ତେବେ ବନ୍ଧୁଗଣ ଆଜି ଯୋଉ ବିଷୟରେ ମୁଁ ଆଲୋଚନା କରିବାକୁ ଯାଉଛି ବିଶେଷ କରିକି ସ୍ତ୍ରୀ ଲୋକ ମାନେ ଏହି କଥାକୁ ମାନି ରଖିବା ଭଲ ହୋଇଥାଏ | ସାଧାରଣତଃ ଆମେ ମାନେ ଦେଖିଥାଉ କି ମହିଳା ମାନଙ୍କର ଏହି ଯୋନି ଜନିତ ରୋଗ ବେଶୀ ହୋଇଥାଏ | ତେଣୁ ମହିଳା ମାନେ ଏହା ପ୍ରତି ବେଶୀ ଯତ୍ନବାନ ହେବା ସହିତ ତାକୁ ପ୍ରତେକ ଦିନ ଦୁଇଥର ସଫା କରିବା ସହିତ , ଯେପରି ସେହି ସବୁ ସ୍ଥାନରେ ଇନଫେକ୍ସନ ନ ହେବ ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ |
ତେବେ ମହିଳା ମାନଙ୍କର ଭେଜିନା ଜନିତ ଇନଫେକ୍ସନ ରୁ ରକ୍ଷା ପାଇବା ପାଇ ବିଭିନ୍ନ ପ୍ରକାରର ପ୍ରଡକ୍ଟ ବ୍ୟବହାର କରିଥାନ୍ତି ଯାହା ଆମ ପାଇଁ ଖରାପ ହୋଇଥାଏ |ସେଥିପାଇଁ ଡାକ୍ତର ମାନଙ୍କ ମତରେ ଭାଜିନା ପାଇଁ ସବୁଠାରୁ ଭଲ ହେଉଛି ସାଧାରଣ ପାଣି |ଆପଣ ଖାଲି ପାଣିରେ ଦିନକୁ ଦୁଇ ଥର ସଫା କରିଲେ ଯୋନି ପରିଷ୍କାର ରହିଥାଏ | ଏହା ଦ୍ୱାରା ଆପଣଙ୍କର କୌଣସି ଖର୍ଚ ନାହିଁ ବା କ୍ଷତି ହେବାର ଭୟ ମଧ୍ୟ ନ ଥାଏ | ଏବଂ ସାଧାରଣ ପାଣି ବ୍ୟବହାର କରିବା ଦ୍ୱାରା କୌଣସି ଇନଫେକ୍ସନର ମଧ୍ୟ ସୁଯୋଗ ନ ଥାଏ | ଡାକ୍ତରଙ୍କ ମତରେ ଯଦି ଆପଣ କୌଣସି କମ୍ପାନୀର ପ୍ରଡକ୍ଟ ବ୍ୟବହାର କରୁଛନ୍ତି ତାହା ବିଶେଷ ଭାବରେ ଖରାପ ନୁହେଁ କିନ୍ତୁ ଯଦି ଆପଣ ନର୍ମାଲ ସାବୁନ ବ୍ୟବହାର କରୁଛନ୍ତି ତାହା ଖରାପ ହୋଇପାରେ ଆପଣଙ୍କ ପାଇଁ |କାରଣ ସାଧାରଣ ସାବୁନରେ ଥିବା କ୍ଷାର ଅଂଶ ଯୋନିରେ ଥିବା P. H. କୁ ନଷ୍ଟ କରି ଦେଇଥାଏ ଯୋଉଠି ପାଇଁ ଆପଣଙ୍କର ଇନଫେକ୍ସନ ହେବାର ଚାନ୍ସ ବେଶୀ ରହିଥାଏ |
ଏହା ବ୍ୟତୀତ ଆମେ ଯଦି କୋୖଣସି ବି ପ୍ରଡକ୍ଟ କୁ ବ୍ୟବହାର କରୁଛୁ, ତାହେଲେ ସର୍ବ ପ୍ରଥମେ ଡାକ୍ତର ଙ୍କ ପରାମର୍ଶ ନେଇକି ବ୍ୟବହାର କରିବା କିଛି ବି ଯୋନି ଜନିତ ଅସୁବିଧା ହେବ ନାହିଁ | ଲୋକ ମାନଙ୍କ ଠାରେ ଇନଫେକ୍ସନ ହେବାର କାରଣ ହେଉଛି କି ବିଭିନ୍ନ ସମୟରେ ଆଣ୍ଟିବାୟୋଟିକ ବ୍ୟବହାର କରିବା ଯୋଉଁଟା କି ଯୋନି କୁ ଇନଫେକ୍ସନ କରିଥାଏ | ସାମାନ୍ୟ ଥଣ୍ଡା ଜ୍ୱର ହେଲେ ମଧ୍ୟ ଲୋକ ମାନେ ପ୍ରଥମେ ପାଖ ଦୋକାନରୁ ଆଣ୍ଟିବାୟୋଟିକ ବ୍ୟବହାର କରିଥାନ୍ତି ଯାହା ଦ୍ୱାରା ଆମ ଶରୀରରେ ଥିବା ଉପକାରୀ ଅଣୁଜୀବ ଗୁଡିକ ମରିଯାନ୍ତି ଯାହା ଖରାପ ହୋଇଥାଏ ଆମ ପାଇଁ |
ତେବେ ଯଦି ଆମେ ବିଭିନ୍ନ ପ୍ରକାରର ଶରୀରରେ ଘଟୁଥିବା ରୋଗ ପାଇଁ ଡାକ୍ତର ଙ୍କ ପରାମର୍ଶ ବିନା ଆଣ୍ଟିବାୟୋଟିକର ବ୍ୟବହାର କରିବା ତାହେଲେ ଯୋନିରେ ଥିବା ଫ୍ଲୋରା ଏବଂ କିଛି ଭଲ ବାକଟେରିଆ ଥାନ୍ତି ତାହାକୁ ନଷ୍ଟ କରିଦେଇଥାଏ ଏବଂ ଏଥିପାଇଁ ଇନଫେକ୍ସନ ବହୁମାତ୍ରାରେ ହୋଇଥାଏ ଯେମିତି କି ହ୍ୱାଇଟ ଡ଼ିସଚାର୍ଜ ହେବା | ଯୋଉଁ ମହିଳା ମାନଙ୍କର ଡାଇବେଟିସ ଅଛି ସେମାନଙ୍କ କ୍ଷେତ୍ରରେ ଇନଫେକ୍ସନ ବେଶୀ ହୋଇଥାଏ |ସେଥିପାଇଁ ଆମେ ମାନେ ଡକ୍ଟର ଙ୍କ ବିନା ପରାମର୍ଶ ରେ କୋୖଣସି ବି ଔଷଧ ଵା ଯୋନି ଜନିତ ପ୍ରଡକ୍ଟ ବ୍ୟବହାର କରିବା ନାହିଁ | ଯାହା ଫଳରେ ଇନଫେକ୍ସନ ହେବନି ଓ ମହିଳା ମାନେ ଯୋନି ଜନିତ ସମସ୍ୟାରୁ ମୁକ୍ତି ମଧ୍ୟ ପାଇବେ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।