ଦର୍ଶକ ବନ୍ଧୁ ଆମେ ମାନେ ସମସ୍ତେ ଜାଣିଛୁ କି ସ୍ୱାସ୍ଥ୍ୟ ହି ସମ୍ପଦ ହୋଇଥାଏ | ତେଣୁ ପ୍ରତେକ ବ୍ୟକ୍ତି ନିଜ ନିଜର ସ୍ୱାସ୍ଥ୍ୟ ର ଯତ୍ନ ନେବା ନିହାତି ଆବଶ୍ୟକ ହୋଇଥାଏ | ତାହା ବ୍ୟତୀତ ଆମର ଶରୀରରେ ତୋ ବହୁତ ପ୍ରକାରର ରୋଗ ଦେଖା ଦେଇଥାଏ ଆଉ ଯାହାର ପ୍ରତିକାର ପାଇଁ ଆମେ ବିଶେଷ ଭାବରେ ଧ୍ୟାନ ଦେବା ଦରକାର | ତେବେ ମୁଁ ସେମିତି ଗୋଟିଏ ରୋଗ ବିଷୟରେ ବର୍ତ୍ତମାନ ଆଲୋଚନା କରିବାକୁ ଯାଉଛି ଯାହା ବିଷୟରେ ଆପଣ ଜାଣି ରଖିବା ଆବଶ୍ୟକ ହୋଇଥାଏ , ସେଭଳି ଗୋଟିଏ ରୋଗ ହେଉଛି ଗୋଡ଼ ହାତ ଝିମ ଝିମ କରିବା ଓ ଗୋଡ଼ ବିନ୍ଧିବା | ତାହେଲେ ଆସନ୍ତୁ ଜାଣିବା ଏହି ରୋଗ କାହିଁକି ହୋଇଥାଏ ଓ ଏହା ର ନିରାକରଣ |
ଗୋଡ଼ ହାତ କାହିଁକି ବିନ୍ଧିଥାଏ :-
ଆମ ଶରୀରରେ ଗୋଡ଼ କୁ କଣ୍ଟ୍ରୋଲ ରେ ରଖିବା ପାଇଁ ଆମ ବ୍ରେନରେ ଦୁଇଟି ନର୍ଭ କାମ କରିଥାଏ ତାହା ହେଉଛି ଥାଲାମସ ଏବଂ ବେସାଲ ଗ୍ୟାଙ୍ଗଲିଆ | ଯଦି କୌଣସି କାରଣରୁ ଏଥିରେ ବ୍ୟତିକ୍ରମ ଆସିଲା ତାହେଲେ ଗୋଡ଼ ବିନ୍ଧିବା ଭଳି ସମସ୍ୟା ଦେଖା ଦେଇଥାଏ | ଆଉ ଗୋଡ଼ରେ ପୋକ ଚାଲିଲା ଭଳି ଲାଗିଥାଏ ଆଉ ଠିକ ଭାବରେ ରାତିରେ ମଧ୍ୟ ଶୋଇ ହୁଏନାହିଁ | ଯଦି ବେସାଲ ଗ୍ୟାଙ୍ଗଲିଆ ରେ ଟୁପାମେନ ଲେବୁଲ କମିଯାଏ ତାହେଲେ ଏହିଭଳି ସମସ୍ୟା ସବୁ ଦେଖା ଯାଇଥାଏ | ଆଉ ଯାହା ଫଳରେ ବ୍ଲଡ ସାରକୁଲେସନ କମିଯାଏ ଓ ନର୍ଭ ଗୁଡିକ ମଧ୍ୟ ଦୁର୍ବଳ ହୋଇଯାଏ |
ଏହି ରୋଗର ଲକ୍ଷଣ ଗୁଡିକ କଣ କଣ ଦେଖାଯାଏ :-
ଯଦି କୌଣସି କାରଣରୁ ରୋଗୀଟି ରାତିରେ ଶୋଇଲା ବେଳେ ଉଠି ପଡିବ, ଗୋଡକୁ ଚିପିବ, ବାଡ଼େଇବ,ଏହା ବ୍ୟତୀତ ଗୋଡ଼ ଜୋରସୋର ରେ ବିନ୍ଧିବାକୁ ଆରମ୍ଭ କରେ | ପାଦରେ କରେଣ୍ଟ ଲାଗିଲା ଭଳି ଲାଗେ ଆଉ ବେଳେ ବେଳେ ଗୋଡ଼ ଭିତରେ ପୋକ, ଜୋକ ଚାଲିଲା ଭଳି ଲାଗିଥାଏ | ଆଉ ବେଳେ ବେଳେ ଲୋକଟି ର ଗୋଡ଼ ଦୁର୍ବଳ ହୋଇ ଯନ୍ତ୍ରଣା ହେବାକୁ ମଧ୍ୟ ଲାଗିଥାଏ |
କେମିତି ଏହି ରୋଗର ନିରାକରଣ କରେଇବେ :-
ତେବେ ଏହି ଭଳି ସମସ୍ୟାରୁ ମୁକ୍ତି ପାଇବା ପାଇଁ ହେଲେ ଯେଉଁ ସବୁ ଖାଦ୍ୟ ଖାଇଲେ ଆମ ଶରୀରରେ ଗ୍ଲୋଟାମିନ ଲେବୁଲ କମିଯାଏ, ଯଥା ଦହି, ଛେନା ଆଦି ଠାରୁ ଦୂରେଇକି ରହିବା |ଏହା ଛଡା ଆମେ ଯେଉଁ ବାନ୍ତି କମେଇବା ପାଇଁ ବା ଗ୍ୟାଷ୍ଟିକ କମେଇବା ପାଇଁ ଯେଉଁ ଟେବଲେଟ ଖାଇବା ଫଳରେ ଆମ ଶରୀରରେ ଗ୍ଲୋଟାମିନ ଲେବୁଲ କମି ଯାଇଥାଏ ଆଉ ଗୋଡ଼ ବିନ୍ଧିବା ଭଳି ସମସ୍ୟା ମଧ୍ୟ ଦେଖା ଦେଇଥାଏ |
କଣ କଣ ଖାଇବେ :-
ଏହି ଭଳି ରୋଗରୁ ମୁକ୍ତି ପାଇବା ପାଇଁ ମୁଗ, ଫଳ ବୁଟ,କାଜୁ, କଙ୍କଡା,ପରିପରିବା ଅର୍ଥାତ ଯେଉଁ ଖାଦ୍ୟରେ ଫୋଲିକ ଏସିଡ ଅଧିକ ଥାଏ ସେହିଭଳି ଖାଦ୍ୟ ଖାଇବା ଆବଶ୍ୟକ ହୋଇଥାଏ |
କଣ ଖାଇବେ ନାହିଁ :-
ତେବେ ଦହି, ଛେନା ଜାତୀୟ ଖାଇବା,ଆଇରନ ଜାତୀୟ ଖାଦ୍ୟ ଅର୍ଥାତ ନନଭେଜ ନ ଖାଇଲେ ଏହି ଭଳି ନର୍ଭ ଜନିତ ସମସ୍ୟା ମାନ ଦେଖା ଦେଇଥାଏ | ମୋଟନ, ଏଗ ମଧ୍ୟ ଖାଇବା ବାରଣ ହୋଇଥାଏ |
ତେବେ ପ୍ରେଗନେନସି ସମୟରେ ମଧ୍ୟ ଯେଉଁ ଅଣ୍ଟାରେ ଇଞ୍ଜେକ୍ସନ ଦିଆଯାଏ, ସେତେବେଳେ ଏହିଭଳି ଗୋଡ଼ ହାତ ବିନ୍ଧିବା ଭଳି ସମସ୍ୟା ମଧ୍ୟ ଦେଖା ଯାଇଥାଏ | ଏଥିରୁ ମୁକ୍ତି ପାଇଁ ଷ୍ଟ୍ରେଚିଙ୍ଗ ଏକସେସାଇଜ କରିବେ,ମସାଜ କରିବେ ଓ ହଟ ବାଥ ନେବେ | ଏହି ଭଳି ଉପାୟରେ ଆପଣ ଗୋଡ଼ ବିନ୍ଧିବା ଭଳି ସମସ୍ୟାରୁ ମୁକ୍ତି ପାଇପାରିବେ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।