ବନ୍ଧୁଗଣ ଆପଣ ତ ଜାଣିଛନ୍ତି ଆଜି ସାରା ଦେଶ ପାଳୁଛି ତାର ୭୫ ତମ ସ୍ବାଧିନତା ଦିବସ। ଭାରତ ସ୍ଵାଧିନତା ପାଇବାକୁ ଆଜି ୭୫ ବର୍ଷ ପୂରଣ ହୋଇଛି। ଆଜି ଏହି ଦିନ ପ୍ରତିଟି ଭାରତୀୟଙ୍କ ପାଇଁ ମୂଲ୍ୟବାନ ଏବଂ ପବିତ୍ର ଦିନଟିଏ।ଏହି ଦିନକୁ ପ୍ରତିଟି ଭାରତୀୟ ଗର୍ବ ଏବଂ ସ୍ୱାଭିମାନର ସହ ପାଳନ କରୁଛନ୍ତି। ସ୍ଵାଧୀନତା ଆମର ଜନ୍ମଗତ ଅଧିକାର। ସମସ୍ତେ ସ୍ଵାଧୀନତାକୁ ସ୍ଵାଗତ କରନ୍ତି।ସେହିପରି ଏହି ଦିନଟିକୁ ବେଶ ଖୁସି ଆଉ ଉତ୍ସାହର ସହିତ ପାଳନ କରିଛନ୍ତି ଆପଣଙ୍କର ସମସ୍ତଙ୍କ ପ୍ରିୟ ରୂପା ଏବଂ ପିଣ୍ଟୁ। ଆପଣ ତ ଜାଣିଛନ୍ତି ସେଲିବ୍ରିଟି ମାନେ କିପରି ଅନେକ ସମୟରେ ସେମାନଙ୍କ ର କିଛି ଭିନ୍ନ ଅନ୍ଦାଜ, ଲାଇଫ ଷ୍ଟାଇଲ କୁ ଦେଖାଇ ସେମାନେ ତାଙ୍କର ଦର୍ଶକ ମାନଙ୍କର ନିକଟତର ହୋଇଥାନ୍ତି।
ତାଙ୍କ ଦର୍ଶକ, ପ୍ରସଂଶକ ମାନଙ୍କ ସହିତ ସେମାନେ ତାଙ୍କର ଅନେକ ସୁନ୍ଦର୍ ମୁହୂର୍ତ୍ତ ସବୁକୁ ସେୟାର କରିଥାନ୍ତି। ତେବେ ସେଲିବ୍ରେଟି ମାନଙ୍କର ଜୀବନଶୈଳୀ ସାଧାରଣତଃ ଟିକେ ଭିନ୍ନ ଏବଂ ଆକର୍ଷିତ କଲା ଭଳି ହୋଇଥାଏ। ଲୋକେ ସେମାନଂକୁ ବହୁତ୍ ଭଲ ପାଆନ୍ତି ଏବଂ ସେମାନଂକୁ ଅନୁସରଣ ବି କରନ୍ତି। ଏହି ସୁନ୍ଦର୍ ଯୋଡି ପାଇଁ ଏବେ ଅନେକ ଦର୍ଶକ ପାଗଳପ୍ରାୟ ଅଟନ୍ତି।ସେମାନେ ସେମାନଙ୍କ ଡାନ୍ସ ଏବଂ ଭଲପାଇବା ର ଯାଦୁରେ ଲୋକଙ୍କୁ କିମିଆ କରି ରଖିଛନ୍ତି।ତେବେ ସେମାନଙ୍କ ବିଷୟରେ ଅନେକ ପ୍ରସଂଶକ ଜାଣିବାକୁ ଆଗ୍ରହ କରିଥାନ୍ତି।
ଏହାଛଡା ସେମାନଙ୍କ ପ୍ରତି ଦର୍ଶକ ମାନଙ୍କର ଏକ ଭିନ୍ନ ଧରଣର ଭଲପାଇବା ବି ରହିଛି।ନିଜର ସୁନ୍ଦର୍ ବ୍ୟକ୍ତିତ୍ଵ ସାଙ୍ଗକୁ ସୁନ୍ଦର୍ ଡାନ୍ସ ଦେଖାଇ ମ୍ୟୂଜିକ୍ ଭିଡିଓ ଜରିଆରେ ଲୋକ ମାନଙ୍କ ଭିତରେ ସେମାନଙ୍କର ମନରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରି ପାରିଛନ୍ତି ଏବଂ ବେଶ୍ ଲୋକପ୍ରିୟ ମଧ୍ଯ ହୋଇ ପାରିଛନ୍ତି ରୂପା ଏବଂ ପିଣ୍ଟୁ।ମନୋରଂଜନ ଦୁନିଆର ଏକ ଲୋକପ୍ରିୟ ଯୋଡି ଭାବରେ ରୂପା ଏବଂ ପିଣ୍ଟୁ ଲୋକଙ୍କର ବେଶ୍ ପସନ୍ଦର ଯୋଡି ହୋଇ ପାରିଛନ୍ତି। ଏବେ ସେମାନେ ବ୍ଲଗ ଭିଡିଓ ମାଧ୍ଯମରେ ଲୋକଙ୍କ ସହିତ ତାଙ୍କର ସୁନ୍ଦର୍ ମୁହୂର୍ତ୍ତ ସବୁକୁ ସେୟାର କରୁଛନ୍ତି। ସେହିପରି ଏବେ ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି।
ଯେଉଁ ଭିଡିଓ ରେ ରୂପା ଓ ପିଣ୍ଟୁ ସ୍ଵାଧୀନତା ଦିବସ ପାଳନ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଅନ୍ୟ ମାନଙ୍କ ସହିତ ମିଶି ସେମାନେ ଏହି ପବିତ୍ର ଦିବସ କୁ ପାଳନ ସ୍ଵରୂପ ପ୍ରଥମେ ଜାତୀୟ ସଙ୍ଗୀତ ଗାନ କରିଥିଲେ। ପରେ ସ୍ୱାଧୀନତା ଦିବସର ନାରା ଦେଇଥିଲେ। ଆଉ ଏହା ପରେ ତାଙ୍କର ସାଙ୍ଗ ସାଥୀ ଏବଂ ପରିବାର ସହିତ ମିଶି ସେମାନେ ତାଙ୍କର ବ୍ଲଗ୍ ଚ୍ୟାନେଲ ର ୧ ମିଲିୟନ ସବସ୍କ୍ରାଇବର୍ ହେବା ଖୁସିରେ ସେମାନେ ଏହି ସ୍ଵାଧୀନତା ଦିବସରେ କେକ୍ ମଧ୍ୟ କାଟିଥିଲେ। ତେଣୁ ଏହି ଦିନ ତାଙ୍କର ସ୍ମରଣୀୟ ଦିନ ହୋଇ ରହିବ ବୋଲି ପିଣ୍ଟୁ କହିଥିଲେ।ଏହି ଭିଡିଓ ଦେଖିଲେ ଆପଣ ତାଙ୍କର ସଂପୂର୍ଣ୍ଣ ଖୁସିର ମୁହୂର୍ତ୍ତକୁ ଦେଖିବାକୁ ପାଇବେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।