଆବଶ୍ୟକ ହୋଇଥାଏ | ତାହେଲେ କେଉଁ କେଉଁ ଖାଦ୍ୟ ପିଲାର ମସ୍ତିଷ୍କ ବିକାଶରେ ସାହାଯ୍ୟ କରିଥାଏ ଆସନ୍ତୁ ଜାଣିବା |

1-ତେବେ ବିଶେଷ କରି ଗର୍ଭବତୀ ସ୍ତ୍ରୀ ମାନେ ମନେ ରଖିବା କଥା କି ମହିଳା ମାନେ ଖାଇବା ସମୟରେ ପନିପରିବା ଉପରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ ହୋଇଥାଏ | ତେବେ ଯଥେଷ୍ଟ ପରିମାଣରେ ପନିପରିବା ଖାଇବା ସହିତ ମହିଳା ମାନେ ପାଳଙ୍ଗ ଶାଗ ଖାଇବା ଦରକାରୀ ହୋଇଥାଏ | କାରଣ ପାଳଙ୍ଗ ଶାଗ ରେ ଅଧିକ ପରିମାଣରେ ପ୍ରୋଟିନ, ଫାଇବାର୍ସ ଓ ମିନେରାଲସ ଥାଏ, ଯାହା ଶିଶୁ ର ମାନସିକ ବିକାଶରେ ବହୁତ ପରିମାଣରେ ସହାୟକ ହୋଇଥାଏ |

2-ଦ୍ୱିତୀୟ ରେ ଗର୍ଭବସ୍ଥା ସମୟରେ ଆପଣ ମାନେ ନିହାତି ଭାବରେ ଅଣ୍ଡାର ସେବନ କରନ୍ତୁ, କାରଣ ଅଣ୍ଡରେ ରହିଥାଏ ପ୍ରଚୁର ପରିମାଣରେ ପ୍ରୋଟିନ, ଭିଟାମିନ ଆଉ ମିନେରାଲସ | ତାହା ବ୍ୟତୀତ ଏହି ଅଣ୍ଡରେ ଭିଟାମିନ D ମଧ୍ୟ ରହିଥାଏ, ଯାହା ଶିଶୁର ବ୍ରେନ ର ବିକାଶ ରେ ସାହାଯ୍ୟ କରିଥାଏ | ତେଣୁ ଗର୍ଭବତୀ ମହିଳା ମାନେ ଅତି କମ ରେ ଗୋଟିଏ ଅଣ୍ଡା ପ୍ରତେକ ଦିନ ଖାଇବା ଆବଶ୍ୟକ ହୋଇଥାଏ |

3-ତୃତୀୟ ରେ ଆଲମଣ୍ଡ ର ସେବନ, ଗର୍ଭବତୀ ମହିଳା ମାନେ ପ୍ରତେକ ଦିନ 4-5 ଟି ଆଲମଣ୍ଡ ର ସେବନ କରିବା ଆବଶ୍ୟକ ହୋଇଥାଏ | ତେବେ ମହିଳା ମାନେ ରାତିରେ 4-5 ଟି ଆଲମଣ୍ଡ କୁ ପାଣିରେ ପକାଇ ସକାଳେ ତାହାର ଚୋପା କାଢ଼ିକି ଖାଇଲେ ଏହା ପିଲାଙ୍କର ବ୍ରେନ ର ବିକାଶ ରେ ସାହାଯ୍ୟ କରିଥାଏ |

4- ଗର୍ଭବତୀ ମହିଳା ମାନଙ୍କ ପାଇଁ ଦହି ଗୋଟିଏ ଅତି ଆବଶ୍ୟକୀୟ ଜିନିଷ ହୋଇଥାଏ | ଦହି ଖାଇବା ଦ୍ୱାରା ଏହା ଛୋଟ ପିଲା ମାନଙ୍କର ବୃଦ୍ଧିର ବହୁତ ପରିମାଣରେ ବିକାଶ କରେଇଥାଏ |

5-ଏହା ବ୍ୟତୀତ ପ୍ରେଗନେନସି ସମୟରେ ଡାଲିର ସେବନ କରିବା ନିହାତି ଦରକାର, କାରଣ ଏହା ଆମ ଶରୀରକୁ ପ୍ରୋଟିନ ଯୋଗାଇଥାଏ, ଏହା ବ୍ୟତୀତ ଖାଲି ଡାଲି ନୁହଁ ସମସ୍ତ ଡାଲି ଜାତୀୟ ଜିନିଷ ଖାଇବା | ତାହା ବ୍ୟତୀତ ପ୍ରତେକ ଦିନ କ୍ଷୀର ପିଇବା ଓ ଫଳ ରସ ସହିତ ଫଳର ସେବନ ଆବଶ୍ୟକ ହୋଇଥାଏ |ଆକରୁଟ, ବୈତଳୁ ମଞ୍ଜି ଓ ଚିଙ୍ଗୁଡ଼ି ମାଛ ର ସେବନ ମଧ୍ୟ ଆବଶ୍ୟକ ହୋଇଥାଏ |

ତେବେ ଏହି ପ୍ରକାରର ଖାଦ୍ୟ ଗର୍ଭବସ୍ଥା ସମୟରେ ଖାଇବା ଆବଶ୍ୟକ ହୋଇଥାଏ | ଯାହା ପିଲାଙ୍କୁ ବୁଦ୍ଧିମାନ କରେଇଥାଏ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment