ତେବେ ବନ୍ଧୁଗଣ ସଂସାରରେ ସବୁ ପ୍ରକାରର ଲୋକ ମାନେ ବାସ କରନ୍ତି | ଆଉ ଭଗବାନ ଙ୍କ ସୃଷ୍ଟି ରେ ପ୍ରତେକ ମନୁଷ୍ୟ ପାଖରେ କିଛି ନା କିଛି ଭଲ ଗୁଣ ଆଉ କିଛି ଖରାପ ଗୁଣ ମଧ୍ୟ ରହିଥାଏ | ଆଉ ସେହି ଗୁଣକୁ ଆମର ଜୀବନ କୁ ଆଗକୁ ଅଗ୍ରସର କରେଇବାରେ ମଧ୍ୟ ସାହାଯ୍ୟ କରିଥାଏ | ତେବେ ବହୁତ ପୁରାତନ କାଳରୁ ଗୋଟିଏ କଥା ରହି ଆସିଛି କି ପୂରଣ ରେ ମୁନି ଋଷି ମାନଙ୍କର କଥାରେ ଥିଲା ସତ୍ୟତା, ଆଉ ସେମାନଙ୍କ ମୁଖରୁ ଯାହା ବାହାରୁଥିଲା ତାହା ସତ୍ୟ ହେଇ ଯାଉଥିଲା | ତେବେ ବର୍ତ୍ତମାନ ସେହିଭଳି ଆଜିକାର ସମାଜରେ କିନ୍ନର ମାନଙ୍କ ବିଷୟରେ ଆସନ୍ତୁ ଜାଣିବା |
ତେବେ ସମଗ୍ର ପୃଥିବୀରେ ଆମେ ଜାଣିଛୁ ଭଗବାନ ଦୁଇଟି ଜିନିଷ ସୃଷ୍ଟି କରିଛନ୍ତି ତାହା ହେଉଛି ପୁରୁଷ ଆଉ ଗୋଟିଏ ପଟେ ନାରୀ | ତେବେ ଏହା ବ୍ୟତୀତ ଆଉ କିଛି ଲୋକ ମାନେ ମଧ୍ୟ ଏହି ଦୁନିଆରେ ଅଛନ୍ତି | ଯେଉଁ ମାନଙ୍କୁ ଆମେ ଅନେକେ ଖରାପ ଦୃଷ୍ଟି ରେ ଦେଖୁଥିଲେ ମଧ୍ୟ ସେମାନେ ଆମ ପାଇଁ ବହୁତ ଶୁଭ ହୋଇଥାନ୍ତି | ଆଉ ସେମାନଙ୍କର କୃପା ଦୃଷ୍ଟି ଯଦି ଆମ ଉପରେ ପଡିବ, ତାହେଲେ ଆମେ ଆଶା କରି ନ ଥିବା କାର୍ଯ୍ୟବି ସହଜରେ ହେଇଯିବ |
ତେବେ ଆମେ ଜାଣିଛୁ କି କିନ୍ନର ମାନଙ୍କୁ ମଧ୍ୟ ଘରେ କୌଣସି ଶୁଭ କାର୍ଯ୍ୟ ବେଳେ ଅର୍ଥାତ ଛୋଟ ପିଲାଟି ଜଣ ହେଲା ବେଳେ ବା ମହିଳା ମାନେ ଗର୍ଭବତୀ ଥିବା ବେଳେ ଆମେ ମାନେ ସାଧାରଣତଃ କିନ୍ନର ମାନଙ୍କୁ ଘରକୁ ଆମନ୍ତ୍ରଣ କରିଥାଉ | ଏହା ବ୍ୟତୀତ ଅନେକ ସମୟରେ ଆମେ ମାନେ ବିବାହ ଭଳି ଶୁଭ କାର୍ଯ୍ୟରେ ମଧ୍ୟ କିନ୍ନର ମାନଙ୍କୁ ଘରକୁ ଡାକିଥାଉ | ଆଉ ସେମାନଙ୍କ ପାଖରୁ ଆଶୀର୍ବାଦ ମଧ୍ୟ ନେଇଥାଉ | ତେବେ ଏହା ବ୍ୟତୀତ କିନ୍ନର ମାନେ ଟ୍ରେନ ମାନଙ୍କ ରେ ମଧ୍ୟ ଦେଖା ଯାଇଥାନ୍ତି, ଆଉ ସେଠାରେ ଲୋକ ମାନଙ୍କୁ ଆଶୀର୍ବାଦ ଦେଇକି ପଇସା ମଧ୍ୟ ଲୋକ ମାନଙ୍କ ପାଖରୁ ନେଇଥାନ୍ତି |
ତେବେ କେତେକ ସମୟରେ ଦେଖା ଦେଇଥାଏ କି ଲୋକ ମାନେ କିନ୍ନର ମାନଙ୍କୁ ପଇସା ଦେବାକୁ ଇଚ୍ଛା କରି ନ ଥାଆନ୍ତି କିନ୍ତୁ ତାହା ଅଶୁଭ ହୋଇଥାଏ | କିନ୍ନର ମାନଙ୍କୁ ସବୁବେଳେ ଶୁଭ ବୋଲି ମନା ଯାଇଥାଏ, ତାହା ବ୍ୟତୀତ ସେମାନଙ୍କର ଆଶୀର୍ବାଦ ମଧ୍ୟ ଆମ ଜୀବନ ଉପରେ ପ୍ରଭାବ ପକାଇବା ସହିତ ସେମାନଙ୍କର କପ ଦୃଷ୍ଟି ର କିଛି ପ୍ରଭାବ ମଧ୍ୟ ପଡିଥାଏ |
ତେଣୁ କିନ୍ନର କୁ ଘରକୁ ଡାକିଲେ ସେମାନଙ୍କୁ ଶେଷରେ ଟଙ୍କା ଦେବା ପରେ ସେମାନଙ୍କୁ “ପୁଣି ଆସିବ ” ଏହି ଦୁଇଟି ଶବ୍ଦ କହିବା ଯୋଗୁଁ ଏହା କିନ୍ନର ମାନଙ୍କ ମନକୁ ଖୁସି ଦେଇଥାଏ | ଆଉ ସେମାନେ ଭାବନ୍ତି କି ଆମେ ଖୁସି ମନରେ ସେମାନଙ୍କୁ ଟଙ୍କା ଦେଉଛୁ | ଆଉ ସେମାନଙ୍କର ଶୁଭ ଦୃଷ୍ଟି ମଧ୍ୟ ଆମ ଉପରେ ପଡିଥାଏ | ଆଉ ଯାହାକୁ ମନେ ରଖିବା ନିହାତି ଆବଶ୍ୟକ ହୋଇଥାଏ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।
Good day! I simply want to give you a huge thumbs up for your excellent info you have here on this post. I am returning to your web site for more soon.